ଭୁବନେଶ୍ୱର, ୨୭/୦୮: ବେକରୀ ସପ୍ ମାଲିକଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡ ଧରିଥିଲା । ଦୁର୍ନୀତି ନିବାରଣ ଟିମ୍ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଘରେ ଚଢ଼ଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ।
ଭିଜିଲାନ୍ସ ଟିମ୍ ରାଜ୍ୟ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ ତାଙ୍କୁ ବାନ୍ଧିଛି । ଗିରଫ ହେବା ପରେ ଭିଜିଲାନ୍ସ ଟିମ୍ ତାଙ୍କ ଭୁବନେଶ୍ୱର ସ୍ଥିତ ଭଡା ଘରେ ଚଢାଉ କରିଥିଲା । ରେଡ୍ ବେଳେ ନଗଦ ୧.୪୫ ଲକ୍ଷ ଟଙ୍କା, ୨୨୨ ଗ୍ରାମ ସୁନା, ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟାଙ୍କ୍ ଡିପୋଜିଟ୍, ଅଳଙ୍କାର ବିଲ୍ ଏବଂ ଭୁବନେଶ୍ୱରରେ ରହିଥିବା ସମ୍ପତ୍ତି ସହ କିଛି ଗୁରୁତ୍ବପୂର୍ଣ୍ଣ ଜବତ କରିଛି । ଆଜି ସରିତା ବାରିକଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟକୁ ପଠାଯିବ।