ଭୁବନେଶ୍ୱର,୨୩/୧୧: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇଟେଡ୍‌ର ନବମ ସଂସ୍କରଣ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବ । ସ୍କୁଲ କ୍ୟାମ୍ପସରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟତମ ଅତିଥି ଭାବେ ମହାକାଶଚାରୀ ଇସ୍ରୋର ଗଗନଯାତ୍ରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀ ଶୁକ୍ଲା ଛାତ୍ରଛାତ୍ରୀଙ୍କୁ ମହାକାଶ ଯାତ୍ରାର ସଫଳ କାହାଣୀ ଛାତ୍ରଛାତ୍ରୀଙ୍କ ପାଖେ ବିସ୍ତୃତ ଭାବେ ବର୍ଣ୍ଣନା କରିବେ । ପିଲାଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ କରିବେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅନ୍ତର୍ଗତ ସରକାରୀ ଓ ବେସରାକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେବେ । ୧୦୦ରୁ ଅଧିକ ପ୍ରକଳ୍ପକୁ ସାମିଲ କରାଯିବ । ସ୍କୁଲର ଚେୟାରପର୍ସନ ଡ. ଶିଳ୍ପୀ ସାହୁ କହିଛନ୍ତି, ସାଇଟେଡ୍ ଛାତ୍ରଛାତ୍ରୀଙ୍କୁ ପରିବର୍ତ୍ତିତ ନୂତନ ଉଦ୍ଭାବକ, ଗବେଷକ ହେବାକୁ ପ୍ରେରଣା ଯୋଗାଇବ । ଜାତୀୟ, ଅନ୍ତର୍ଜାତୀୟ ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନିର୍ଭୀକ ଭାବେ କଳ୍ପନା କରିବା ସହ ସାହାସିକ ଭାବେ ଉଦ୍ଭାବନ ଓ ଶିକ୍ଷଣର ସୀମାକୁ ଆଗକୁ ବିସ୍ତାରିତ କରିବାରେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।