ନୂଆଦିଲ୍ଲୀ,୦୩/୦୯:ପାକିସ୍ତାନ କ୍ୱେଟାର ଏକ ରାଜନୈତିକ  ରାଲିରେ ଆତ୍ମଘାତୀ ବିସ୍ଫୋରଣ। ଫଳରେ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଗୁରୁତର  ଆହତ ହୋଇଛନ୍ତି । ଏନେି ବେଲୁଚିସ୍ତାନ ସ୍ୱସ୍ଥ୍ୟମନ୍ତ୍ରୀ  ମୃତ ଏବଂ ଆହତଙ୍କ ସଂଖ୍ୟା ବିଷୟରେ ସୂଚନା ଦେଇଛନ୍ତି । 

ସୂଚନା ମୁତାବକ, ଶାହଓ୍ବାନି ଷ୍ଟାଡ଼ିୟମ ନିକଟରେ ବେଲୁଚିସ୍ତାନ ନ୍ୟାଶନାଲ ପାର୍ଟିର ରାଲି  ସମାପ୍ତ ହେବାର କିଛି ସମୟ ପରେ ବିସ୍ପୋରଣ ହୋଇଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବିଏନପି ନେତା ଅଖତର ମେଙ୍ଗଲ ଏବଂ ତାଙ୍କ ଗାଡ଼ି ଉପରକୁ ଟାର୍ଗେଟ କରାଯାଇଥିଲା । ଆକ୍ରମଣ ପରେ ସୁରକ୍ଷାବାହିନୀ ତୁରନ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ଜରୁକାଳୀନ ସେବା ସାହାଯ୍ୟରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଇରାନ ସୀମା ନିକଟବର୍ତ୍ତୀ ବେଲୁଚିସ୍ତାନରେ ଅନ୍ୟ ଏକ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖାଇବର ପଖତୁନଖ୍ୱା ପ୍ରଦେଶରେ ସେମାନଙ୍କ ଶିବିର ଉପରେ ଆତ୍ମଘାତୀ ଆକ୍ରମଣରେ ୬ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି।

ପ୍ରକାଶ ଥାଉକି, ବେଲୁଚିସ୍ତାନ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ଏବଂ ସମ୍ପଦ ସମୃଦ୍ଧ ପ୍ରଦେଶ, ଏହା ସତ୍ତ୍ୱେ ଏଠାରେ ବହୁତ ଦାରିଦ୍ର୍ୟ ରହିଛି। କେବଳ ଏତିକି ନୁହେଁ, ଏହା ନିୟମିତ ଭାବରେ ମାନବ ବିକାଶ ସୂଚକାଙ୍କରେ ସବୁଠାରୁ ତଳେ ରହିଛି। ଏପରି ପରିସ୍ଥିତିରେ, BNP ବାଲୁଚ୍ ଜାତିଗତ ଗୋଷ୍ଠୀର ସଦସ୍ୟଙ୍କ ପାଇଁ କଲ୍ୟାଣକାରୀ ଅଧିକାର ଏବଂ ଆର୍ଥିକ ନିବେଶ ପାଇଁ ଏକ ଅଭିଯାନ ଚଳାଉଛି। ଯାହା ଅଧୀନରେ ମଙ୍ଗଳବାର ଦିନ ବହୁ ସଂଖ୍ୟକ ଦଳୀୟ କର୍ମୀ ଏଠାରେ ଏକତ୍ରିତ ହୋଇଥିଲେ।