ନୂଆଦିଲ୍ଲୀ,୦୩/୦୧; ରୁଷ୍-ୟୁକ୍ରେନ୍, ଇସ୍ରାଏଲ-ହମାସ ମଧ୍ୟରେ ଶାନ୍ତି ଫେରିନାହିଁ । ଏହାରି ଭିତରେ ଭୟଙ୍କର ଯୁଦ୍ଧମୁହାଁ ଆଉ ଦୁଇ ଦେଶ । ସାଉଦି ଆରବ ଏବଂ ୟୁଏଇ ମଧ୍ୟରେ ଯୁଦ୍ଧ ହୋଇଛି । ୟୁଏଇ ଏବଂ ସାଉଦି ଆରବ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଛି । ୟେମେନ ଉପରେ ସାଉଦି ଆରବ ପୁଣି ଏୟାରଷ୍ଟ୍ରାଇକ କରିଛି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ଗୋଷ୍ଠୀ ଉପରେ ଆକ୍ରମଣ କରାଯାଇଛି । ଏଥିରେ ଅତିକମରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ଏହି ବିଚ୍ଛିନ୍ନତାବାଦୀମାନେ ୟେମେନର ବିପୁଳ ଅଞ୍ଚଳକୁ ଦଖଲରେ ରଖିଛନ୍ତି ।​​​​​​​

ୟେମେନରେ ଦୀର୍ଘ ଦିନ ଧରି ଚାଲିଥିବା ସଂଘର୍ଷ ପୁଣି ଥରେ ହିଂସାତ୍ମକ ମୋଡ଼ ନେଇଛି । ସାଉଦି ନେତୃତ୍ୱାଧୀନ ଏକ ସାମରିକ ମେଣ୍ଟ ୟୁଏଇ ସମର୍ଥିତ ଦକ୍ଷିଣ ଟ୍ରାଞ୍ଜିସନାଲ କାଉନସିଲର ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ କରିଛି । ଆକ୍ରମଣରେ ଅତି କମରେ ୨୦ ଜଣ ବିଚ୍ଛିନ୍ନତାବାଦୀଙ୍କ ମୃତ୍ୟୁ ହୋଇଛି । ଏହି କାର୍ଯ୍ୟାନୁଷ୍ଠାନ ଏପରି ଏକ ସମୟରେ ଆସିଛି ଯେତେବେଳେ ସଂଯୁକ୍ତ ଆରବ ଏମିରେଟ୍ସ ସମ୍ପ୍ରତି ୟେମେନରେ ଏହାର ସାମରିକ ଉପସ୍ଥିତି ସମାପ୍ତ କରିବାକୁ ଘୋଷଣା କରିଛି ।

ଏଏଫପି ଏକ ରିପୋର୍ଟ ଅନୁଯାୟୀ, ହାଦ୍ରାମାଉଥ ​​ପ୍ରଦେଶର ସେୟୁନ୍ ଏବଂ ଅଲ୍-ଖାଶା ଅଞ୍ଚଳରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ଏୟାରଷ୍ଟ୍ରାଇକ୍  କରାଯାଇଛି । ଏହି ଆକ୍ରମଣଗୁଡ଼ିକ ଏକ ସାମରିକ ଘାଟି ଏବଂ ଏକ ବିମାନବନ୍ଦରକୁ ମଧ୍ୟ ଟାର୍ଗେଟ କରି ଏହି ଅଞ୍ଚଳରେ ବିମାନ ଚଳାଚଳକୁ ଅଚଳ କରିଦେଇଥିଲା ।  କିଛି ଘଣ୍ଟା ପର୍ଯ୍ୟନ୍ତ ବିମାନ କାର୍ଯ୍ୟ କରିପାରି ନ ଥିଲା, ଯାହା ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଦକ୍ଷିଣ ଟ୍ରାଜ୍ସିନାଲ୍ କାଉନସିଲର ଅଧିକାରୀମାନେ କହିଛନ୍ତି ଯେ ମୃତକମାନେ ସମସ୍ତେ ଏହି ସାମରିକ ଘାଟିଗୁଡ଼ିକରେ ନିୟୋଜିତ ଥିଲେ । ଗତ କିଛି ମାସ ମଧ୍ୟରେ ଏହା ପ୍ରଥମ ଥର ପାଇଁ STC ଘାଟିଗୁଡ଼ିକୁ ସିଧାସଳଖ ଟାର୍ଗେଟ କରାଯାଇଛି ।

ୟୁଏଇ ପ୍ରତ୍ୟାହାର ଏବଂ ବୃଦ୍ଧି ପାଉଥିବା ଉତ୍ତେଜନା- ଏହି ଏୟାରଷ୍ଟ୍ରାଇକ ପୂର୍ବରୁ, UAE ଘୋଷଣା କରିଥିଲା ​​ଯେ, ସେ ୟେମେନରୁ ତାର ଶେଷ ସାମରିକ ସୈନ୍ୟ ପ୍ରତ୍ୟାହାର କରିନେଇଛି । ଆବୁଧାବି ସ୍ପଷ୍ଟ କରିଥିଲା ​​ଯେ, ସେ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାକୁ ଚାହୁଁଛି।  ତଥାପି, ମୁକାଲ୍ଲା ବନ୍ଦର ଉପରେ ଆକ୍ରମଣ ସମ୍ପର୍କରେ ମଧ୍ୟ ବିବାଦ ଉପୁଜିଥିଲା, ଯେଉଁଠାରେ ଏକ ଅସ୍ତ୍ରଶସ୍ତ୍ର ପଠାଣକୁ ଟାର୍ଗେଟ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । UAE ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛି ।

STCର ଅଭିଯୋଗ ଏବଂ ସାଉଦି ପକ୍ଷର ଜବାବ୍- ଦକ୍ଷିଣ ପରିଷଦର ନେତାମାନେ ସାଉଦି ସମର୍ଥିତ ବାହିନୀ ଉପରେ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଯେ, ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ସାମରିକ ଘାଟିଗୁଡ଼ିକର ନିୟନ୍ତ୍ରଣ ନେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତୁରନ୍ତ ପରେ ଆକ୍ରମଣ କରାଯାଇଥିଲା । ଜଣେ ସଦର୍ଣ୍ଣ ଟ୍ରାନଜିସନାଲ କାଉସିଲ ମୁଖପାତ୍ର ଅସ୍ତତ୍ୱର ଲଢେଇ ବୋଲି କହିଛନ୍ତି । ସାଉଦି ସାମରିକ ସୂତ୍ରଗୁଡ଼ିକ ଚେତାବନୀ ଦେଇଛନ୍ତି ଯେ, ଯଦି STC ତାର ଲଢ଼ୁଆମାନଙ୍କୁ ପ୍ରତ୍ୟାହାର ନ କରେ ତେବେ ଆକ୍ରମଣ ଜାରି ରହିପାରେ ।

​​​​​​​ଦଶନ୍ଧି ପୁରୁଣା ସଂଘର୍ଷ ଏବଂ ଆଞ୍ଚଳିକ ରାଜନୀତି- ୟେମେନରେ ଗୃହଯୁଦ୍ଧ ପ୍ରାୟ ଏକ ଦଶନ୍ଧି ପୁରୁଣା । ସାଉଦି ଆରବ ଏବଂ ୟୁଏଇ, ସମାନ ମେଣ୍ଟର ଅଂଶ ହୋଇଥିଲେ ମଧ୍ୟ, ଏହି ସଂଘର୍ଷରେ ବିଭିନ୍ନ ସ୍ଥାନୀୟ ଗୋଷ୍ଠୀକୁ ସମର୍ଥନ କରିଛନ୍ତି । ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନେ ଉତ୍ତର ୟେମେନରେ ଶକ୍ତିଶାଳୀ ରହିଛନ୍ତି, ଯେତେବେଳେ ଦକ୍ଷିଣ ଏବଂ ପୂର୍ବରେ କ୍ଷମତା ସଂଘର୍ଷ ଜାରି ରହିଛି ।