ପ୍ରମୂଖ ଖବର
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବୁର୍ଲାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ, ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ ଅଟଳଜୀ କହିଲେ ଧର୍ମେନ୍ଦ୍ର

Published By : Ankita S | December 25, 2024 3:03 PM

ସମ୍ବଲପୁର,୨୫/୧୨ : ରାଷ୍ଟ୍ର ନାୟକ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ବିଚାରଧାରା । ସେ ଲୋକ ଅଭିବ୍ୟକ୍ତିର ବଡ ପ୍ରତୀକ ଥିଲେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବୁଧବାର ସମ୍ବଲପୁର ବୁର୍ଲା ଠାରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ଏବଂ ସୁଶାସନ ଦିବସ ଅବସରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ‘ଅଟଳ ଉଦ୍ୟାନ’ର ଉଦଘାଟନ ସହ ଗୋଲଗୁଣ୍ଡା ଛକକୁ ‘ଅଟଳ ଛକ’ ନାମକରଣର ଶୁଭାରମ୍ଭ କରିଥିଲେ । ଅଟଳଜୀଙ୍କ ଜନ୍ମ ଶତବାର୍ଷିକୀରେ ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ପ୍ରଣାମ ଜଣାଇ ଉନ୍ମୋଚିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେ କହିଛନ୍ତି ଯେ ଆମ ସମସ୍ତଙ୍କ ମାର୍ଗଦର୍ଶକ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱ ଭାରତକୁ ବିଶ୍ୱ ମାନଚିତ୍ରରେ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରିଥିଲା । ଓଡ଼ିଶାରେ ବିଜେପି ସରକାରକୁ ଆସିବାର ବଡ ଭୂମିକା ଅଟଳଜୀଙ୍କର ମଧ୍ୟ ରହିଥିଲା । ଓଡ଼ିଶାର ପଶ୍ଚିମାଞ୍ଚଳରେ ମରୁଡ଼ି ପଡିଥିବା ବେଳେ ଅଟଳଜୀ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାକୁ ଟ୍ରେନରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିରୁ ଓଡ଼ିଶା ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତା ପ୍ରମାଣିତ ହୋଇଛି । 

ଦେଶର ଜଣେ ପ୍ରବୀଣ ରାଜନେତା, ସାଂସଦ ଓ ବିରୋଧୀ ଦଳ ନେତା ଭାବରେ ଓଡ଼ିଶା ପ୍ରତି ବାଜପେୟୀଜୀଙ୍କ ଭଲ ପାଇବା ଥିଲା ଅନନ୍ୟ । ତାଙ୍କର ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଭାରତବର୍ଷରେ  ତ୍ୱରାନ୍ୱିତ କରୁଛନ୍ତି । ଆମ ରାଜ୍ୟ ଓଡ଼ିଶା ସମେତ ଦେଶର ବିକାଶରେ ଅଟଳଜୀଙ୍କର ଅତୁଳନୀୟ ଅବଦାନ ସର୍ବଦା ତାଙ୍କୁ ଅମର କରି ରଖିବ । ଆଜିର ସାଧୁ ଉଦ୍ୟମ ପାଇଁ ଜିଲ୍ଲା ପ୍ରଶାସନ ଓ ‘ଅଟଳ ବିହାରୀ ବାଜପେୟୀ ସ୍ମୃତି ସମିତି’କୁ ଧର୍ମେନ୍ଦ୍ର  ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.