ଜାମଗାଁ ୧୫/୧୧ : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ସାହୁପଡା ଗାଁରେ ବୃଦ୍ଧା ଲୋପାମୁଦ୍ରା ସାହୁଙ୍କୁ ହତ୍ୟା ଓ ସୁନା ଅଳଙ୍କାର ଲୁଟ୍ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ରେଙ୍ଗାଲି ପୁଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତମାନେ ରେଙ୍ଗାଲି ଥାନା ରେଙ୍ଗାଲି ଗାଁର ମହାଦେବ ପାତ୍ର ଏବଂ ବେଲପାହାଡ଼ର ରାଜ କୁମାର ରାୟ । ସେମାନଙ୍କ ନିକଟରୁ ୮୩ଗ୍ରାମ ସୁନା ଗହଣା ସହ ୪୨ହଜାର ନଗଦ ଟଙ୍କା, ଏକ ବାଇକ୍ ଏବଂ ୩ଟି ଫୋନ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ଏସପି ଜି ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି l
ପ୍ରକାଶ ଯେ, ଗତ ସୋମବାର ବୃଦ୍ଧା ଲୋପାମୁଦ୍ରା ସାହୁ ଘରେ ଏକା ଥିବା ବେଳେ ମହାଦେବ ପାତ୍ର ଘରକୁ ପଶି କମ୍ବଳ ରେ ଲୋପାମୁଦ୍ରାଙ୍କ ତଣ୍ଟି ଚିପି ହତ୍ୟା କରି ସେ ପିନ୍ଧିଥିବା ସୁନା ଗହଣା ସହ ଘରେ ଥିବା ଅନ୍ୟ ସୁନା ଅଳଙ୍କାର ଏବଂ ଟଙ୍କା ଲୁଟ କରି ଫେରାର ହୋଇଥିଲା l ଏହା ପରେ ସୁନା ଗହଣାକୁ ବେଲପାହାଡ ର ଶୋଭାଜିତ ଜ୍ୱେଲର୍ସ ରେ ବିକ୍ରି କରିଥିଲେ l ପୋଲିସ ଏହି ଘଟଣା ର ତଦନ୍ତ କରି ଲୋପାମୁଦ୍ରା ଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମହାଦେବ ଏବଂ ଲୁଟ ସୁନା କିଣିଥିବା ସୁନା ଦୋକାନୀ ରାଜ କୁମାର କୁ ଗିରଫ କରି କୋର୍ଟ ଚାଲାଣ କରିଛି l