ସୋର ୧୧/୦୭: ଫିଲ୍ମ ଷ୍ଟାଇଲେ ଏଟିଏମ ଲୁଟ୍। ଥାର୍ ଗାଡ଼ିରେ ଆସି ଏଟିଏମ୍ ମେସିନ୍‌କୁ  ତାଡ଼ି ନେଲେ ଦୁର୍ବୃତ୍ତ। ଏଟିଏମ ଲୁଟ୍ ପରେ ରାସ୍ତାରେ ଫୋପାଡ଼ି ଫେରାର ହୋଇଗଲେ ଲୁଟେରା। ଏହି ଲୁଟ୍ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ-1 ଏଟିଏମ୍ ଲୁଟ୍ ହୋଇଛି। ଏଟିଏମ ଘୋଷାଡ଼ି ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ଖଇରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨ଟା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ-1 ଏଟିଏମ୍ ଲୁଟ୍ ହୋଇଛି।ଏଟିଏମର ମେସିନକୁ ଦୁର୍ବୃତ୍ତମାନେ ତାଡ଼ିବା ପରେ ଥାର୍ ଗାଡ଼ି ଘୋଷାଡ଼ି ନେଇଥିଲେ । ATM ମେସିନକୁ ଏକ ଥାର୍ ଗାଡିରେ ଦୌଡ଼ି ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି l ଏକ କଳା ରଙ୍ଗର ଥାର୍‌ରେ ୫ରୁ ଅଧିକ ଦୁବୃର୍ତ୍ତ ଆସିଥିବା ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି l ଏଟିଏମ ଠାରୁ କିଛି ଦୂରରେ ରାସ୍ତା ମଝିରେ ଏହି ମେସିନକୁ ଛାଡ଼ି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି l ତେବେ ATMରୁ କେତେ ଟଙ୍କା ଲୁଟ୍ ହୋଇଛି ସଠିକ୍ ଭାବେ ଜଣା ପଡ଼ିନଥିବା ବେଳେ ଲୁଟ୍ ଘଟଣାର ଛାନଭିନ୍ ଆରମ୍ଭ ହୋଇଛି ।