ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଫେସବୁକ୍‌ରେ କମେଣ୍ଟ ମରାକୁ ନେଇ ଆକ୍ରମଣ, ଯୁବକ ଗୁରୁତର

Published By : Harapriya Sethi | November 7, 2024 2:50 PM

ଗଞ୍ଜାମ,୦୭/୧୧: ଫେସବୁକ୍‌ରେ କମେଣ୍ଟ ମରାକୁ ନେଇ ଜଣେ ଯୁବକଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ କଣ୍ଟାପଡା ଗ୍ରାମର ରତ୍ନାକର ଖଟୁଆ ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ପଞ୍ଚାୟତର କଣ୍ଟାପଡା ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଫେସବୁକ୍‌ରେ କମେଣ୍ଟ ମରା ବିଷୟକୁ ନେଇ ରତ୍ନାକର ଖଟୁଆ ଓ କିଛି ଯୁବକଙ୍କ ମଧ୍ୟରେ ବଚସା ହେବା ସହ ହାତାହାତି ହୋଇଥିଲା । ଫଳରେ ରତ୍ନାକର ସେଠାରୁ ଖସି ୧୧୨ କୁ କଲ୍‌ କରି ପୋଲିସକୁ ଜଣାଇଥିଲେ । ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରତ୍ନାକରକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । 

ତେବେ ଏହି ଗ୍ରାମର କେତେ ଜଣ ବ୍ୟକ୍ତି ତାଙ୍କୁ ଛାଡି ନଥିଲେ। ପୋଲିସ ଉପସ୍ଥିତରେ ରତ୍ନାକରକୁ ଆକ୍ରମଣ କରିଥିଲେ । ଏପରି କି ପୋଲିସ ଗାଡିରୁ ତାକୁ ଟାଣି ଆଣି ତଳେ ପକାଇ ମାଡ ମାରିଥିଲେ କିଛି ଲୋକ । ପରେ ଗ୍ରାମର କିଛି ଭଦ୍ର ଲୋକଙ୍କ ସହାୟତାରେ ପୋଲିସ ରତ୍ନାକରକୁ ଉଦ୍ଧାର କରିଥିଲା । ରତ୍ନାକର କୋଦଳା ଥାନାରେ ୧୨ଜଣରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ଏତଲା ଦେବାପରେ ପୋଲିସ ମାମଲା ରୁଜୁ କରିଥିଲା । ଅନ୍ୟ ପକ୍ଷରେ ପୋଲିସକୁ ନିଜ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିଥିବା ଯୋଗୁଁ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ରତ୍ନାକରକୁ କୋଦଳା ମେଡିକାଲକୁ ନେବା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣାରେ କାହାରିକୁ ଗିରଫ କରା ଯାଇ ନଥିବା ପୋଲିସ ସୂଚନା ଦେଇଛି ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.