ନୂଆଦିଲ୍ଲୀ,୦୭/୧୦: ଭାରତ ବିପକ୍ଷ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଦିନିକିଆ ଦଳରେ ମିଚେଲ ଷ୍ଟାର୍କ କମବ୍ୟାକ କରିଛନ୍ତି । ସେହିପରି ଅନକ୍ୟାପ୍ଟ ଖେଳାଳି ମ୍ୟାଥୁ ରେନଶ ବି ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି । ୧୯ ଅକ୍ଟୋବରରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ । ଦିନିକିଆ ଓ ଟି-୨୦ ସିରିଜରେ ମିଚେଲ ମାର୍ଶ ଅଧିନାୟକତ୍ୱ କରିବେ । ଆହତ ସମସ୍ୟା ପାଇଁ ପ୍ୟାଟ୍ କମିନ୍ସ ସିରିଜରୁ ବାଦ ଅଛନ୍ତି । ଗ୍ଲେନ୍ ମ୍ୟାକ୍ସୱେଲ ବି ଦଳରେ ସ୍ଥାନ ପାଇ ନାହାନ୍ତି । ଭାରତ ବିପକ୍ଷରେ ୩ଟି ଦିନିକିଆ ଓ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ ଟିମ୍ ଇଣ୍ଡିଆ । କିଛି ଦିନ ତଳେ ଭାରତୀୟ ଦଳ ଘୋଷଣା ହୋଇଥିଲା । ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତ ଦିନିକିଆ ସିରିଜ ଖେଳିବାକୁ ଥିବାବେଳେ ସୂର୍ଯ୍ୟକୁମାରଙ୍କ କ୍ୟାପ୍ଟେନ୍ସିଂରେ ଟି-ଟ୍ୱେଣ୍ଟି ସିରିଜ ଖେଳିବ ।
ଦିନିକିଆ ଦଳ- ମିଚେଲ ମାର୍ଶ (ଅଧିନାୟକ), ଜେବିୟର ବାର୍ଟଲେଟ , ଏଲେକ୍ସ କେରୀ, କୁପର କୋନୋଲି, ବେନ ଡ୍ୱାବସୁଇସ୍, ନାଥନ ଏଲିସି, କେମରନ ଗ୍ରୀନ, ଜୋଶ ହାଜେଲଉଡ୍, ଟ୍ରାଭିସ ହେଡ, ଜୋସ ଇଂଲିସ, ମିଚେଲ ଓୱେନ୍, ମାଥ୍ୟୁ ରେନଶ, ମାଥ୍ୟୁ ସର୍ଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।
ଟି-୨୦ ଦଳ(ପ୍ରଥମ ଦୁଇ ମ୍ୟାଚ)- ମିଚେଲ ମାର୍ଶ (ଅଧିନାୟକ), ସିନ ଏବର୍ଟ, ଜେବିୟର ବାର୍ଟଲେଟ , ଟିମ୍ ଡେଭିଡ, ବେନ ଡ୍ୱାବସୁଇସ୍, ନାଥନ ଏଲିସ୍, ଜୋଶ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ ଇଂଲିସ୍, ମାଥ୍ୟୁ କୁହନମାନ, ମିଚେଲ ଓୱେନ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍, ଆଡାମ ଜାମ୍ପା ।
ଦିନିକିଆ ସିରିଜ କାର୍ଯ୍ୟସୂଚୀ-
ପ୍ରଥମ ଦିନିକିଆ: ଅକ୍ଟୋବର ୧୯, ପର୍ଥ
ଦ୍ୱିତୀୟ ଦିନିକିଆ: ଅକ୍ଟୋବର ୨୩, ଆଡିଲେଡ୍
ତୃତୀୟ ଦିନିକିଆ: ଅକ୍ଟୋବର ୨୫, ସିଡନୀ
ଟି-୨୦ ସିରିଜ୍ ସୂଚୀ
ପ୍ରଥମ ଟି-୨୦ - ଅକ୍ଟୋବର ୨୯, କାନବେରା
ଦ୍ୱିତୀୟ ଟି-୨୦ - ଅକ୍ଟୋବର ୩୧, ମେଲବୋର୍ଣ୍ଣ
ତୃତୀୟ ଟି-୨୦ - ନଭେମ୍ବର ୨, ହୋବାର୍ଟ
ଚତୁର୍ଥ ଟି-୨୦ - ନଭେମ୍ବର ୬, ଗୋଲ୍ଡ କୋଷ୍ଟ
ପଞ୍ଚମ ଟି-୨୦ - ନଭେମ୍ବର ୮, ବ୍ରିସବେନ୍