ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟି-୨୦ ବିଶ୍ବକପ୍ ବିଜୟୀ ଖେଳାଳୀ ନେଲେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ

Published By : Gurupada Nath | October 29, 2024 4:21 PM

ନୂଆଦିଲ୍ଲୀ, ୨୯/୧୦ :  ଅଷ୍ଟ୍ରେଲିଆର ଅନୁଭବୀ ଖେଳାଳୀ ଏବଂ ଆଇସିସି ପୁରୁଷ ଟି-୨୦ ବିଶ୍ବକପ ବିଜେତା ମ୍ୟାଥ୍ୟୁ ଓ୍ବେଡ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି । ଓ୍ବେଡ ୧୩ବର୍ଷର ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲବିଦା କହିଛନ୍ତି । ଓ୍ବେଡ ଅଷ୍ଟ୍ରେଲିଆ ଲାଗି ୨୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ବିଶେଷ କରି ଓ୍ବେଡ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଅଧିକ ଖେଳିଛନ୍ତି । ମ୍ୟାଥ୍ୟୁ ଓ୍ବେଡ ନିଜ ଟେଷ୍ଟ କ୍ୟାରିୟରରେ ୩୬ମ୍ୟାଚ୍ ଖେଳିଛନ୍ତି ଏବଂ ୧୬୧୩ରନ୍ କରିଛନ୍ତି, ଓ୍ବାନଡେରେ ୯୭ମ୍ୟାଚ୍ ଖେଳି ୧୮୬୭ରନ୍ କରିଥିଲେ । ଦିନିକିଆରେ ଓ୍ବେଡ ଏକ ଶତକ ଏବଂ ୧୧ଅର୍ଦ୍ଧଶତକ କରିଛନ୍ତି । ଏହା ବ୍ୟତୀତ ଟି-୨୦ ଅନ୍ତର୍ଜାତୀୟରେ ଅଷ୍ଟ୍ରେଲିଆ ଓ୍ବିକେଟକିପର ୯୨ମ୍ୟାଚ୍ ଖେଳି ୧୨୦୨ରନ୍ କରିବାରେ ସଫଳତା ହାସଲ କରିଥିଲେ । ଟି-୨୦ ଅନ୍ତର୍ଜାତୀୟରେ ଓ୍ବେଡ ୩ଅର୍ଦ୍ଧଶତକ କରିଥିଲେ ।

୩୯ବର୍ଷୀୟ ଓ୍ବେଡ ନିଜ ଦେଶ ଲାଗି ଟି-୨୦ ବିଶ୍ବକପର ୩ ସଂସ୍କରଣରେ ଖେଳିବା ପରେ ସନ୍ନ୍ୟାସ ନେଇଛନ୍ତି । ତାଙ୍କର ସବୁଠାରୁ ବଡ଼ ଉପଲବ୍ଧି ୨୦୨୧ରେ ଆସିଥିଲା । ଯେତେବେଳେ ସେ ଉପ-ଅଧିନାୟକର ଭୂମିକାରେ ଅଷ୍ଟ୍ରେଲିଆକୁ ଦୁବାଇରେ ନିଜ ପ୍ରଥମ ଟି-୨୦ ବିଶ୍ବକପରେ ନିଜ ଟିମକୁ ତାଜ୍ ଦେବାକୁ ମୁଖ୍ୟ ଭୂମିକା ନିଭାଇ ଥିଲେ । ଓ୍ବେଡ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସେ ପାକିସ୍ତାନ ଉପରେ ରୋମାଞ୍ଚକ ସେମିଫାଇନାଲ ବିଜୟୀରେ କେବଳ ୧୭ବଲରେ ନଟଆଉଟ ୪୧ରନର ପାଳି ଖେଳିଥିଲେ । ଯାହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପାଳିରୁ ଗୋଟିଏ ଥିଲା ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.