ନୂଆଦିଲ୍ଲୀ – ଲେବାନନ ବଂଶୋଦ୍ଭବ ଆମେରିକୀୟ ନାଗରିକ ହାଦି ମତାରକୁ ପ୍ରସିଦ୍ଧ ଲେଖକ ସଲମାନ ରୁଶଦୀଙ୍କୁ ହତ୍ୟା କରିବାର ଚେଷ୍ଟାର ଦୋଷରେ ୨୫ ବର୍ଷର ଜେଲଦଣ୍ଡ ଶୁଣା ଯାଇଛି। ୨୭ ବର୍ଷିୟ ମତାର ଅଗଷ୍ଟ ୨୦୨୨ରେ ନ୍ୟୁୟର୍କର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଳେ ମଞ୍ଚରେ ଚଢି ରୁଶଦୀ ଉପରେ ଛୁରୀରେ ହମଲା କରିଥିଲା, ଯେଉଁଥିରେ ଲେଖକ ସବୁଦିନ ପାଇଁ ତାଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ଥିଲେ।
ଫେବ୍ରୁଆରୀରେ କୋର୍ଟ ମାତରକୁ ହତ୍ୟା କରିବା ନେଇ ଚେଷ୍ଟା କରିବା ଓ ଆକ୍ରମଣର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଥିଲେ। ଶୁକ୍ରବାର ସଜା ଶୁଣାଇ ବିଚାରପତି କହିଛନ୍ତି, ଏହି ହମଲା କେବଳ ଜଣେ ବ୍ୟକ୍ତିଙ୍କ ଉପରେ ନୁହେଁ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ମଧ୍ୟ ହମଲା ଥିଲା। ଘଟଣା ସମୟରେ ସଲମାନ ରୁଶଦୀ ଏକ ସାହିତ୍ୟିକ କାର୍ଯ୍ୟକ୍ରମରେ ଭାଷଣ ଦେବାର ଥିଲା, ସେତେବେଳେ ମଞ୍ଚରେ ଚଢି ମାତର ତାଙ୍କ ଉପରେ ଅନେକ ଥର ଛୁରୀ ମାଡ଼ କରି ଥିଲେ। ଏହି ହମଲାରେ ରୁଶଦୀଙ୍କର ଗୋଟିଏ ଆଖିର ଦୃଷ୍ଟିଶକ୍ତି ଚାଲି ଯାଇଥିଲା ଏବଂ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ସଜା ଶୁଣାଯିବା ପୂର୍ବରୁ କୋର୍ଟରେ ମତାର ସଂକ୍ଷେପରେ କହିଥିଲା ଯେ, ତାକୁ ରୁଶଦୀ ଜଣେ ବଦମାସ ଲାଗନ୍ତି। କିନ୍ତୁ କୋର୍ଟ ତାର ଦଲିଲକୁ ଖାରଜ କରି ଦୃଢ ସଜା ଶୁଣାଇଛନ୍ତି। ବିଚାରପତି ଡେଭିଡ୍ ଡବ୍ଲ୍ୟୁ , ଫୋଲି ଏକ ଘଣ୍ଟାର ଏକ ଦୀର୍ଘ ଶୁଣାଣି ପରେ ନିଷ୍ପତ୍ତି ଶୁଣାଇଛନ୍ତି।
ସଲମାନ ରୁଶଦୀ ୧୯୮୮ରେ ପ୍ରକାଶିତ ଉପନ୍ୟାସ ଦ ସାଟାନିକ୍ ଭର୍ସେସ୍ରେ ଏକ କାଳ୍ପନିକ୍ ଚରିତ୍ରକୁ ନେଇ ଇସଲାମୀ ଜଗତରେ ଖୁବ୍ ଅସନ୍ତୁଷ୍ଟତା ସୃଷ୍ଟି ହୋଇଥିଲା। ୧୯୮୯ରେ ଇରାନର ସର୍ବୋଚ୍ଚ ନେତା ତାଙ୍କ ବିରୋଧରେ ମୃତ୍ୟୁର ଫତୱା ଜାରି କରି ଦେଇଥିଲେ, ଏହାପରେ ଅନେକ ଦଶକ ଯାଏ ରୁଶଦୀ ସୁରକ୍ଷା ଘେରରେ ରହିଛନ୍ତି।