ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଂଚଳ ଲଦାଖରେ ଥିବା ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନରେ ଏକ ବଡ଼ ଧରଣର ହୀମସ୍ଖଳନ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି। ଅଧିକାରୀ ମାନେ କହିଛନ୍ତି ଯେ, ରବିବାର ୧୨,୦୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ସିଆଚୀନ୍ ବେସ୍ କ୍ୟାମ୍ପ ଅଞ୍ଚଳରେ ଏକ ବଡ ହୀମସ୍ଖଳନ ହୋଇଥିଲା। ଏଥିରେ ଦୁଇ ଜଣ ଅଗ୍ନିବୀରଙ୍କ ସମେତ ତିନି ଜଣ ସୈନିକ ଫସି ରହିଥିଲେ। ଅଧିକାରୀ ମାନେ କହିଛନ୍ତି ଯେ, ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଫସି ରହିଥିବା ସୈନିକଙ୍କ ମୃତଦେହ ଏବେ ଉଦ୍ଧାର କରାଯାଇଛି ।

ଅଧିକାରୀ ମାନେ ଉଦ୍ଧାର କାର୍ଯ୍ୟକୁ ତୀବ୍ର କରିଛନ୍ତି ଏବଂ ହିମବାହର କଠୋର ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଦଳ ନିୟୋଜିତ ହୋଇଛନ୍ତି। ଭାରତୀୟ ସେନା ଏହି ବିପଦପୂର୍ଣ୍ଣ ଅଞ୍ଚଳରେ ନିୟୋଜିତ କର୍ମଚାରୀଙ୍କ ଉତ୍ତମ ସୁରକ୍ଷା ପାଇଁ ସୁରକ୍ଷା ପ୍ରୋଟୋକଲ ସମୀକ୍ଷା କରିଚାଲିଛି। ସନ୍ଧାନ ଜାରି ରହିଥିବା ବେଳେ, ଦେଶ ବିଶ୍ୱର ସବୁଠାରୁ ଚ୍ୟାଲେଞ୍ଜିଂ ଫ୍ରଣ୍ଟ ଲାଇନ ମଧ୍ୟରୁ ଗୋଟିଏରେ ନିୟୋଜିତ ଥିବା ତାର ସାହସୀ ସୈନିକଙ୍କ ମୃତ୍ୟୁରେ ଶୋକ କରୁଛି।