ଭୁବନେଶ୍ଵର, ୩୧/୧୦ : ଆଜି କାର୍ତ୍ତିକ ଶୁକ୍ଳ ପକ୍ଷ ଅଁଳା ନବମୀ ତିଥି। ଏହାକୁ 'ଧାତ୍ରୀ ନବମୀ' ବୋଲି କୁହାଯାଏ। ଏହି ପୁଣୀ ତିଥିରେ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜ୍ଜିତ ହୁଅନ୍ତି। ଏହି ଦିନ ଶ୍ରୀରାଧାଙ୍କ ପାଦ ଦର୍ଶନ କଲେ ପୁଣ୍ୟ ମିଳେ ବିଶ୍ଵାସ ରହିଛି। ଏହି ପବିତ୍ର ଅଁଳା ନବମୀ ତିଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ କଲ୍ୟାଣ କାମନା କରିବା ସହ ସୁଖ, ସମୃଦ୍ଧି କାମନା କରିଛନ୍ତି।
ପବିତ୍ର ଅଁଳା ନବମୀ ଓ ରାଧାପାଦ ଦର୍ଶନ ଅବସରରେ ମୋର ଶୁଭେଚ୍ଛା ଜଣାଉଛି। ସଭିଙ୍କ କଲ୍ୟାଣ ହେଉ, ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ। #AanlaNabami pic.twitter.com/hYXppw7dLs
— Naveen Patnaik (@Naveen_Odisha) October 31, 2025
ବର୍ଷସାରା ଘୋଡ଼ାଇ ହୋଇଥିବା ଶ୍ରୀରାଧା ରାଣୀଙ୍କର ପାଦପଦ୍ମ ବର୍ଷକେ ଥରେ ନବମୀ ଦିନ ଦର୍ଶନ କରିବାର ସୌଭାଗ୍ୟ ମିଳେ। ଏହି ଦିନଟି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପାଳଜିଉ ମନ୍ଦିରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ରାତି ୧ଟାରେ ଦ୍ଵାର ପୂଜା ପରେ ମଙ୍ଗଳା ଆରତୀ, ମର୍ଦନ ଅବକାଶ ପରେ ନଟବର ଵେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ସକାଳ ୫ ଟା ଠାରୁ ଭକ୍ତମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଚାଲିଛି ।