ପ୍ରମୂଖ ଖବର
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଛୁଟି ବାତିଲ ହେବାରୁ ଡ୍ୟୁଟିକୁ ଫେରୁଥିଲେ ଯବାନ ; ଦୁର୍ଘଟଣାରେ ପତ୍ନୀଙ୍କ ଚାଲିଗଲା ଜୀବନ , ୩ ବର୍ଷର ଝିଅ ଆହତ

Published By : Prameya | May 11, 2025 5:21 PM

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା ମଧ୍ୟରେ ସେନା ସବୁ ଅଫିସରଙ୍କ ଛୁଟି ବାତିଲ କରି ଦେଇଛି। ଏହି କ୍ରମରେ ଡ୍ୟୁଟିକୁ ଫେରୁଥିଲେ ଦିଲ୍ଲୀ ନିବାସୀ ମେଜର ବିକ୍ରମ ଗୁପ୍ତା। ତାଙ୍କର ଗାଡ଼ିର ଟାୟାର ଦିଲ୍ଲା –ମୁମ୍ୱାଇ ଏକ୍ସପ୍ରେସ୍‌ୱେରେ ଫାଟି ଯାଇଥିଲା , ଏହି ସମୟରେ ଏକ ଭୟଙ୍କର ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ତାଙ୍କର ପତ୍ନୀ ବୈଶାଳୀ ବାଜପେଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି, ୩ ବର୍ଷିୟ ଝିଅ ରିହାନା ଗୁରୁତର ଭାବେ ଆହତ ହୋଇଛନ୍ତି, ଯାହାଙ୍କର ଚିକିତ୍ସା ଅଲୱରର ଏକ ଘରୋଇ ହସ୍ପିଟାଲରେ ଚାଲୁଛି। 

ହେଡ୍‌ କନଷ୍ଟେବଲ ଫକରୁଦ୍ଦିନ କହିଛନ୍ତି ଯେ ଦିଲ୍ଲୀ ମୁମ୍ୱାଇ ହାଇୱେରେ ଛୁଟି କାଟି ଡ୍ୟୁଟିକୁ ଫେରୁଥିବା ମେଜରଙ୍କର ଗାଡ଼ିର ଟାୟାର ଫାଟି ଯିବାରୁ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଛି , ଝିଅ ଗୁରୁତର ରୂପେ ଆହତ ହୋଇଛନ୍ତି ,ତାଙ୍କର ଚିକିତ୍ସା ଅଲୱର ଜିଲ୍ଲା ହସ୍ପିଟାଲରେ ଚାଲୁ ରହିଛି। ମେଜର ବିକ୍ରମ ଗୁପ୍ତା ଦିଲ୍ଲୀର ଦିଲଶାଦ ଗାର୍ଡନ ନିକଟରେ ରୁହନ୍ତି ଏବଂ ସେ କୋଟାରେ ଥିବା ସଂପର୍କୀୟଙ୍କୁ ଭେଟିବାକୁ ପତ୍ନୀ ଓ ଝିଅକୁ ସାଥିରେ ନେଇ ଯାଇଥିଲେ। ଏହି ସମୟରେ ତାଙ୍କୁ ସେନା ମୁଖ୍ୟାଳୟରୁ ଛୁଟି ବାତିଲ ନେଇ ସୂଚନା ଆସିଲା , ଏହାପରେ ସେ ପରିବାର ସହ ଦିଲ୍ଲୀ ଫେରୁଥିଲେ। ଦିଲ୍ଲୀ –ମୁମ୍ୱାଇ ଏକ୍ସପ୍ରେସରେ ନୌଗାଁ ଥାନା ଅଞ୍ଚଳ ସ୍ଥିତ ୮୨ ନମ୍ୱର କଲର୍ଭଟରେ ଏକ କାରର ଟାୟାର ହଠାତ୍‌ ଫାଟି ଗଲା। ଫଳରେ ନିୟନ୍ତ୍ରଣ ହରାଇ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣାରେ କାରର ଗେଟ୍‌ ଖୋଲିବା କ୍ଷଣି ବୈଶାଳୀ ଓ ରିହାନା ସଡ଼କ ଉପରେ ଖସି ପଡ଼ି ଥିଲେ। ପଥଚାରୀଙ୍କ ସାହାଯ୍ୟରେ ଉଭୟଙ୍କୁ ତତ୍କାଳ ଅଲୱର ହସ୍ପିଟାଲ ନିଆଯାଇ ଥିଲା। ଡାକ୍ତର ସେଠାରେ ବୈଶାଳୀଙ୍କୁ ମୃତ ଘୋଷିତ କରିଥିଲେ। ଅନ୍ୟପଟେ ରିହାନାଙ୍କର ସ୍ଥିତି ଏବେ ବି ଗୁରୁତର ହୋଇଛି। ପୁଲିସ ମୃତଦେହର ପୋଷ୍ଟମର୍ଟମ କରାଇ ପରିଜନଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ପର ଠାରୁ ପରିବାର ଓ ସେନା ମଧ୍ୟରେ ଶୋକର ଲହରି ଖେଳି ଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.