ମୁମ୍ବାଇ ୦୮/୩: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ରାମନଗରୀ ଅଯୋଧ୍ୟାରେ ୨ ବିଘା(ପ୍ରାୟ  ୫୦୬୯ ବର୍ଗ ମିଟର) ଜମି କିଣିଛନ୍ତି । ତାର ଦାମ୍‌ ୮୬ ଲକ୍ଷରୁ ଅଧିକ । ମୁମ୍ବାଇସ୍ଥିତ ଡେଭଲପର ‘ଦ ହାଉସ୍‌ ଅଫ୍‌ ଅଭିନନ୍ଦନ ଲୋଢ଼ା’ ନିକଟରୁ ହରିବଂଶ ରାୟ  ମେମୋରିଆଲ ଟ୍ରଷ୍ଟ ନାମରେ ସେହି ଜମିକୁ କିଣାଯାଇଛି ।

ସେଠାରେ ଅମିତାଭ  ନିଜ ପିତାଙ୍କ ନାମରେ ହରିବଂଶ ରାୟ ମେମୋରିଆଲ ଟ୍ରଷ୍ଟ ବନାଇବେ ବୋଲି ଚର୍ଚ୍ଚା  ଚାଲିଛି । ସେହି ପ୍ଲଟ୍‌ ତିହୁରା ମାଞ୍ଝାରେ ରହିଛି । ସେଠାରୁ ରାମମନ୍ଦିରର ଦୂରତା ୭  କିମି । ଅର୍ଥାତ୍‌ ଅମିତାଭଙ୍କୁ ସେଠାରେ ପହଞ୍ଚିବାଲାଗି ମାତ୍ର ୧୫-୨୦ ମିନିଟ୍‌ ଲାଗିବ। ଏହାପୂର୍ବରୁ ଗତବର୍ଷ ଫେବ୍ରୁଆରୀ ୯ ତାରିଖରେ ଅମିତାଭ ରାମଲଲାଙ୍କ ଦର୍ଶନ ଲାଗି  ଅଯୋଧ୍ୟା ପହଞ୍ଚିଥିଲେ । ସେତେବେଳେ ସେ ଅଯୋଧ୍ୟାକୁ ଯିବା ଆସିବ ଲାଗି ରହିବ ।  

ସେ ସର୍ବଦା ଗଙ୍ଗା କୂଳିଆ ବୋଲି ନିଜକୁ ପରିଚୟ ଦେଇଥିଲେ । ଲୋଢ଼ା ଗ୍ରୁପ୍‌ର  ସେହି କଲୋନୀ ସରଜୂ ନଦୀ କୂଳରେ ସ୍ଥାପିତ ହେଉଛି । ତାର ନାମ ‘ଦ ସରଜୂ’  ରଖାଯାଇଛି । କଲୋନି ପ୍ରାୟ ୫୧ ଏକରରେ ପରିବ୍ୟାପ୍ତ । ଗତବର୍ଷ ଜାନୁଆରୀ  ମାସରେ ଅଯୋଧ୍ୟା ରାମମନ୍ଦିରରେ ରାଲଲଲାଙ୍କର ପ୍ରାଣପ୍ରତିଷ୍ଠା ପରେ ଅମିତାଭ  ସେଠାରେ ଜମି କିଣିବାକୁ ଯାଉଥିବା କଥା ପ୍ରଥମେ ସାମ୍ନାକୁ ଆସିଥିଲା ।