ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ଏବଂ ଗୋବଂଶକୁ ନେଇ ଅପମାନଜନକ ମନ୍ତବ୍ୟ ପରେ, ରାମନଗରୀ ଅଯୋଧ୍ୟାରେ ସାଧୁସନ୍ଥ ମାନଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଛି । ଏହି ପ୍ରସଙ୍ଗରେ ଅଯୋଧ୍ୟାର ତପସ୍ୱୀ ଚୱାନୀର ମୁଖ୍ୟ ପୀଠାଧିଶ୍ବର ପରମହଂସ ଆଚାର୍ଯ୍ୟ ବିହାରର ମୌଲାନା ଅବଦୁଲ୍ଲା ସଲିମଙ୍କ ବୟାନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରବିବାର ପରମହଂସ ଆଚାର୍ଯ୍ୟ ତପସ୍ୱୀ ଚୱାନୀରେ ପ୍ରତିବାଦ କରି ମୌଲାନା ଅବଦୁଲ୍ଲା ସଲିମଙ୍କ ପୋଷ୍ଟର ପୋଡ଼ିଛନ୍ତି। ପୋଷ୍ଟର ପୋଡ଼ିବା ପୂର୍ବରୁ ସନ୍ଥମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପରମହଂସ ଆଚାର୍ଯ୍ୟ ବିବାଦୀୟ ବୟାନକୁ କଡ଼ା ନିନ୍ଦା କରି ଏହାକୁ ମହିଳା ଏବଂ ଗୋରୁଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।
ଦେଶଦ୍ରୋହ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି...
ପରମହଂସ ଆଚାର୍ଯ୍ୟ କହିଛନ୍ତି ଯେ, ମହିଳା ଏବଂ ଗୋରୁଙ୍କ ପ୍ରତି ଏପରି ଭାଷାର ବ୍ୟବହାର ଗ୍ରହଣୀୟ ନୁହେଁ ଏବଂ ସମାଜର ଭାବନାକୁ ଆଘାତ ଦେଇଛି। ସେ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେବା ଏବଂ ଦେଶଦ୍ରୋହ ଏବଂ NSA ଅନୁଯାୟୀ ଅବଦୁଲ୍ଲା ସଲିମଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଗାଈ ଭାରତୀୟ ସଂସ୍କୃତି ଏବଂ ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତୀକ, ଏବଂ ମାତୃଶକ୍ତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟକୁ କୌଣସି ମୂଲ୍ୟରେ ସହ୍ୟ କରାଯାଇପାରିବ ନାହିଁ।
ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା...
ମାତୃ ଦିବସ ଅବସରରେ ଅନୁଷ୍ଠିତ ଏହି ପ୍ରତିବାଦ ସମୟରେ, ପରମହଂସ ଆଚାର୍ଯ୍ୟ ଅବଦୁଲ୍ଲା ସଲିମଙ୍କୁ "୭୨ ହୁର" ପଠାଇବା ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।
ଏହା ସହ ପଢନ୍ତୁ : ସାବୁନ ଲଗାଇ ଗାଧୋଇବା ସମୟରେ କାହିଁକି ଏହି ଆପ୍କୁ ବାରମ୍ବାର ଦେଖୁଛନ୍ତି ଇସ୍ରାଏଲ ନାଗରିକ ? ଇରାନ ଆକ୍ରମଣ ଭିତରେ ଏହି ଆପ୍ର ବହୁଦ ଚାହିଦା...