ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଏପ୍ରିଲ୍‌ ପହିଲାରୁ ଆୟୁଷ୍ମାନ ଭାରତ: ଉପକୃତ ହେବେ ୩.୫୨ କୋଟି ଲୋକ, ଆରମ୍ଭ ହେବ ବୟୋବନ୍ଦନା ଯୋଜନା

Published By : Prameya | March 13, 2025 9:26 AM

ଭୁବନେଶ୍ୱର,୧୩/୦୩: ରାଜ୍ୟରେ  କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ- ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । ଆସନ୍ତା ଏପ୍ରିଲ୍‌ ପହିଲାରୁ ସାରା ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ କରାଯିବ । ଏଥିସହ  ଆୟୁଷ୍ମାନ ବୟୋବନ୍ଦନା ଯୋଜନା ମଧ୍ୟ ଶୁଭାରମ୍ଭ  ହେବ । ରାଜ୍ୟର ସମୁଦାୟ ୩.୫୨ କୋଟି ଲୋକ  ଉପକୃତ ହେବେ । ଏନେଇଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ରାଜ୍ୟର  ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କରାଯିବ ।  ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ସଚେତନତା  ଅଭିଯାନ ଆରମ୍ଭ ହେବ । 

ବୈଠକର ତଥ୍ୟ  ଅନୁଯାୟୀ, ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ  ଜନ ଆରୋଗ୍ୟ ଯୋଜନାରେ ୬୭ ଲକ୍ଷ ୮୦ ହଜାର,  ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୩୫ ଲକ୍ଷ ୮୪ ହଜାରରୁ ଅଧିକ  ପରିବାର ଉପକୃତ ହେବେ । ଅର୍ଥାତ୍‌ ରାଜ୍ୟର  ୧ କୋଟି ୩ ଲକ୍ଷରୁ ଅଧିକ ପରିବାର ଉପକୃତ  ହେବେ । ବ୍ୟକ୍ତିଗତ ଭାବେ ୩.୪୬ କୋଟିରୁ ଅଧିକ  ଲୋକ ଉପକୃତ ହେବେ । ଏହି ୨ଟି ଯୋଜନାରେ  ଓଡ଼ିଶାରେ ସଂଯୁକ୍ତ ଭାବେ କାର୍ଯ୍ୟକାରୀ ହେବ ।  ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ଦିଆଯିବ ।  ବୟୋବନ୍ଦନା ଯୋଜନାରେ ହିତାଧିକାରୀମାନେ ଅଲଗା  ଏକ ସ୍ୱତନ୍ତ୍ର କାର୍ଡ ପାଇବେ ।

୭୦ ବର୍ଷରୁ ଅଧିକ ବୟସ ଲୋକଙ୍କୁ ଆୟୁଷ୍ମାନ  ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ୭୦  ବର୍ଷରୁ ଅଧିକ ଲୋକଙ୍କ ସଂଖ୍ୟା ୨୩ ଲକ୍ଷ ୧୨  ହଜାର ୯୭୯ ଥିବା ବେଳେ ଏଥିରୁ ୧୭ ଲକ୍ଷ  ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ  ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ  ସାମିଲ ଥିବାରୁ ଅଧିକ ୬ ଲକ୍ଷ ହିତାଧିକାରୀ  ଏହି ଯୋଜନାରେ ଯୋଡ଼ି ହେବେ। ପ୍ରତ୍ୟେକ ପୁରୁଷ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା, ମହିଳା  ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା  ସୁବିଧା ଯୋଗାଇଦିଆଯିବ । ଗୋଟିଏ ପରିବାରରେ  ୭୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ହେବ । ହିତାଧିକାରୀମାନେ ଦେଶର ୨୯ ହଜାରରୁ  ଅଧିକ ସରକାରୀ ଓ ପଞ୍ଜୀକୃତ ବେସରକାରୀ  ଡାକ୍ତରଖାନାରେ ଚିକିତ୍ସା ସୁବିଧା ପାଇପାରିବେ ।

ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ  ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ,  ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ  ସଚିବ ସଞ୍ଜୟ କୁମାର ସିଂହ, ଆଇଟି ବିଭାଗ ସଚିବ  ବିଶାଲ ଦେବ, ସ୍ୱାସ୍ଥ୍ୟ ବିଭାଗ ଅଶ୍ୱତୀ ଏସ୍‌ ପ୍ରମୁଖ  ଉପସ୍ଥିତ ଥିଲେ ।

ନୂଆ ଡ୍ରାଫ୍ଟ ଆଇଟି ନୀତି ଜାରି,ରାଜ୍ୟ ପାଲଟିବ ଆଇଟି ପାୱାର ହାଉସ୍

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.