ପ୍ରମୂଖ ଖବର
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

‘ବାଗୀ-୪’ ଟିଜର୍‌ ରିଲିଜ୍‌, ଆକ୍ସନ ଅବତାରରେ ନଜର ଆସିଲେ ଟାଇଗର-ସଞ୍ଜୁ

Published By : Krishna Priya | August 12, 2025 9:22 AM

ମୁମ୍ବାଇ ୧୨/୦୮: ଟାଇଗର୍‌ ଶ୍ରଫ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାଗୀ-୪’ର ଟିଜର୍‌ ରିଲିଜ୍‌ ହୋଇଛି । ୧ ମିନିଟ୍‌ ୪୯ ସେକେଣ୍ଡ୍‌ର ଏହି ଟିଜର୍‌ରେ ଟାଇଗର ଶ୍ରଫ୍‌ ଓ ସଞ୍ଜୟ ଦତ୍ତଙ୍କ ଭୟଙ୍କର ଲୁକ୍‌ ଦେଖିବାକୁ ମିଳିଛି । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୫ରେ ମୁକ୍ତିଲାଭ କରିବ । ଟିଜର୍‌ ଆରମ୍ଭରେ ପ୍ରଚ୍ଛଦରେ ଟାଇଗରଙ୍କ କଣ୍ଠସ୍ୱର ଶୁଣିବାକୁ ମିଳିଛି । ପରଦାରେ ଫିଲ୍ମର ଖଳନାୟକ ସଞ୍ଜୟ ଦତ୍ତ ଓ ନାୟକ ଟାଇଗରଙ୍କୁ ଦେଖିବାକୁ ମିଳିଛି । ଟିଜର୍‌ରେ କେବଳ ଟାଇଗର ସଞ୍ଜୟଙ୍କ ମଧ୍ୟରେ ନୁହେଁ, ହରନାଜ ସନ୍ଧୁ ଓ ସୋନମ ବାଜୱାଙ୍କ ଦମ୍‌ଦାର ଆକ୍ସନ୍‌ ବି ଦେଖିବାକୁ ମିଳିଛି । ଟିଜର୍‌କୁ ଦର୍ଶକଙ୍କ ତରଫରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ଟାଇଗର୍‌ଙ୍କ ଦମ୍‌ଦାର ଆକ୍ସନ୍‌ ଓ ସଞ୍ଜୁଙ୍କ ଭୟଙ୍କର ଭିଲେନ୍‌ ଲୁକ୍‌କୁ ଲୋକେ ଖୁବ୍‌ ପ୍ରଶଂସା କରୁଛନ୍ତି ।

ତେବେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି । ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’କୁ ଏହା ନକଲ କରିଥିବା ଚର୍ଚ୍ଚା ହେଉଛି । ପ୍ରଚ୍ଛଦ ସଙ୍ଗୀତଠୁ ଫାଇଟ୍‌ ସିନ୍‌, ଟିଜର୍‌ରେ ଦର୍ଶକ ‘ଆନିମଲ୍‌’ର ଝଲକ୍‌ ଦେଖିବାକୁ ପାଉଛନ୍ତି । ‘ବାଗୀ’ ଫ୍ରାଞ୍ଚାଇଜିର ୪ର୍ଥ ସଂସ୍କରଣ ‘ବାଗୀ-୪’ର ନିର୍ଦ୍ଦେଶନା ଦେଇଛନ୍ତି ଏ. ହର୍ଷ, ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସାଜିଦ ନାଡିୟାଡୱାଲା । ପୂର୍ବର ସମସ୍ତ ଫିଲ୍ମ ତୁଳନାରେ ଏହା ଅନେକ ଗୁଣ ଅଧିକ ଓ ଦମ୍‌ଦାର ଆକ୍ସନ୍‌ ସହିତ ପରଦାକୁ ଫେରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.