ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜ ସ୍ଥିତ ଏକ ଘରୋଇ କଲେଜରେ ୧୭ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ପୋଲିସ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ବାବାଙ୍କ ସଂସ୍ଥାରେ ବର୍ତମାନ ସମୟରେ ସନ୍ଧାନ ଜାରି ରହିଛି । ଏହି ସମୟରେ, ଦିଲ୍ଲୀ ପୋଲିସ ତାଙ୍କ କୋଠରୀରୁ ଏକ ସେକ୍ସ ଟୟ, ପାଞ୍ଚଟି ସନ୍ଦିଗ୍ଧ ସିଡି ଏବଂ ତିନୋଟି ଫଟୋଗ୍ରାଫ୍ ଜବତ କରିଛି । ହେଲେ ତଦନ୍ତରେ ଏହି ଫଟୋଗ୍ରାଫ୍ ନକଲି ବୋଲି ଜଣାପଡିଛି।
ପୁଲିସ ଅଭିଯୁକ୍ତ ବାବାଙ୍କ ହ୍ୱାଟସଆପ୍ ଚାଟର ସ୍କ୍ରିନସଟ୍ ମଧ୍ୟ ଜବତ କରିଛି, ଯେଉଁଥିରେ ସେ ମହିଳା ଛାତ୍ରୀ ମାନଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ଦେଖାଯାଇଛି। ଗୋଟିଏ ଚାଟରେ, ସେ ଜଣେ ମହିଳାଙ୍କୁ ପଚାରୁଛନ୍ତି , "ତୁମେ ମୋ ସହିତ ଶୋଇବ କି ନାହିଁ ?" ଅନ୍ୟ ଏକ ଚାଟରେ, ସେ ନିଜକୁ ଜଣେ ଡିସ୍କୋ ଡ୍ୟାନ୍ସର ଭାବରେ ବର୍ଣ୍ଣନା କରୁଛନ୍ତି ଏବଂ ଜଣେ ଝିଅକୁ "ବେବି ଡଲ୍" ବୋଲି ସମ୍ବୋଧନ କରୁଛନ୍ତି । ବାବା ଦୁବାଇର ଜଣେ ଶେଖଙ୍କ ପାଇଁ ଏକ ଯୌନ ସାଥୀ ମଧ୍ୟ ଖୋଜୁଥିଲେ।
ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ବାବା ଅଳଙ୍କାର ଏବଂ ମହଙ୍ଗା ଉପହାର ଦେଇ ମହିଳା ମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଥିଲେ। ସେ ସେମାନଙ୍କୁ ଏୟାର ହୋଷ୍ଟେସ୍ କିମ୍ବା ଏକ ପ୍ରତିଷ୍ଠାନରେ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ପୋଲିସ କହିଛି ଯେ ବାବାଙ୍କ କାର୍ଯ୍ୟାଳୟ ଏକ ବିଳାସପୂର୍ଣ୍ଣ ହୋଟେଲ ପରି ଡିଜାଇନ୍ କରାଯାଇଥିଲା ଯାହା ଦ୍ୱାରା ସେ ଆସୁଥିବା ମହିଳା ମାନଙ୍କୁ ପ୍ରଭାବିତ କରିପାରିବେ। ତାଙ୍କ ମୋବାଇଲ୍ ଫୋନରେ ଏକ ସିସି ଟିଭି ମନିଟରିଂ ଆପ୍ ମଧ୍ୟ ମିଳିଥିଲା, ଯାହାକୁ ସେ ହଷ୍ଟେଲରେ ମହିଳା ଛାତ୍ରୀ ମାନଙ୍କ ଉପରେ ନଜର ରଖିବା ପାଇଁ ବ୍ୟବହାର କରୁଥିଲେ।