ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଟ୍ରମ୍ପଙ୍କ ଟାରିଫ୍ ବିବାଦ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ରାମଦେବ, କହିଲେ-ଏହା ଆର୍ଥିକ ଆତଙ୍କବାଦ...

Published By : Harapriya Biswal | March 9, 2025 8:09 PM

ନୂଆଦିଲ୍ଲୀ,୯।୩: ପତଞ୍ଜଳି ଆର୍ୟୁବେଦର ସହ ସଂସ୍ଥାପକ ଏବଂ ଯୋଗ ଗୁରୁ ରାମଦେବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଟାରିଫ ବିବାଦ ଉପରେ ଟିପ୍ପଣୀ ଦେଇଛନ୍ତି। ଟ୍ରମ୍ପଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଶୁଳ୍କ ନୀତି ବିଷୟରେ ପଚରାଯାଇଥିବା ପ୍ରଶ୍ନର ଜବାବ୍ରେ ବାବା ରାମଦେବ କହିଛନ୍ତି ଏହା ଏକ ପ୍ରକାର ଆର୍ଥିକ ଆତଙ୍କବାଦ। ଏହା ଦୁନିଆକୁ ଏକ ଅଲଗା ଯୁଗକୁ ନେଇଯାଉଛି। ସେ କହିଛନ୍ତି ବିଶ୍ବରେ ଗଠନ ହେଉଥିବା ବିପଦର ସ୍ଥିତି ଭିତରେ ଆମକୁ ଭାରତକୁ ଶକ୍ତିଶାଳୀ ଓ ବିକଶିତ କରିବା ଦରକାର, କାରଣ କିଛି ଶକ୍ତିଶାଳୀ ଦେଶ ବିଶ୍ବକୁ ବିନାଶ ଆଡକୁ ନେଇ ଯାଉଛନ୍ତି।’ ରାମଦେବ ନାଗପୁରରେ ମିହାନରେ ପତଞ୍ଜଳି ଫୁଡ୍ ଆଣ୍ଡ ହର୍ବଲ ପାର୍କର ଉଦ୍‌ଘାଟନ ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନା କରୁଥିଲେ। 

ସେଭଳି ରାମଦେବ କାର୍ଲିଫର୍ଣ୍ଣିଆରେ ଏକ ହିନ୍ଦୁ ମନ୍ଦିରକୁ ଆକ୍ରମଣ ଘଟଣାକୁ ମଧ୍ୟ ନିନ୍ଦା କରିଛନ୍ତି। ରବିବାର ସେ କହିଛନ୍ତି, ଭାରତକୁ ଧାର୍ମିକ ଆତଙ୍କବାଦ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ନେବା ଦରକାର। ରାମଦେବ ଏଠାରେ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କୁ କହିଛନ୍ତି, ମରାଠା ରାଜା ଛତ୍ରପତି ଶିବାଜୀ ମହାରାଜ ଲୋକଙ୍କ ଆଦର୍ଶ, ନା କି ମୋଗଲ ସମ୍ରାଟ ଔରଙ୍ଗଜେବ୍।  କାର୍ଲିଫର୍ଣ୍ଣିଆରେ ପ୍ରମୁଖ ହିନ୍ଦୁ ମନ୍ଦିର ଉପରେ ଅଜଣା ବ୍ୟକ୍ତିଙ୍କ ଆକ୍ରମଣ ଘଟଣାକୁ ସେ କଡା ନିନ୍ଦା କରିଛନ୍ତି। ଏହା ସହ କହିଛନ୍ତି, ଭାରତକୁ ଧାର୍ମିକ ଆତଙ୍କବାଦ ଉପରେ ଅଙ୍କୁଶ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ଦରକାର। 

ସେ କହିଛନ୍ତି, ଏହି ଧାର୍ମିକ ଆତଙ୍କବାଦରେ ପୁରା ଦୁନିଆ ପୀଡିତ। ବିଭିନ୍ନ ଦେଶର ପ୍ରମୁଖଙ୍କୁ ଏଥିରୁ ବାହାରିବାକୁ ରାସ୍ତା ଖୋଜିବା ଦରକାର ଓ ଭାରତକୁ ଏଥିପାଇଁ ପଦକ୍ଷେପ ନେବା ଦରକାର।’ରାମଦେବ ଔରଙ୍ଗଜେବଙ୍କ ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମୋଗଲ ବାଦଶାହ ଭାରତର ଲୋକଙ୍କ ପାଇଁ ଆଦର୍ଶ ହୋଇପାରିବେନି। ସେ ଲୁଟେରାଙ୍କ ପରିବାରର ଥିଲେ। ବାବର ହୁଅନ୍ତୁ କିମ୍ବା ତାଙ୍କ ପରିବାର, ସେମାନେ ଭାରତକୁ ଲୁଟିବାକୁ ଆସିଥିଲେ। ହଜାର ହଜାର ମହିଳାଙ୍କ ଉପରେ ଅତ୍ୟାଚର କରିଥିଲେ। ସେମାନେ ଆମର ଆଦର୍ଶ ହୋଇପାରିବେନି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.