ମୁମ୍ୱାଇ :  ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିବା ଦେଖିବାକୁ ମିଳିଛି। ପୁଲିସକୁ ସନ୍ଦେହ ଯେ, ଏହି ହତ୍ୟା ମାମଲାରେ ଲରେନ୍ସ ବିଷ୍ଣୋଇର ଭୂମିକା ନାହିଁ। ଶୁଭମ ଲୋଣକର ଓରଫ୍‌ ଶୁବବୁ ଲରେନ୍ସି ବିଷ୍ଣୋଇ ନାଁରେ ଏହି ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିଥିଲା। ଏହାପରେ ବାବା ସିଦ୍ଦିକି କେସ୍‌ରେ ଲରେନ୍ସ ବିଷ୍ଣୋଇର ନାଁ ଚର୍ଚ୍ଚା ପାଲଟି ଥିଲା। ହେଲେ ପୁଲିସ ଅଧିକାରୀଙ୍କୁ ସନ୍ଦେହ ଯେ, ହୋଇପାରେ ବିଷ୍ଣୋଇ ଏହି ହତ୍ୟାର ସୁପାରୀ ନେଇ ନପାରି ଥାଏ। ଏହାର କାରଣ ଏହା କି, ବିଷ୍ଣୋଇ ସହ ଜଡ଼ିତ କେହି ବି ସେମିତି ବ୍ୟକ୍ତି ଏବେସୁଦ୍ଧା ନିଜ ପାଟି ଖୋଲି ନାହାନ୍ତି। ରେକର୍ଡ ଏହା କହୁଛି ଯେ, ଯେବେ ବି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ କିଛି କରିଛି, ଏଥିରେ ସଂପୃକ୍ତ ଲୋକେ ଖୋଲାଖୋଲି ଏହାକୁ ସ୍ୱୀକାର କରିଛନ୍ତି, ନୁହେଁ ତ ଏଡେଇ ଦେଇଛନ୍ତି। 

ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲ୍‌ରେ ବନ୍ଦୀ ଅଛି। ମୁମ୍ୱାଇ କ୍ରାଇମ୍‌ ବ୍ରାଞ୍ଚ ତାକୁ ପଚରାପଚରି କରିବାରେ ଅସମର୍ଥ ହୋଇଛି। ଏଥିରେ ବାବା ସିଦ୍ଦିକି ମର୍ଡର କେସ୍‌ର ଯାଞ୍ଚ କରୁଥିବା ଅଧିକାରୀ ଏହି କେସ୍‌ରେ ଲରେନ୍ସର ସାମିଲ ହେବାକୁ ନେଇ ନିଶ୍ଚିତ ନାହାଁନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆ ମୁତାବିକ , ପୁଲିସକୁ ସନ୍ଦେହ କି , ଅଭିଯୁକ୍ତ ଶୁଭମ ଲୋଣକର, ଶିବକୁମାର ଗୌତମ ଓ ଜିଶାନ ଅଖତର ନିଜେ ହିଁ ବାବା ସିଦ୍ଦିକିଙ୍କର ସୁପାରୀ ନେଇ ଥିଲା, ବାସ୍ତବରେ ପୁଲିସକୁ ସନ୍ଦେହ ଯେ, ସ୍ଲମ୍‌ ରିହାବିଲିଟେସନର ମାମଲା ସିଦ୍ଦିକିଙ୍କ ମର୍ଡରର ଏକ କାରଣ ହୋଇପାରେ।

ପୁଲିସ ଏବେ ବି କେସ୍‌ରେ ବିଭିନ୍ନ ସମ୍ଭାବନା ଗୁଡ଼ିକ ଉପରେ ବିଚାର କରୁଛି। ବାସ୍ତବରେ ଲରେନ୍ସ ବିଷ୍ଣୋଇ ସହ ଜଡ଼ିତ ୨-୩ ଜଣ ଖାସ୍‌ ବ୍ୟକ୍ତି ଏବେସୁଦ୍ଧା କିଛି କହୁ ନାହାନ୍ତି। ସେ ଲରେନ୍ସର ଭାଇ ଅନମୋଲ ହେଉ, ତାର ସାଥି ରୋହିତ ଗୋଡାରା ହେଉ ବା କାନାଡାକୁ ଯାଇ ରହିଥିବା ଗୋଲ୍ଡି ବରାଡ। ସମସ୍ତେ ସିଦ୍ଦିକି ମର୍ଡର କେସ୍‌ରେ ନିରବ ଅଛନ୍ତି। ଏବେସୁଦ୍ଧା ଏମିତି ହୋଇ ଚାଲିଛି ଯେ, ଏହି ଲୋକେ କୌଣସି କେସ୍‌ରେ ହାତ ଥିବା ବା ନଥିବାକୁ ନେଇ ନିଜ ଦାବି କରିଥାନ୍ତି। ଏବେ ସୁଦ୍ଧା ସେମାନଙ୍କର ନିରବତା ଅନେକ ପ୍ରକାରର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚଳିତ ବର୍ଷ ଅପ୍ରେଲରେ ଯେବେ ସଲମାନଙ୍କ ଘର ବାହାରେ ଫାୟାରିଂ ହୋଇଥିଲା ତ ଅନମୋଲ ବିଷ୍ଣୋଇ ଏଥିରେ ନିଜକୁ ଦାୟୀ କରିଥିଲା। ସେ ଏମିତି କି କହିଥିଲା କି, ଯେବେ ଆଗାମୀ ଥର ଫାୟାରିଂ ହେବ ତ ଗୁଳି ଘର କି କାନ୍ଥକୁ ଲକ୍ଷ୍ୟ ଭେଦ କରିବ ନାହିଁ, ଏହା ସଲମାନ ଖାନଙ୍କ ପାଇଁ ସିଧା ଧମକ ଥିଲା।

ଏହା ବ୍ୟତୀତ ଆଉ ଏକ କଥା ଯେଉଁଥିରେ ପୁଲିସର ଥିଓରୀ ମଜବୁତ ହୋଇଛି ,ତାହା ହେଉଛି ,ଲୋଣକରର ବ୍ରାକଗ୍ରାଉଣ୍ଡ। ସେ ମରାଠୀ ସ୍କୁଲ୍‌ରୁ ୧୨ତମ ପାସ୍‌ କରିଛି। ହିନ୍ଦୀ ଓ ପଞ୍ଜାବୀ ଭାଷାରେ ତାର ଭଲ ଦଖଲ ନାହିଁ। ଏଥିରେ ତାର ସୋସିଆଲ ମିଡ଼ିଆ ପୋଷ୍ଟରୁ ମଧ୍ୟ ପ୍ରଶ୍ନ ଉଠୁଛି। ପୁଲିସକୁ ସନ୍ଦେହ ଯେ ସୋସିଆଲ ମିଡ଼ିଆ ପୋଷ୍ଟରେ ଯେଉଁ କଥା ଅଛି, ତାହା ଆଉ କିଏ ଲେଖି ଲୋଣକରକୁ ଫରୱାର୍ଡ କରିଛି। ଏହାପରେ ଲୋଣକର ଏହାକୁ ଫେସବୁକ୍‌ରେ ପୋଷ୍ଟ କରିଛି ଏବଂ ପରେ ଡିଲିଟ୍‌ କରି ଦେଇଛି।