ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବରୁଣ ଧାୱନଙ୍କ ଫିଲ୍ମ ‘ବେବି ଜନ୍’ର ଟିଜର ଆଉଟ୍

Published By : Anindita Ratha | November 2, 2024 1:24 PM

ମୁମ୍ବାଇ,୦୨/୧୧:ଦୀପାବଳିରେ ଫ୍ୟାନ୍ସଙ୍କୁ ଭେଟି। ବରୁଣ ଧାୱନଙ୍କ ଫିଲ୍ମ  ‘ବେବି ଜନ୍’ର ଟିଜର ଆଉଟ୍। ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ସୋସିଆଲ ମିଡିଆରେ ରିଲିଜ ହୋଇଥିବା ଟିଜରରେ ‘ବେବି ଜନ୍’ର ଗୀତ ମଧ୍ୟ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଶୁଣିବାକୁ ମିଳିଛି। ଯେଉଁଥିରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ କ୍ରମାଗତ ଭାବରେ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। 

ତେବେ ଫିଲ୍ମ ‘ବେବି ଜନ୍’ର ଏହି  ମୋସନ ପୋଷ୍ଟରେ, ବରୁଣ ଧାୱନଙ୍କ ମୁହଁକୁ ରକ୍ତ ଜୁଡୁବୁଡୁ କୁରାଢିରେ ଦେଖିବାକୁ ମିଳିଛି।  ଏଥିସହ ବେବି ଜନ୍ ଫିଲ୍ମର ଟାଇଟଲ୍ ଗୀତ  ଏହାର ବ୍ୟାକ୍‌ଗ୍ରାଉଣ୍ଡରେ ବାଜିବା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳେ। ବରୁଣ ଧାୱନଙ୍କ ଏହି ଭୟଙ୍କର ରୂପ ଦେଖିବା ପରେ ପ୍ରଶଂସକମାନେ କ୍ରମାଗତ ଭାବରେ ସେମାନଙ୍କ ମତାମତ ଦେଉଥିବା ବେଳେ ଫିଲ୍ମ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ନିଜ ମନ୍ତବ୍ୟରେ ବରୁଣଙ୍କ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।  ଖୁବ୍ ଶୀଘ୍ର ଅଟଲୀଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ବେବି ଜନ୍’ରେ ବରୁଣ ଧୱନଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଡିସେମ୍ବର ମାସରେ ରିଲିଜ୍ ହେବାର ଯୋଜନା ରହିଛି । ଏହା ପୂର୍ବରୁ ନିର୍ମାତା ଏହାର ଏକ ଦମଦାର ପୋଷ୍ଟର ରିଲିଜ୍ କରିଛନ୍ତି, ଯାହାକୁ ଫ୍ୟାନ୍ସ ବେଶ୍ ପ୍ରଶଂସା କରିଛନ୍ତି । କରଣ ଜୋହର ମଧ୍ୟ ଏହାର ଫଟୋ ତାଙ୍କ ସୋସିଆଲ୍ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ସେ ଏହାକୁ 'ଖ୍ରୀଷ୍ଟ୍‌ମାସ ବ୍ଲକ୍‌ବଷ୍ଟର ଆଲର୍ଟ' ବୋଲି କହିଛନ୍ତି। ବରୁଣଙ୍କ ଅଭିନୟକୁ ନେଇ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.