ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅକ୍ଷୟ କୁମାରଙ୍କ ଏହି ୫ଦେଶ ଭକ୍ତି ଫିଲ୍ମ, କଲେକ୍ସନ ୧୦୦୦କୋଟିରୁ ବି ଅଧିକ

Published By : Gurupada Nath | May 10, 2025 5:23 PM

ମୁମ୍ବାଇ, ୧୦/୫ :   ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ଫିଲ୍ମ ବକ୍ସ ଅଫିସରେ ଖୁବ୍ କଲେକ୍ସନ କରିଛି । ସେହିଭଳି ତାଙ୍କ ଦେଶଭକ୍ତି ଫିଲ୍ମକୁ ଦେଖି ଲୋକମାନଙ୍କ ଭିତରେ ଦେଶପ୍ରେମ ଜାଗ୍ରତ ହୋଇଥାଏ । ଅକ୍ଷୟ ନିଜ ଫିଲ୍ମ କ୍ୟାରିୟରରେ ଦେଶଭକ୍ତିରେ ଯୋଡ଼ି ହୋଇଥିବା କେତେକ ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି । ଏହି ରିପୋର୍ଟରେ ଆସନ୍ତୁ ଜାଣିବା ଅକ୍ଷୟଙ୍କ ଦେଶ ଭକ୍ତି କେଉଁ ଫିଲ୍ମ ଅଟେ ଯାହା ବକ୍ସ ଅଫିରେ ଭଲ କଲେକ୍ସନ କରିଛି । 

ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେବୀ’ ୨୦୧୫ରେ ରିଲିଜ ହୋଇଥିଲା । ଫିଲ୍ମର ବଜେଟ ୫୯କୋଟି ପାଖାପାଖି ଥିଲା । ସେହିଭଳି ବକ୍ସ ଅଫିସରେ ମଧ୍ୟ ଏହା ସୁପରଡୁପର କଲେକ୍ସନ କରିଥିଲା । ସ୍ୟାକନିକ ରିପୋର୍ଟ ଅନୁସାରେ ଏହି ଫିଲ୍ମ ଓ୍ବାର୍ଲ୍ଡଓ୍ବାଇଡ ଲେବୁଲରେ ୧୪୨.୯୮କୋଟିର ବିଜନେସ କରିଥିଲା । ପ୍ରକାଶ ଯେ, ଏହି ଫିଲ୍ମକୁ ନିରଜ ପାଣ୍ଡେ ନିର୍ଦେଶନା ଦେଇଥିଲେ । ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ତାପସୀ ପନ୍ନୁ, ଅନୁପମ ଖେର ଏବଂ ରାଣା ଡୁଗୁବାତୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

୨୦୧୬ରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଏୟାରଲିଫ୍ଟ’ ରିଲିଜ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ୨୨୮କୋଟିର କଲେକ୍ସନ କରିଥିଲା । ଫିଲ୍ମର ବଜେଟ ବହୁ କମ୍ ଥିଲା । ଏହି ଫିଲ୍ମ କେବଳ ୩୦କୋଟିରେ ନିର୍ମାଣ ହୋଇଥିଲା । ଏହି ଫିଲ୍ମରେ ନିମ୍ରତ କୌର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ନିର୍ଦେଶକ ଏଆର ମୁଋଗଦାସଙ୍କ ଫିଲ୍ମ ‘ହଲିଡେ’ର ପ୍ରତିଟି ସିନରେ ଦେଶପ୍ରେମର ଜଲଓ୍ବା ଦେଖାଯାଇଥିଲା । ଏହି ଫିଲ୍ମରେ ଅକ୍ଷୟ କୁମାର ଲିଡ୍ ରୋଲରେ ଥିଲେ । ଫିଲ୍ମ‌ରେ ସୋନାକ୍ଷୀ ସିହ୍ନା ଭି ଅଛନ୍ତି । ସୂଚନା ଅନୁସାରେ ଏହି ଫିଲ୍ମ ଓ୍ବାର୍ଲ୍ଡଓ୍ବାଇଡ ୧୭୮କୋଟିର କଲେକ୍ସନ କରିଥିଲା । ପ୍ରକାଶ ଯେ, ଏହି ଫିଲ୍ମ ୫୦କୋଟିରେ ନିର୍ମାଣ ହୋଇଥିଲା ।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଋସ୍ତମ’ ୨୦୧୬ରେ ଆସିଥିଲା । ଏହି ଫିଲ୍ମକୁ ୫୦କୋଟିର ବଜେଟରେ ନିର୍ମାଣ ହୋଇଥିଲା । ଫିଲ୍ମ ବକ୍ସ ଅଫିସରେ ପ୍ରାୟ ୨୧୬କୋଟିରୁ ବି ଅଧିକ କଲେକ୍ସନ କରିଥିଲା । ଫିଲ୍ମରେ ଇଲିୟାନା ଡିକ୍ରୁଜ ଅକ୍ଷୟ କୁମାରଙ୍କ ଅପୋଜିଟରେ କାମ କରିଥିଲେ । ଅକ୍ଷୟ କୁମାରଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ୨୦୧୯ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ଭାରତର ମଙ୍ଗଳ ମିଶନର ସତ୍ୟ କାହାଣୀ ଦେଖାଯାଇଛି । ଫିଲ୍ମ ତାପସୀ ପନ୍ନୁ ଏବଂ ବିଦ୍ୟା ବାଲନଙ୍କ ଭଳି କଳାକାର ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.