ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା, ଖେଳିବେ ନାହିଁ ଜସପ୍ରୀତ ବୁମରା !

Published By : Tapas Panda | March 14, 2025 4:40 PM

Image Courtesy: cricketwinner

ମୁମ୍ବାଇ: ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ଖେଳିବା ଉପରେ ଆଶଙ୍କା ଲାଗି ରହିଛି । ଏପରିକି ତାଙ୍କୁ ଆଇପିଏଲ ୨୦୨୫ରେ ମଧ୍ୟ ଦେଖିବାକୁ ମିଳିନପାରେ । ପିଠିରେ ଆଘାତ ଯୋଗୁଁ ଭାରତୀୟ ଦଳରୁ ବାହାରେ ଥିବା ବୁମରା ଏବେ ଆଇପିଏଲରେ ମଧ୍ୟ ଖେଳିପାରିବେ ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ବୁମରା ଆରମ୍ଭରୁ କେତୋଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଜଣାପଡ଼ିଛି । ପିଠିରେ ଆଘାତ ଲାଗିଥିବାରୁ ବୁମରା ଏବେ ବି ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି ।  ବର୍ଡର-ଗାଭାସ୍କର ଟ୍ରଫିରେ ବୁମରାଙ୍କ ପିଠିରେ ଆଘାତ ଲାଗିଥିଲା । ୫ ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମ୍ୟାଚରେ ସେ ଏହି ଆଘାତର ଶିକାର ହୋଇଥିଲେ ।

ଏହା ପରେ ସେ ସମ୍ପୂର୍ଣ୍ଣ ମ୍ୟାଚ୍ ପାଇଁ ବୋଲିଂ କରିପାରି ନଥିଲେ । ଏହି ଆଘାତ ଯୋଗୁଁ ବୁମରା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡିଥିଲେ। ଏବେ ସେ ଆଇପିଏଲ୍‌ ୨୦୨୫ର କିଛି ମ୍ୟାଚରୁ ବାଦ ପଡ଼ିବେ ବୋଲି ଜଣାପଡ଼ିଛି । ଇଏସ୍‌ପିଏନ୍‌ କ୍ରିକ୍‌ଇନଫୋର ରିପୋର୍ଟ ଅନୁସାରେ, ଜସପ୍ରିତ ବୁମରା ଏପ୍ରିଲ ଆରମ୍ଭରୁ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି । ଏପରି ପରିସ୍ଥିତିରେ ସେ ମାର୍ଚ୍ଚରେ ନିର୍ଦ୍ଧାରିତ ମୁମ୍ବାଇ ଇଣ୍ଡିଆନ୍ସର ୩ଟି ମ୍ୟାଚ୍ ଖେଳିପାରିବେ ନାହିଁ । ତେବେ ପ୍ରକୃତରେ ବୁମରା କେତୋଟି ମ୍ୟାଚ୍ ଖେଳିବେ ନାହିଁ  ଏବଂ ସେ କେବେ ଦଳକୁ ଫେରିବେ ସେନେଇ ଟିମ୍‌ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଆଇପିଏଲ ପରେ ଜୁନରେ ଟିମ୍ ଇଣ୍ଡିଆ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ । ତେଣୁ ବିସିସିଆଇ ଏହି ଷ୍ଟାର ବୋଲରଙ୍କ ଫିଟନେସ୍ ଉପରେ ନଜର ରଖିଛି । ଏପରି ପରିସ୍ଥିତିରେ, ବିସିସିଆଇର ଟିମ୍ ମ୍ୟାନେଜମେଣ୍ଟ ଏବଂ ଡାକ୍ତରୀ ଦଳ ବୁମରାଙ୍କ ସମ୍ପର୍କରେ କୌଣସି ତରବରିଆ ପଦକ୍ଷେପ ନେବାକୁ ଚାହିଁବେ ନାହିଁ । ଏନସିଏ ବୁମରାଙ୍କୁ ଫିଟ୍ ଘୋଷଣା କରିବା ପରେ ହିଁ ସେ ଖେଳିପାରିବେ । ମୁମ୍ବାଇ ଇଣ୍ଡିଆନ୍ସ ଏବେ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ଡାକ୍ତରୀ ଦଳର ଅନୁମୋଦନ ପାଇଁ ଅପେକ୍ଷା କରିଛି । ଏହା ପରେ ହିଁ ଷ୍ଟାର ବୋଲର ବୁମରା ଆଇପିଏଲ ଖେଳିପାରିବେ । 

ସୂଚନାଯୋଗ୍ୟ, ମୁମ୍ବାଇ ଟିମ୍‌ ମାର୍ଚ୍ଚ ୨୩ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ନିଜର ଆଇପିଏଲ ଅଭିଯାନ କରିବ । ଏହା ପରେ ମାର୍ଚ୍ଚ ୨୯ରେ ଗୁଜରାଟ ଟାଇଟନ୍ସ ସହ ଖେଳିବ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଟିମ୍‌ ହୋମ ଗ୍ରାଉଣ୍ଡ ଓ୍ବାଙ୍ଖଡେ ଷ୍ଟାଡିୟମରେ ମାର୍ଚ୍ଚ ୩୧ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ୍‌ ରାଇଡର୍ସ ସହ ମୁକାବିଲା କରିବ । ସେହିଭଳି ମୁମ୍ବାଇ ନିଜର ଚତୁର୍ଥ ମ୍ୟାଚ୍‌ ଏଲଏସ୍‌ଜି ସହ ଏପ୍ରତିଲ ୪ରେ ଖେଳିବ ।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.