ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା, ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି

Published By : Rasmita Pradhan | April 21, 2025 8:52 AM

ପୁରୀ, ୨୧/୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟରେ କାର୍ଯ୍ୟରତ ଜଣେ OSAP କର୍ମଚାରୀଙ୍କ ଗୋଡ଼ରେ କାଚ ପଶି ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି। ଅବକାଶ ନୀତି ପରେ ଏହି ନୀତି କରାଯାଇଛି। ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି। 

ଅପର ପକ୍ଷରେ ଆଜି ଅପରାହ୍ନରେ ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ କଟକଣା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି । ୨ୟ ଭୋଗମଣ୍ଡପ ନୀତି ଶେଷ ପରେ ପଇତା ଲାଗି ବିଧି ବଢ଼ିବ । ଦଇତାପତି ସେବକମାନେ ଠାକୁରଙ୍କ ପଇତା ଲାଗି ନୀତି କରିବେ । ଗର୍ଭଗୃହକୁ ଯାଇ ସେମାନେ ସାମୂହିକ ଭାବରେ ସେବା ପ୍ରଦାନ କରିବେ । ସ୍ୱତନ୍ତ୍ର ନୀତି ପରେ ଯଥାବିଧି ମହାସ୍ନାନ ପୂଜା ଶେଷ ହୋଇ ପୁନଃ ଠାକୁର ଦର୍ଶନ ଆରମ୍ଭ ହେବ । ଉକ୍ତ ଦିନର ଠାକୁରଙ୍କ ନୀତି ଉପରେ ଅସଲରେ ପ୍ରକୃତ ଦର୍ଶନ କଟକଣା ସମୟ ଧାର୍ଯ୍ୟ ହେବ ।

ଏହି ଖବରଟିକୁ ପଢନ୍ତୁ-ଲୋକଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସରକାର, ଆଜି ପଶ୍ଚିମ ଓଡ଼ିଶାବାସୀଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.