ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବାହରାଇଚ୍ ହିଂସା: ଚାଲିବ ବୁଲଡୋଚର ନା ଲାଗିବ ରୋକ? ନୋଟିସ୍‌ ମିଳିବା ପରେ ସୁପ୍ରକୋର୍ଟ ପହଞ୍ଚିଲେ ଲୋକ

Published By : Soubhagya Ranjan | October 20, 2024 10:06 PM

Image source: NBT

ନୂଆଦିଲ୍ଲୀ,୨୦/୧୦: ବାହରାଇଚ୍ ହିଂସା ପରେ ସୁପ୍ରିମକୋର୍ଟରେ ସେଠାରେ ପ୍ରସ୍ତାବିତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ଆବେଦନ କରାଯାଇଛି। ଏହି ଆବେଦନ ମାଧ୍ୟମରେ ଉତ୍ତରପ୍ରଦେଶ ସରକାର ଦେଇଥିବା ବିଜ୍ଞପ୍ତିକୁ ବାତିଲ କରିବା ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାକୁ ଦାବି କରାଯାଇଛି। ଏଠାରେ ନୋଟିସ ପାଇବା ପରେ ଲୋକମାନେ ନିଜେ ଘର ଖାଲି କରି ଜିନିଷପତ୍ର ଅନ୍ୟ ସ୍ଥାନକୁ ନେଇଯାଉଛନ୍ତି। ପିଡବ୍ଳୁଡିରୁ ନୋଟିସ୍ ପାଇବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବର୍ତ୍ତମାନ ଲୋକମାନେ ସୁପ୍ରିମକୋର୍ଟଙ୍କ ଠାରୁ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆଶା କରୁଛନ୍ତି।

ଏଥି ସହ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ବାହରାଇଚ୍‌ରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ୧୫ ଦିନ ପାଇଁ ରୋକ୍‌ ଲଗାଯାଇଛି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାର ଦିନ ଅନୁଷ୍ଠିତ ହେବ। ୨୩ ଜଣ ପରିବାରକୁ ନୋଟିସ ଜାରି କରିବା ଏବଂ ତିନି ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ତିନି ଜଣ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଛନ୍ତି। ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ପିଟିସନ ଦାଖଲ କରାଯାଇଛି।

ବାହରାଇକ୍ ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରଫରାଜ ଏବଂ ତାଙ୍କ ସହଯୋଗୀଙ୍କ ଘର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉତ୍ତରପ୍ରଦେଶ ପିଡବ୍ଳୁଡି ୨୩ଟି ଘରକୁ ନୋଟିସ୍ ଦେଇଥିଲା। ନୋଟିସରେ କୁହାଯାଇଛି ଯେ, ସରକାରୀ ଜମିରେ ଏହି ଘରଗୁଡିକ ବେଆଇନ ଭାବେ ନିର୍ମାଣ କରାଯାଇଛି। ପିଡବ୍ଳୁଡଇରୁ ନୋଟିସ୍ ପାଇବା ପରେ ବର୍ତ୍ତମାନ ଅଞ୍ଚଳର ଲୋକମାନେ ଘର ଖାଲି କରୁଛନ୍ତି। ମୋଟ ୨୩ ଟି ଘରେ ନୋଟିସ୍ ଲଗାଯାଇଛି, ସେଥିମଧ୍ୟରୁ ୨୦ ଟି ଘର ମୁସଲମାନ ଏବଂ ତିନୋଟି ହିନ୍ଦୁ ପରିବାରର ଅଟେ। ଅକ୍ଟୋବର ୧୩ ରେ ଉତ୍ତରପ୍ରଦେଶର ବାହରାଇଚ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହା ପରେ ଏହି ଅଞ୍ଚଳରେ ବହୁ ହିଂସା ହୋଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.