ବଳଙ୍ଗା, ୨୫/୦୭: ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ। ପୁଲିସ ଟିମ୍‌ ହାତରେ ଲାଗିଲା ବଡ଼ ସୁରାକ୍‌। ମାରାଥନ୍‌ ଜେରାରେ ମୁହଁ ଖୋଲିଲେ କ୍ରୀଷ୍ଣା ଜୁଏଲାରୀ ଦୋକାନୀ କୁନୁ ସାହୁ । ଅଢ଼େଇ ମାସ ତଳେ ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି। ସାଙ୍ଗରେ ଆସିଥିଲେ ଅନ୍ୟ ଜଣେ ନାବାଳିକା। ମୁଦି ବାବଦକୁ ୫୦୦ଟଙ୍କା ଦେଇଥିବା ଗହଣା ଦୋକାନୀ ସୂଚନା ଦେଇଛନ୍ତି।‌ ଜେରା ପରେ ଜୁଏଲାରୀ ମାଲିକ କୁନୁ ସାହୁଙ୍କୁ ଛାଡ଼ିଛି ପୁଲିସ। ପୀଡ଼ିତାଙ୍କ ପାଖକୁ ମୁଦି କେମିତି ଗଲା ବୋଲି ପ୍ରଶ୍ନ ଉଠିଛି।

ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ବଜାରର ଜଣେ ସୁନା ଦୋକାନୀକୁ ଉଠାଇ ନେଇ କ୍ରାଇମ୍‌  ସ୍ପଟ୍‌ରୁ ମିଳିଥିବା ରୁପା ମୁଦି ସମ୍ପର୍କରେ ପଚରାଉଚରା କରିଛି । ରୁପା ମୁଦିଟି ଉକ୍ତ  ସୁନା ଦୋକାନରୁ ବିକ୍ରି ହୋଇଥିବା ବେଳେ ଅଢ଼େଇ ୨ ମାସ ତଳେ ଜଣେ ପୀଡ଼ିତାଙ୍କ ସାଙ୍ଗ ମୁଦିଟିକୁ  କିଣିଥିବା ସେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ଦୀର୍ଘ  ଦିନ ହୋଇଥିବା ବେଳେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି ତଥ୍ୟ  ମିଳିନାହିଁ ।ଏହି ମୁଦି ଘଟଣାକୁ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି । lତେବେ ଘଟଣା ଘଟିଥିବା ସ୍ଥାନକୁ ମୁଦିଟି କିପରି ଗଲା ତାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଖୋଳତାଡ଼ ଚଳାଇଥିବା ବେଳେ ମୁଦି କିଣିଥିବା ନାବାଳିକାଙ୍କୁ ଚିହ୍ନଟ ପାଇଁ ତଦନ୍ତ ଚାଲିିଛି।