ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି

Published By : Prameya | July 25, 2025 2:31 PM

ବଳଙ୍ଗା, ୨୫/୦୭: ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ। ପୁଲିସ ଟିମ୍‌ ହାତରେ ଲାଗିଲା ବଡ଼ ସୁରାକ୍‌। ମାରାଥନ୍‌ ଜେରାରେ ମୁହଁ ଖୋଲିଲେ କ୍ରୀଷ୍ଣା ଜୁଏଲାରୀ ଦୋକାନୀ କୁନୁ ସାହୁ । ଅଢ଼େଇ ମାସ ତଳେ ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି। ସାଙ୍ଗରେ ଆସିଥିଲେ ଅନ୍ୟ ଜଣେ ନାବାଳିକା। ମୁଦି ବାବଦକୁ ୫୦୦ଟଙ୍କା ଦେଇଥିବା ଗହଣା ଦୋକାନୀ ସୂଚନା ଦେଇଛନ୍ତି।‌ ଜେରା ପରେ ଜୁଏଲାରୀ ମାଲିକ କୁନୁ ସାହୁଙ୍କୁ ଛାଡ଼ିଛି ପୁଲିସ। ପୀଡ଼ିତାଙ୍କ ପାଖକୁ ମୁଦି କେମିତି ଗଲା ବୋଲି ପ୍ରଶ୍ନ ଉଠିଛି।

ଗୁରୁବାର ସନ୍ଧ୍ୟାରେ ବଳଙ୍ଗା ବଜାରର ଜଣେ ସୁନା ଦୋକାନୀକୁ ଉଠାଇ ନେଇ କ୍ରାଇମ୍‌  ସ୍ପଟ୍‌ରୁ ମିଳିଥିବା ରୁପା ମୁଦି ସମ୍ପର୍କରେ ପଚରାଉଚରା କରିଛି । ରୁପା ମୁଦିଟି ଉକ୍ତ  ସୁନା ଦୋକାନରୁ ବିକ୍ରି ହୋଇଥିବା ବେଳେ ଅଢ଼େଇ ୨ ମାସ ତଳେ ଜଣେ ପୀଡ଼ିତାଙ୍କ ସାଙ୍ଗ ମୁଦିଟିକୁ  କିଣିଥିବା ସେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ଦୀର୍ଘ  ଦିନ ହୋଇଥିବା ବେଳେ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି ତଥ୍ୟ  ମିଳିନାହିଁ ।ଏହି ମୁଦି ଘଟଣାକୁ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି । lତେବେ ଘଟଣା ଘଟିଥିବା ସ୍ଥାନକୁ ମୁଦିଟି କିପରି ଗଲା ତାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଖୋଳତାଡ଼ ଚଳାଇଥିବା ବେଳେ ମୁଦି କିଣିଥିବା ନାବାଳିକାଙ୍କୁ ଚିହ୍ନଟ ପାଇଁ ତଦନ୍ତ ଚାଲିିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.