ବାଲେଶ୍ଵର ୩୧/୦୫: ବାଲେଶ୍ଵର ଶିଳ୍ପାଞ୍ଚଳ ଭୟଙ୍କର ଅଗ୍ନିକାଣ୍ଡ। ଏସବିଆଇ ଶାଖା ନିକଟରେ ଜଳିଗଲା ଏକ ଚୂନ, ରଙ୍ଗ ଗୋଦାମ। ଦୋକାନ ଭିତରେ ଥିବା ଜଣେ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁକୁ ଆୟତ୍ତ କଲେ  ଅଗ୍ନିଶମ ଟିମ୍। ଅଗ୍ନିକାଣ୍ଡରେ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ଅଗ୍ନିଶମ ବାହିନୀର କର୍ମଚାରୀ କହିଛନ୍ତିି।

ସୂଚନା ଅନୁଯାୟୀ, ବାଲେଶ୍ଵର ଶିଳ୍ପାଞ୍ଚଳ ଥିବ ଏକ ଚୂନ ଓ ରଙ୍ଗ ଗୋଦାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଦେଖୁ ଦେଖୁ ଦୋକାନାରେ ବ୍ୟାପି ଯାଇଥିଲା। ଦୋକାନ ଭିତରେ ଦୁଇ ଜଣ କର୍ମଚାରୀ ଶୋଇଥିବା ବେଳେ ଜଣେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ଆମ୍ବୁଲାନ୍ସ ପହଞ୍ଚି ଥିଲେ। ପରେ ମୃତଦେହକୁ ଗେଦାମ ଭିତରୁ ବାହାର କରିବାକୁ ଚେଷ୍ଟା କରା ଯାଉଛି। ନିଆଁ ଲାଗିଥିବା ସମୟରେ ଦୁଇ ଜଣ ଗୋଦାମରେ ଥିଲେ। ତେବେ ଜଣେ ଆହତ ଅବସ୍ଥାରେ ବାହାରକୁ ବାହାରି ଆସିଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ଅପ୍‌ଡେଟ୍ ଜାରି..

ଅଧିକ ପଢ଼ନ୍ତୁ :-  Weather Forecast: ଆହୁରି ୪ଡିଗ୍ରୀ ଖସିପାରେ ପାରଦ, ୪୦ ଡିଗ୍ରୀ ତଳେ ଅଧିକାଂଶ ସହର, ୩ରୁ ପୁଣି ବଢ଼ିବ ତାପମାତ୍ରା​​​​​​​