ବାରଙ୍ଗ,୦୮/୦୧: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏବେ ବଳିଆ କୁକୁର ବଂଶ ବୃଦ୍ଧି ହେବ । ପ୍ରଥମ ଥର ପାଇଁ ମା' ହେବାକୁ ଯାଉଛି ବଳିଆ କୁକୁର । ସେହିପରି ଧୂସର ଗଧିଆ ଓ ବିଲୁଆ ମଧ୍ୟ ମା' ହେବାକୁ ଯାଉଛନ୍ତି ।

ଗତ ନଭେମ୍ବରରେ ବଳିଆ କୁକୁରର ମିଳନ କରାଯାଇଥିଲା । କୁକୁର ଉପରେ ଆରମ୍ଭରୁ ନଜର ରଖାଯାଇଛି । ଦରକାରୀ ଔଷଧ ଦିଆଯାଉଛି । ସମୟ ପାଖେଇ ଆସିଥିବାରୁ ସିସିଟିଭି ମାଧ୍ୟମରେ କର୍ମଚାରୀମାନେ ଦିନ ରାତି ଜଗିରହୁଛନ୍ତି । ଆଉ ଅଳ୍ପଦିନ ମଧ୍ୟରେ ଶାବକ ଜନ୍ମ ଦେବ ବୋଲି ଜଣାପଡ଼ିଛି । ସେହିପରି ଧୂସର ଗଧିଆ ଓ ବିଲୁଆ ଉପରେ ମଧ୍ୟ ନଜର ରଖାଯାଇଛି ।