ନୂଆଦିଲ୍ଲୀ, ୧୨/୦୬: ପ୍ରେମିକ ମିଲିନ୍ଦ ଚନ୍ଦୱାନୀଙ୍କ ସହ ନିର୍ବନ୍ଧ କରିଛନ୍ତି ‘ବାଲିକା ବଧୂ’ ଫେମ୍‌ ଅବିକା ଗୌର । ଏହି ମୁହୂର୍ତ୍ତର ଫଟୋ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ବନ୍ଧୁ ଓ ଫ୍ୟାନ୍‌ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଅବିକା ନିର୍ବନ୍ଧର ଫଟୋ ସହିତ ଲେଖିଛନ୍ତି ‘ସେ ପଚାରିଲେ, ମୁଁ ହସିଲି, ମୁଁ କାନ୍ଦିଲି । ଆଉ ପୁଣି ଜୋର୍‌ରେ ଚିତ୍କାର କଲି । ମୁଁ ପୂରାପୂରି ଫିଲ୍ମୀ । କିନ୍ତୁ ସେ ଶାନ୍ତ । ମୁଁ ନଖରାମି କରେ, ସେ ମୋ ନଖରା ଉଠାନ୍ତି । ଆମେ ଦୁହେଁ ପରସ୍ପର ପାଇଁ । ଯେତେବେଳେ ସେ ପଚାରିଲେ, ମୁଁ ଭାବୁକ ହୋଇଗଲି ଆଉ ହଁ କହିଦେଲି । ପ୍ରକୃତ ପ୍ରେମ ପର୍‌ଫେକ୍ଟ ନୁହେଁ, କିନ୍ତୁ ମ୍ୟାଜିକାଲ୍‌ ।’ 

ମିଲିନ୍ଦ ଚନ୍ଦୱାନୀ ‘ରୋଡିଜ୍‌’ର ପ୍ରତିଯୋଗୀ ଥିଲେ । ସେ ଜଣେ ସମାଜକର୍ମୀ ମଧ୍ୟ । ୨୦୨୦ରେ ମିଲିନ୍ଦଙ୍କ ସହ ସମ୍ପର୍କକୁ ଔପଚାରିକ କରିଥିଲେ ଅବିକା । ‘ବାଲିକା ବଧୂ’ ଧାରାବାହିକରୁ ପ୍ରସିଦ୍ଧି ପାଇଥିବା ଅବିକା ‘ସସୁରାଲ ସିମର୍‌ କା’, ‘ଲାଡୋ’ ସମେତ ‘ଝଲକ୍‌ ଦିଖ୍‌ଲା ଯା’, ‘ବକ୍ସ କ୍ରିକେଟ୍‌ ଲିଗ୍‌’, ଫିୟର ଫ୍ୟାକ୍ଟର୍‌: ଖତ୍‌ରୋଁ କେ ଖିଲାଡ଼ି-୯’ରେ ନଜର ଆସିଛନ୍ତି । ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି ।