ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର; ଆଡ଼େଇ ହୋଇ ରହିଛି ପ୍ରଶାସନ

Published By : Manoj | August 2, 2025 1:45 PM

କାକିରିଗୁମା,୦୨/୦୮: ତୁହାକୁ ତୁହା ବର୍ଷା ।  ସନ୍ତସନ୍ତିଆ ପରିବେଶ । ପାହାଡ଼ ଓ ଜଙ୍ଗଲ ଭିତରେ  ବାଜି ଲାଗିଛି ସେମାନଙ୍କ ଜୀବନ । ପାଦେପାଦେ  ରହିଛି ବିପଦ । ଗୋଟିଏ ପଟେ ହିଂସ୍ର ଜନ୍ତୁ,  ଅନ୍ୟପଟେ ସରୀସୃପଙ୍କ ଭୟ । ଏଭଳି ନିଛାଟିଆ  ଜଙ୍ଗଲିଆ ପରିବେଶକୁ ସେମାନେ ଆପଣାଇବାକୁ  ବାଧ୍ୟ ହୋଇଛନ୍ତି । କୁକୁଡ଼ା ରହିଲା ଭଳି ଛୋଟିଆ  ଭାଡ଼ିଟିଏ ତିଆରି କରି ତା’ରି ତଳେ ମୁଣ୍ଡ ଗୁଞ୍ଜିଛନ୍ତି  ୩ ଛୁଆଙ୍କ ସହ ୫ ପ୍ରାଣୀ କୁଟୁମ୍ବ । ଯିବେ ତ  କୁଆଡ଼େ ଯିବେ । ନିଜ ମାଟିଘର ଖଣ୍ଡିକ ମାଟିରେ ମିଶିଯିବା ପରେ ନିହାତି ଗରିବ ଆଦିବାସୀ  ପରିବାର ପାଖରେ ବିକଳ୍ପ ନାହିଁ । ସବୁ ପ୍ରତିକୁଳ ପରିସ୍ଥିତିକୁ ସାମ୍ନା କରି ସେମାନେ କେବଳ ୧୦  କେଜି ଚାଉଳରେ ବଞ୍ଚି ଆସୁଛନ୍ତି ଏକ ବିଡ଼ମ୍ବିତ ଜୀବନ । ୩ ପିଲାଙ୍କ ପାଠପଢ଼ାରେ ବି ଡୋରି  ବନ୍ଧାଯାଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ  ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଭିତରଗଡ଼ ପଞ୍ଚାୟତରୁ ୩ କିମି  ଦୂର ଏକ ଜଙ୍ଗଲରେ । ଦୟନୀୟ ଜୀବନ ଜିଉଁଥିବା  ଏହି ପରିବାରର ମୁଖିଆ ହେଉଛନ୍ତି ବାରିଗୁଡ଼ାର  ବଲ୍ଲଭ ଜାନୀ । 

ମିଳିଥିବା ସୂଚନା ଅନୁଯାୟୀ, ସ୍ତ୍ରୀ ସେବତୀ  ଜାନୀ ଓ ତିନି ପୁଅଙ୍କୁ ନେଇ ବଲ୍ଲଭଙ୍କ ସଂସାର ।  ନିଜର ବୋଲି କେବଳ ମାଟିଘର ଖଣ୍ଡିଏ  ଥିଲା । ସ୍ୱାମୀ-ସ୍ତ୍ରୀ କୁଲିଭୁତି କରି ବହୁ କଷ୍ଟରେ  ପରିବାର ଚଳାଉଥିଲେ । ୬ ମାସ ତଳେ ହଠାତ୍‌  ଝଡ଼ବର୍ଷାରେ ସେମାନଙ୍କ ମାଟିଘର ମାଟିରେ ମିଶି  ଯାଇଥିଲା । ଏହାପରେ ସେମାନଙ୍କୁ କେହି ଆଶ୍ରୟ  ଦେଲେ ନାହିଁ । ସ୍ଥାନୀୟ ସରପଞ୍ଚ କିମ୍ବା ଆର୍‌ଆଇ  ଘଟଣାସ୍ଥଳକୁ ଗଲେନି କି ଦୁଃଖ ବୁଝିଲେନି । ଆଡ଼େଇ ହୋଇ ରହିଲା ପ୍ରଶାସନିକ କଳ ।  ଶେଷରେ ଅନ୍ୟ ଉପାୟ ନ ପାଇ ବଲ୍ଲଭ  ଘରଠାରୁ ୩ କିମି ଦୂର ଏହି ଜଙ୍ଗଲରେ ଆଶ୍ରୟ  ନେଇଛନ୍ତି । କେଇଖଣ୍ଡ ଛୋଟ ଛୋଟ କାଠବାଉଁଶ  ପୋତି, ତା ଉପରେ ଚିରାଫଟା ପଲିଥିନ୍‌  ପକାଇ ଛୋଟିଆ ଭାଡ଼ିଟିଏ ତିଆରି କରିଛନ୍ତି ।  ଏଭଳି ଘରେ ୫ ପ୍ରାଣୀ ରହିବା କେତେ  ସୁରକ୍ଷିତ ପ୍ରଶାସନ ତାହା ବୁଝିବା ଦରକାର ।  

ବିଡ଼ମ୍ବନା, ଏପର୍ଯ୍ୟନ୍ତ ଏହି ଗରିବ  ପରିବାର ପାଖରେ ସରକାରୀ ଅଧିକାରୀ  କିମ୍ବା ଲୋକ ପ୍ରତିନିଧି କେହି ହେଲେ ପହଞ୍ଚି  ନାହାନ୍ତି । ଆଶାଦିଦି ସୁଲା ମୁଦୁଲିଙ୍କଠାରୁ  ସୂଚନା ପାଇବା ପରେ ଆମେ ପହଞ୍ଚିଥିଲୁ  ଜଙ୍ଗଲରେ । ଗରିବଗୁରୁବାଙ୍କ ପାଇଁ ଆବାସ  ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି, ତାହାର  ଚିତ୍ର ସାଉଁଟିଥିଲୁ । ପଚାରିବାରୁ ଜଣାପଡ଼ିଲା,  ସରକାରୀ ସହାୟତା କହିଲେ ସ୍ୱାମୀ-ସ୍ତ୍ରୀଙ୍କୁ  ମିଳୁଛି ମାତ୍ର ୧୦ କେଜି ଚାଉଳ । ପିଲାଙ୍କ  ଭାଗରେ ତାହା ବି ଜୁଟିନି । ପିନ୍ଧିବା ଲାଗି  ଭଲ କପଡ଼ା ଖଣ୍ଡେ ବି ନାହିଁ । ପନିପରିବା, ତେଲଲୁଣ ବି ସ୍ୱପ୍ନ ହୋଇଯାଇଛି ସେମାନଙ୍କ  ପାଇଁ । ବଡ଼ପୁଅ ପାଖରେ ପ୍ୟାଣ୍ଟ୍‌ସାର୍ଟ ନ  ଥିବାରୁ କେଉଁଠୁ ଏକ ଝିଅ ଡ୍ରେସ୍‌ ସଂଗ୍ରହ  କରି ପିନ୍ଧୁଛି । କେବଳ ଡଙ୍ଗରରୁ ଯାହାକିଛି  ମାଣ୍ଡିଆ ଅମଳ କରୁଛନ୍ତି, ସେତିକିରେ ପେଟ  ପୂରାଉଛନ୍ତି । ଏ ସମ୍ପର୍କରେ ଆମେ ସରପଞ୍ଚ  ଲଳିତା ଜାନୀଙ୍କୁ ପଚାରିବାରୁ କହିଛନ୍ତି, ଘଟଣା  ସମ୍ପର୍କରେ ସେ ଅବଗତ ନ ଥିବା କହିଛନ୍ତି ।  ବିଡିଓ ଗୁରେଶ୍ୱର ଭୋଇଙ୍କ ମତାମତ ନେବା ଲାଗି  ଉଦ୍ୟମ କରାଯାଇଥିଲେ ବି ତାହା ସମ୍ଭବ ହୋଇନି ।  ଦେଖାଯାଉ, ଜିଲ୍ଲା ପ୍ରଶାସନର କେବେ ନଜର  ପଡ଼ୁଛି ଏହି ଗରିବ ପରିବାର ଉପରେ । କେବେ  ସେମାନଙ୍କୁ ଏ ଦାରୁଣ ଦୁଃଖରୁ ମୁକ୍ତି ମିଳୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.