ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

‘ଅଗ୍ନି-୫’ର ସଫଳ ପରୀକ୍ଷଣ, ଘଣ୍ଟା ପ୍ରତି ୩୦ ହଜାର କିଲୋମିଟର ବେଗରେ ଲକ୍ଷ୍ୟଭେଦ କରିପାରିବ

Published By : Manoj | August 21, 2025 8:10 AM

ବାଲେଶ୍ୱର,୨୧/୦୮: ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୫’ର ସଫଳ ପରୀକ୍ଷଣ ହୋଇଛି। ଷ୍ଟ୍ରାଟେଜିକ୍‌ ଫୋର୍ସ କମାଣ୍ଡ(ଏସ୍‌ଏଫ୍‌ସି) ର ତତ୍ତ୍ୱାବଧାନରେ ଏହି ପରୀକ୍ଷଣ ବୁଧବାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର) ଅଧୀନସ୍ଥ ଅବଦୁଲ କଲାମ ଦ୍ୱୀପ(ଧାମରା)ରୁ  ସଫଳତା ସହ କରାଯାଇଛି । ଏହି ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଗୁରୁତ୍ୱ ବୃଦ୍ଧି ପାଇଛି । ବିଶେଷ କରି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ଚାଇନାକୁ ନିଜର ଶକ୍ତି ଦେଖାଇବାରେ  ଭାରତ ସଫଳ ହୋଇଛି ।  

ପ୍ରତିରକ୍ଷା ଗବେଷଣା ଓ ବିକାଶ  ସଙ୍ଗଠନ(ଡିଆର୍‌ଡିଓ) ପକ୍ଷରୁ  ସନ୍ଧ୍ୟା ୬ଟା ୩୦ରେ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମସ୍ତ କାର୍ଯ୍ୟକ୍ଷମ ଓ  ବୈଷୟିକ ପାରାମିଟରକୁ ବୈଧ  କରିଥିଲା । ଏହି କ୍ଷେପଣାସ୍ତ୍ରଟି  ଡିଆର୍‌ଡିଓ ଦ୍ୱାରା ବିକଶିତ ହୋଇଛି । ଏହା ଅଗ୍ନି ସିରିଜ୍‌ର ସବୁଠାରୁ ଉନ୍ନତ  ସଂସ୍କରଣ । ଆକ୍ରମଣ କ୍ଷମତା ଓ  ସଠିକତାକୁ ବୃଦ୍ଧି କରିବା ପାଇଁ ଏହାକୁ  ଆଧୁନିକ ନାଭିଗେସନ୍‌, ମାର୍ଗଦର୍ଶନ,  ଯୁଦ୍ଧାସ୍ତ୍ର, ଇଞ୍ଜିନ୍‌ ପ୍ରଯୁକ୍ତିବିଦ୍ୟା ସହିତ  ଡିଜାଇନ୍‌ କରାଯାଇଛି । ‘ଅଗ୍ନି-୫’  କ୍ଷେପଣାସ୍ତ୍ରକୁ ପରମାଣୁ ବ୍ୟବହାର ପାଇଁ  ଡିଜାଇନ୍‌ କରାଯାଇଛି । ଏହି ଉନ୍ନତ  ସଂସ୍କରଣ କ୍ଷେପଣାସ୍ତ୍ର ଏକକାଳୀନ  ତିନୋଟି ଯୁଦ୍ଧାସ୍ତ୍ର ନିକ୍ଷେପ କରିପାରିବ । ଏହି କ୍ଷେପଣାସ୍ତ୍ରକୁ ମଧ୍ୟ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ ଭାବେ  ବିବେଚନା କରାଯାଉଛି ।  

ମଲ୍‌ଟିପଲ୍‌ ଇଣ୍ଡିପେଣ୍ଡାଣ୍ଟଲି ଟାର୍ଗେଟ୍‌ବୁଲ୍‌ ରିଏଣ୍ଟ୍ରି  ଭେଇକିଲ(ଏମଆଇଆରଭି) ଜ୍ଞାନ କୌଶଳରେ ଏହା  ନିର୍ମିତ ହୋଇଛି ।ଏହି ମିସାଇଲ ଉତ୍‌କ୍ଷେପଣ ପରେ  ବାୟୁ ମଣ୍ଡଳର ଉପରକୁ ଯାଇ ପୁଣି ବାୟୁମଣ୍ଡଳକୁ ପ୍ରବେଶ କରିଥାଏ । ସେହିଠାରୁ ଏହି କ୍ଷେପଣାସ୍ତ୍ର ଏକାଧିକ ଟାର୍ଗେଟ୍‌  ଧ୍ୱଂସ କରିପାରିବାର କ୍ଷମତା ରଖିଛି । ଏହାର ସ୍ୱତନ୍ତ୍ରତା  ହେଉଛି ଏହା ଶତ୍ରୁପକ୍ଷର ସାଟେଲାଇଟ୍‌ ଟ୍ରାକ୍‌ କରିପାରିବନି ।   

ଏହାର ଓଜନ ୫ ହଜାର ୬୦୦ କି.ଗ୍ରା ଥିବାବେଳେ  ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ରହିଛି । ଏହା  ୧୫୦୦ କି.ଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ, ଆଣବିକ  ଯୁଦ୍ଧାସ୍ତ୍ର ବହନ କରିପାରିବ । ଉତ୍‌କ୍ଷେପଣ ସ୍ଥାନରୁ ନିଜ  ଲକ୍ଷ୍ୟଭେଦ ସୀମା ଭିତରେ ଥିବା ସ୍ଥାନକୁ ଘଣ୍ଟା ପ୍ରତି ୨୯  ହଜାର ୪୦୦ କି.ମି ବେଗରେ ଲକ୍ଷ୍ୟଭେଦ କରିପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.