ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୁର ପଲ୍ଲୀରେ ବନ୍ଦାଣ ପର୍ବ, ବଳଦକୁ ନେଇ ଅଣ୍ଡା ମଡ଼ା ଗଲା

Published By : Gurupada Nath | October 31, 2024 8:03 PM

କେନ୍ଦୁଝର ସଦର,୩୧/୧୦ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପୁରପଲ୍ଲୀରେ ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ଧରି ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ପ୍ରଥମ ଦିନ ଅବସରରେ ଗାଁ ଗଣ୍ଡାରେ ପାରମ୍ପରିକ ପୂଜା ଅର୍ଚ୍ଚନା ଦେଖିବାକୁ ମିଳିଛି। ଏହି ପର୍ବ ବିଶେଷ କରି ମହାନ୍ତ ଏବଂ ଓରାମ ସମ୍ପ୍ରଦାୟର ଲୋକମାନେ ଖୁବ ଆଡମ୍ବର ସହିତ ପାଳନ କରିଥାନ୍ତି । ବିଧିର ବିଧାନ ପାଇଁ ଏହି ସମ୍ପ୍ରଦାୟର ଲୋକମାନେ ନିଜ ବଳଦ ଦ୍ୱାରା ଗୋଠାଣିରେ ଅଣ୍ଡା ମଡ଼ା କାର୍ଯ୍ୟକ୍ରମ କରିଛନ୍ତି । 

ଗାଈ ଗୋଠାଣୀରେ ଦେହୁରୀ ଯଥା ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା କରିବା ପରେ ଗୋଠାଣିର ପୂଜା ସ୍ଥାନରେ ପୂଜା କରାଯାଇଥିବା ଅଣ୍ଡାକୁ ସ୍ଥାପନ କରି ବଳଦ ଗୁଡିକୁ ସେହି ସ୍ଥାନକୁ ନିଆଯାଇ ଅଣ୍ଡା ମଡ଼ା ଯାଇଥିଲା । ଏଥିରେ  ଯେଉଁ ବଳଦ ଅଣ୍ଡାଟିକୁ ମାଡିଥାଏ ସେହି ବଳଦକୁ ଶ୍ରୀ ବଳଦ କୁହାଯାଏ। ଅଣ୍ଡା ମାଡିଥିବା  ବଳଦ ମାଲିକଙ୍କ ଘରେ ଲଷ୍ମୀ ପ୍ରବେଶ ହୋଇଛି ବୋଲି ସମ୍ପ୍ରଦାୟର ଲୋକମାନେ ମାଂସ ଭାତ ଆଦି ଆସର କରିଛନ୍ତି । ଏହି ପର୍ବ ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଘରେ ଘରେ ଲୋକମାନେ ତାଙ୍କରି କୃଷି ଉପରକରଣକୁ ପୂଜା କରିବା ସହ ଗାଈ ବଳଦକୁ ବନ୍ଦାପନା  କରିଛନ୍ତି । 

ଘର ଦୁଆର ଲିପା ପୋଛା କରିବା ସହ ସୁନ୍ଦର ଭାବେ ଝୁଟି ଚିତା ପକାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ପଦ୍ମପୁର, ଗୋବର୍ଦ୍ଧନ, ପର୍ଜନପୁର, ନୂଆଗାଁ, ଶଙ୍କିରୀ, ନେଲୁଙ୍ଗ, ଡିମ୍ବ, ଶିରିଶିପାଳ, ବରଦାପାଳ, ମହାଦେଇଯୋଡ଼ା, କାଉରିକଳା, ହାଣ୍ଡିଭଙ୍ଗା, କାଠବାରି, ବାଉରିପଦା, ନରଣପୁର ଆଦି ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡିକରେ ମହାନ୍ତ ଏବଂ ଓରାମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.