ନବରଙ୍ଗପୁର୦୪/୦୬ : ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ସଙ୍ଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଓ ନବରଙ୍ଗପୁର ଜିଲ୍ଲା କର୍ମକର୍ତ୍ତା ଚୟନ ସ୍ଥାନୀୟ ଆଶାକିରଣ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ନାଟ୍ୟକାର ଜଗନ୍ନାଥ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ରାଜ୍ୟ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ରାଜ୍ୟ ସଭାପତି ବିଜୟ ମିଶ୍ର ମୁଖ୍ୟ ଅତିଥି, ପଶ୍ଚିମ ଓଡ଼ିଶା ସଙ୍ଘ ସଭାପତି ରତ୍ନାକର ସାହୁ ସମ୍ମାନିତ ଅତିଥି, ଦକ୍ଷିଣ ଓଡ଼ିଶା ସଭାପତି ପ୍ରମୋଦ କୁମାର ଦାଶ ଅନ୍ୟତମ ଅତିଥି ଓ କବି ପ୍ରଭାସିନୀ ମହାନ୍ତି ମୁଖ୍ୟ ବକ୍ତା ଭାବେ ମଞ୍ଚାସିନ ଥିଲେ। ଜିଲ୍ଲାର ବିଭିନ୍ନ ପ୍ରକାର କଳାକାର ଯଥା, ମଞ୍ଚ ଅଭିନୟ, ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ସ୍ଥାପତ୍ୟ କଳା, ଲାଖ ହସ୍ତଶିଳ୍ପୀ, ଇତ୍ୟାଦି କ୍ଷେତ୍ରରେ ପରିଦର୍ଷିତା ଲାଭ କରିଥିବା ସମସ୍ତ କଳାକାର ମାନଙ୍କ ପ୍ରତିଭାକୁ ଲୋକ ଲୋଚନକୁ ଆଣି, ତାଙ୍କ କଳାର ସର୍ବାଙ୍ଗୀନ ବିକାଶ, ପ୍ରସିଦ୍ଧି ଲାଭ ଓ ସରକାର ସହାୟତା ପ୍ରଦାନ ପାଇଁ ସଙ୍ଘ ପ୍ରେରଣା ପ୍ରଦାନ କରିବା ଓ ପ୍ରୋତ୍ସାହନ ଦେବା ସଙ୍ଘର ମୂଳ ଲକ୍ଷ ରହିବ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ। 

ଆଜିର ସଭାରେ ରାଜ୍ୟ ସଭାପତି ଶ୍ରୀ ମିଶ୍ରଙ୍କ ଅନୁମୋଦନ କ୍ରମେ ନବରଙ୍ଗପୁର ଜିଲ୍ଲା ଶାଖା ସଭାପତି ଭାବେ ଶିବ ଶଙ୍କର ତ୍ରିପାଠୀ, ସାଧାରଣ ସମ୍ପାଦକ ରିତେଶ ପୂଜାରୀ, କାର୍ଯ୍ୟକାରୀ ସମ୍ପାଦକ ପ୍ରକାସିନି ଚୌଧୁରୀ, ଉପସଭାପତି ଶ୍ରୀନିବାସ ପାତ୍ର, ଦେବୀ ପ୍ରସାଦ ତ୍ରିପାଠୀ, କୋଷାଧ୍ୟକ୍ଷ  ରଘୁନାଥ ରଥ, ସମନ୍ୱୟକ ବିଭୁଦତ୍ତ ସେଠୀ, ଚୈତନ୍ୟ ବେହେରା, କୁମାର ବୈଭବ, ଆଇନ୍ ପରାମର୍ଶଦାତା ମୂରଲୀଧର ପଟ୍ଟନାୟକ, ଉପଦେଷ୍ଟା ଜଗନ୍ନାଥ ବେହେରା, ମନୋଜ ମହଙ୍କୁଡ,ମନୋଜ ମହାରଣା, ପ୍ରଭାସିନୀ ମହାନ୍ତି, ଆଦିଙ୍କୁ ଚୟନ କରାଗଲା। ଏହି ରାଜ୍ୟସ୍ତରୀୟ ସମ୍ମିଳନୀରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କଳାକାରମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଗୋକୁଳ ଖାଡ଼ଙ୍ଗା, ମନୋଜ ପଟ୍ଟନାୟକ, ପ୍ରମୋଦ କୁମାର ଦାଶ, ଲିଲିଙ୍କ ବାରିକ, ମନୋରମା ମାଝୀ, ଉର୍ମିଳା ପାଙ୍ଗି, ଭବାନୀ ପାତ୍ର, ସୋମନାଥ ରାଉତ, ଗୌର ହରି ତ୍ରିପାଠୀ, ହରିଶ୍ଚନ୍ଦ୍ର ବେହେରା, ନିର୍ମଳ ସାହୁ, ତ୍ରିପତି ପପ୍ପଲା, ଯୁଯାମଣି ଗୋଲାରି, ଚୈତନ୍ୟ ବେହେରା, ରୀନା ରାଣୀ ସାହୁ, ଶାନ୍ତି ପଣ୍ଡା, ଭକ୍ତ ପ୍ରାସାଦ ବେହେରା, ଈଶ୍ୱର ବାଞ୍ଜରା, ରଶ୍ମୀ ଧାନଫୁଲ, ନିତ୍ୟାନନ୍ଦ ମହାନ୍ତି ଏବଂ ଅନ୍ୟାନ୍ୟ ଅନେକ କଳାକାର ଯୋଗ ଦେଇଥିଲେ।