ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

IPL-2025: ୧୦ ବର୍ଷ ପରେ ୱାଙ୍ଖଡେରେ ମୁମ୍ୱାଇକୁ ହରାଇଲା ବାଙ୍ଗାଲୋର; ୧୨ ରନର ରୋମାଞ୍ଚକର ବିଜୟ

Published By : Bijay Swain | April 7, 2025 11:48 PM

Image courtesy: bcci

ନୂଆଦିଲ୍ଲୀ: ସୋମବାର ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମୁମ୍ବାଇ ଇଣ୍ଡିଆନ୍ସ (MI) ବିପକ୍ଷରେ ୧୨ ରନର ରୋମାଞ୍ଚକର ବିଜୟ ହାସଲ କରିଛି। ଦଳ ଦୀର୍ଘ ୧୦ ବର୍ଷ ପରେ ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଶେଷଥର ପାଇଁ ୨୦୧୫ ମସିହା ଆଇପିଏଲ ସିଜିନରେ ବେଙ୍ଗାଲୁରୁ ୱାଙ୍କଡେରେ ବିଜୟର ସ୍ୱାଦ ଚାଖିଥିଲା।

ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗାଲୁରୁ ୨୦ ଓଭରରେ ୬ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା। ଜବାବରେ ମୁମ୍ବାଇ ୨୦ ଓଭରରେ ୯ ୱିକେଟ୍ ହରାଇ କେବଳ ୨୦୯ ରନ୍ କରିପାରିଥିଲା। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୪୨) ଏବଂ ତିଲକ ବର୍ମା (୫୬) ୩୪ ବଲ୍ ରେ ୮୯ ରନ୍ ର ଭାଗୀଦାରି କରି ଦଳକୁ ରନ୍ ପିଛା କରାଇବାରେ ସଫଳ ହୋଇଥିଲେ। କିନ୍ତୁ ଏହି ଯୋଡ଼ି ଆଉଟ୍ ହେବା ପରେ ଦଳ ମ୍ୟାଚ୍ ହାରି ଯାଇଥିଲା। ବାଙ୍ଗାଲୋର ପକ୍ଷରୁ କୃନାଲ ପାଣ୍ଡ୍ୟା ୪ଟି ୱିକେଟ ନେଇଥିଲେ। ୟଶ ଦୟାଲ ଏବଂ ଜୋଶ ହାଜେଲଉଡ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ୬୭ ରନ ଏବଂ ଅଧିନାୟକ ରଜତ ପତିଦାର ୬୪ ରନ ସହ ଅର୍ଦ୍ଧଶତକ ହାସଲ କରିଥିଲେ। ଜିତେଶ ଶର୍ମା ୪୦ ରନ ସଂଗ୍ରହ କରି ଅପରାଜିତ ଭାବେ ଶେଷଯାଏ କ୍ରିଜରେ ରହିଥିଲେ ଏବଂ ଦେବଦତ୍ତ ପାଦିକ୍କାଲ ୩୭ ରନର ଯୋଗଦାନ କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଭିଗ୍ନେଶ ପୁଥୁର ଗୋଟିଏ ୱିକେଟ ପାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.