ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଂଲାଦେଶରେ ଛାତ୍ର ଆନ୍ଦୋଳନ ସମୟରେ ହୋଇଥିଲା ଅତ୍ୟାଚାର, ୪୧ ଜଣ ପୂର୍ବତନ ପୋଲିସ ଅଧିକାରୀ ଗିରଫ...

Published By : Ladu Kishor | February 17, 2025 7:53 PM

ନୂଆଦିଲ୍ଲୀ: ବାଂଲାଦେଶ ପୋଲିସ ୪୧ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିଛି। ଛାତ୍ର ଆନ୍ଦୋଳନ ସମୟରେ ଅତ୍ୟାଚାର କରିଥିବା ୧୦୫୯ ପୂର୍ବତନ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏହି ଅଭିଯୁକ୍କ ମାନେ ସାମିଲ ଥିଲେ । ସୋମବାର ଗଣମାଧ୍ୟମରେ ଏହି ସୂଚନା ପ୍ରକାଶ ପାଇଛି । ଏହି ଆନ୍ଦୋଳନ ଯୋଗୁଁ, ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରର ପତନ ଘଟିଥିଲା ଏବଂ ତାଙ୍କୁ ଦେଶ ଛାଡିବାକୁ ପଡିଥିଲା।

ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ଛାତ୍ରମାନଙ୍କର ଭେଦଭାବ ବିରୋଧୀ ପ୍ରତିବାଦ ଏକ ଆନ୍ଦୋଳନର ରୂପ ନେଇଥିଲା ଏବଂ ହାସିନାଙ୍କ ସରକାରଙ୍କୁ କ୍ଷମତାରୁ ବହିଷ୍କାର କରିଥିଲା। ଗତବର୍ଷ ଜୁଲାଇରୁ ଅଗଷ୍ଟ ମଧ୍ୟରେ ହୋଇଥିବା ପ୍ରତିବାଦରେ ପ୍ରାୟ ୧୪୦୦ ଲୋକ ପ୍ରାଣ ହରାଇଥିଲେ।

'ପ୍ରଥମ ଆଲୋ' ଖବରକାଗଜ ପୋଲିସ ମୁଖ୍ୟାଳୟର ଅଜ୍ଞାତ ଅଧିକାରୀଙ୍କ ବୟାନକୁ ଉଦ୍ଧୃତି ଦେଇ କହିଛି ଯେ, ଅତ୍ୟାଚାରରୁ ବଞ୍ଚିଥିବା ବ୍ୟକ୍ତି କିମ୍ବା ମୃତକଙ୍କ ପରିବାର ସଦସ୍ୟ ମାନେ ପୋଲିସ ଷ୍ଟେସନ ଏବଂ କୋର୍ଟରେ ଶହ ଶହ ମାମଲା ଦାୟର କରିଛନ୍ତି, ଯେଉଁଥିରେ ମୁଖ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥାର ୧୦୫୯ ଜଣ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଛି। ପୋଲିସ ଏପର୍ଯ୍ୟନ୍ତ ୪୧ ଜଣ ପୂର୍ବତନ ଅଧିକାରୀଙ୍କୁ ଗିରଫ କରିସାରିଛି।

ଢାକା ମେଟ୍ରୋପଲିଟାନ୍ ପୋଲିସର ପୂର୍ବତନ ଅତିରିକ୍ତ କମିଶନର ପଳାତକ ହାରୁନ-ଉର-ରସିଦଙ୍କ ବିରୋଧରେ ସର୍ବାଧିକ ୧୭୪ଟି ମାମଲା ରୁଜୁ ହୋଇଛି । ଗିରଫ ପୂର୍ବତନ ଆଇଜିପି ଅଲ୍ ମାମୁନଙ୍କ ବିରୋଧରେ ୧୫୯ଟି ମାମଲା ରହିଛି। ଅଧିକାରୀ ମାନେ କହିଛନ୍ତି ଯେ, ଜଣେ ଅତିରିକ୍ତ ପୋଲିସ ମୁଖ୍ୟ ଏବଂ ଜଣେ ପୋଲିସ କମିଶନରଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଫେରାର୍ ଅଛନ୍ତି, ଯେତେବେଳେ ସେମାନଙ୍କ ମଧ୍ୟରୁ କିଛି ଦେଶ ଛାଡି ପଳାଇଥିବା ଅନୁମାନ କରାଯାଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.