ନୂଆଦିଲ୍ଲୀ,୨୦/୧୨: ଆମେରିକାରେ ଲାଞ୍ଚ ଅଭିଯୋଗ ପରେ ଆଦାନି ଗ୍ରୁପର ସମସ୍ୟା ବଢ଼ୁଛି । ବାଂଲାଦେଶର ଅନ୍ତରୀଣ ସରକାର ଭାରତୀୟ  ଉଦ୍ୟୋଗପତି ଗୌତମ  ଆଦାନିଙ୍କ ଆଦାନି ପାୱାର ବିରୋଧରେ ବିଲିୟନ  ଡଲାର ବିଜୁଳି ଚୁକ୍ତିର  ଉଲ୍ଲଂଘନ ନେଇ ଅଭିଯୋଗ ଆଣିଛି । 

ରୟଟର୍ସର ଏକ ରିପାର୍ଟ ମୁତାବକ, ଚୁକ୍ତି ମୁତାବକ ଯେଉଁ ପାୱାର ପ୍ଲାଣ୍ଟକୁ ନେଇ ଡିଲ୍‌ ହୋଇଛି ତାହା ଭାରତ ସରକାରଙ୍କ ଟାକ୍ସ ବେନିଫିଟରେ ଚାଲୁଛି ବୋଲି କହିଛି ବାଂଲାଦେଶ । ଏହି ବେନିଫିଟକୁ  ଆଦାନି ପାୱାର ବାଂଲାଦେଶକୁ ପ୍ରଦାନ କରୁନାହିଁ ବୋଲି କହିଛି ବାଂଲା ।  ଏହି ପ୍ରସଙ୍ଗରେ ଏବେ ଆଦାନି ପକ୍ଷରୁ କିଛି ସ୍ପଷ୍ଟୀକରଣ ମିଳିପାରିନି ।