ଢ଼ାକା,୧୯/୧୨: ବାଂଲାଦେଶରେ ସ୍କୁଲ ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ସତ୍ତ୍ବେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସେଠାରେ ବାଲ୍ୟ ବିବାହ ମାମଲା ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି। ଭବେଷଣାକାରୀମାନେ ଏକ ରିପୋର୍ଟ ମାଧ୍ୟମରେ କହିଛନ୍ତି ଯେ ବାଂଲାଦେଶରେ ୨୦୨୪ ମସିହାରେ ଶିଶୁ ଅଧିକାର ଏବଂ କଲ୍ୟାଣର ସ୍ଥିତି ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ପୁଅମାନେ ମଧ୍ୟ ବାଂଲାଦେଶରେ ବାଲ୍ୟ ବିବାହର ଶିକାର ହେଉଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ ବାଂଲାଦେଶର ୧୧ ଟି ଜିଲ୍ଲାରେ ଏକ ସର୍ଭେ କରାଯାଇଥିଲା। ରିପୋର୍ଟର ଅନୁସନ୍ଧାନକୁ ଉପସ୍ଥାପନ କରି ଏମ୍ପାୟାର ପୋର୍ଟଫୋଲିଓ ମ୍ୟାନେଜର ମହମ୍ମଦ ଆଦନାନ୍ ରହମାନ କହିଛନ୍ତି ଯେ ପ୍ରାଥମିକ ତଥ୍ୟ ଦର୍ଶାଉଛି ଯେ ୨୦୨୨ ତୁଳନାରେ ୨୦୨୩ ରେ ବାଲ୍ୟ ବିବାହର ପ୍ରାଦୁର୍ଭାବ ବୃଦ୍ଧି ପାଇଛି।

ବଢ଼ିବାରେ ଲାଗିଛି ବାଲ୍ୟ ବିବାହ ରିପୋର୍ଟ: 

ଗବେଷକମାନେ ଏପର୍ଯ୍ୟନ୍ତ ୨୦୨୪ ପାଇଁ ଶିଶୁ ବିବାହ ତଥ୍ୟକୁ ଏହି ରିପୋର୍ଟରେ ସାମିଲ କରିନାହାଁନ୍ତି, କାରଣ ଏହି ଅଧ୍ୟୟନ ସେପ୍ଟେମ୍ବର ୧୫ ରୁ ଡିସେମ୍ବର ୧୫ ମଧ୍ୟରେ କରାଯାଇଥିଲା। ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ, ୨୦ ରୁ ୨୪ ବର୍ଷ ବୟସର ୪୦.୯ ପ୍ରତିଶତ ମହିଳା ୧୮ ବର୍ଷ ବୟସ ପୂର୍ବରୁ ବିବାହ କରିଥିଲେ, ୨୦୨୩ ରେ ଏହି ସଂଖ୍ୟା ୪୧.୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। କେବଳ ଏତିକି ନୁହେଁ, ଏହି ମହିଳାମାନଙ୍କ ମଧ୍ୟରୁ ୮.୨ ପ୍ରତିଶତ ୧୫ ବର୍ଷ ନପୂରୁଣୁ ବିବାହ କରିଥିଲେ।

ବାଲ୍ୟବିହାର ମୁଖ୍ୟ କାରଣ?

ଏକ ପ୍ରଶ୍ନର ଉତ୍ତର ଦେଇ ଆଦନାନ୍ ରେହମାନ କହିଛନ୍ତି ଯେ ଏହା ପଛରେ ପ୍ରକୃତ କାରଣ ପରିବର୍ତ୍ତନ କରାଯାଇପାରିବ ନାହିଁ। କାରଣ ସେସମୟ ଭଳି ସମାନ କାରଣ ଯୋଗୁ ଏବେବି ବାଲ୍ୟବିବାହ ହେଉଛି। ଯେପରିକି ଦାରିଦ୍ର, ପର୍ଯ୍ୟାପ୍ତ ସାମାଜିକ ସୁରକ୍ଷା, ଧାର୍ମିକ ଚିନ୍ତା, ଝିଅ ମାନଙ୍କୁ ତୁରନ୍ତ ବିବାହ କରିବା ଏବଂ ଜଳବାୟୁ ସମ୍ବନ୍ଧୀୟ ପ୍ରସଙ୍ଗ। ଅେଦନାନ୍ କହିଛନ୍ତି ଯେ ମୋବାଇଲ୍ ଡିଭାଇସ୍ ଏବଂ ଇଣ୍ଟରନେଟର ସହଜ ବ୍ୟବହାର ହେତୁ ପିଲାମାନେ ଅଳ୍ପ ବୟସରେ ଯୌନ କାର୍ଯ୍ୟରେ ଲିପ୍ତ ରହିଥାନ୍ତି, ଯେଉଁ କାରଣରୁ ସେମାନଙ୍କ ପରିବାର ଅସନ୍ତୋଷ ଅନୁଭବ କରି ସାମାଜିକ-ଧାର୍ମିକ ରୀତିନୀତି ଅନୁଯାୟୀ ଏଭଳି ନିଷ୍ପତ୍ତି ନିଅନ୍ତି। ଯେଉଁ କାରଣରୁ ପିଲାମାନେ ଅଳ୍ପ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଉଛନ୍ତି। ଏହି ଅନୁସନ୍ଧାନକୁ ସମର୍ଥନ କରି ପିଓପିଆଇ ଡେପୁଟି ଡାଇରେକ୍ଟର ସାଇନା ଚୌଧୁରୀ କହିଛନ୍ତି ଯେ 'କେବଳ ଗ୍ରାମାଞ୍ଚଳରେ ନୁହେଁ ସହରାଞ୍ଚଳ ତଥା ଉପ-ସହରାଞ୍ଚଳରେ ମଧ୍ୟ ଶିଶୁ ବିବାହ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।'

ଦୁଷ୍କର୍ମ ଏବଂ ଯୌନ ଶୋଷଣ ମାମଲାକୁ ନେଇ ହେଉଛି ବୁଝାମଣା:

ଓସିସିର ଢ଼ାକା ମେଡିକାଲ କଲେଜର ଆଇନ ଅଧିକାରୀ ଫହମିଦା ଅଖତର ରିଙ୍କି କହିଛନ୍ତି ଯେ ଦୁଷ୍କର୍ମ ଏବଂ ଯୌନ ଶୋଷଣ ଭଳି ଘଟଣା ନାଗରିକ ସମାଧାନର ପ୍ରସଙ୍ଗ ନୁହେଁ। ତଥାପି, ଦୁର୍ଭାଗ୍ୟବଶତଃ ଯେତେବେଳେ ଜଣେ ପୀଡ଼ିତା ସରକାରଙ୍କ ଠାରୁ ଆଶା ହରାଇବସେ, ସେତେବେଳେ ପରିବାରଗୁଡ଼ିକ ପ୍ରାୟତଃ ଆପୋଷ ବୁଝାମଣା କରି ବାଲ୍ୟ ବିବାହ କରିବାକୁ ବାଧ୍ୟ ହୁଅନ୍ତି। ମହିଳା ଏବଂ ଶିଶୁ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅର୍ଜୁ ଆରା ବେଗମ୍ କହିଛନ୍ତି ଯେ ବାଲ୍ୟ ବିବାହ ବିରୋଧରେ ସରକାର କଠୋର ପଦକ୍ଷେପ ନେଉଛନ୍ତି।