ନୂଆଦିଲ୍ଳୀ,୨୨।୬: ବାଂଲାଦେଶରେ ଭଗବାନ ରାମଙ୍କ ୮୧ ଫୁଟର ଉଚ୍ଚ ପ୍ରତିମା ନିର୍ମାଣ ଉପରେ ରୋକା ଲଗାଯିବାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ଗାଇବନ୍ଧା ଜିଲ୍ଲାର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଓ କାଳି ମନ୍ଦିର ପରିସରରେ ତିଆରି ହୋଇଥିବା ଏହି ପ୍ରତିମାର କାମ ଇସଲାମିକ୍ କଟ୍ଟରପନ୍ଥୀ ଗୋଷ୍ଠୀର ବିରୋଧ ପରେ ରୋକି ଦିଆଯାଇଥିଲା। ଏହି ନିଷ୍ପତ୍ତି ଉପରେ ଫ୍ରାନ୍ସ ସ୍ଥିତ ଅନ୍ତର୍ଜାତୀୟ ମାନବାଧିକାରଯ ସଂଗଠନ ଜଷ୍ଟିସ୍ ମେକର୍ସ ବାଂଲାଦେଶ ଇନ୍ ଫ୍ରାନ୍ କଡା ଆପତ୍ତି ପ୍ରକାଶ କରିଛି। ସଂଗଠନର କହିବା ଅନୁସାରେ, ଏହି ଧାର୍ମିକ ସ୍ବାଧୀନତା ଓ ସଂଖ୍ୟାଲଘୁଙ୍କ ଅଧିକାରକୁ ଗମ୍ଭୀର ଭାବରେ ଉଲଂଘନ କରିଛି।
ମାନାବଧିକାର ସଂଗଠନ ଅନୁସାରେ, ଜୁନ୍ ଆରମ୍ଭରୁ ଯେତେବେଳେ ଭଗବାନ ରାମଙ୍କ ପ୍ରତିମା ନିର୍ମାଣର ଯୋଜନା ସାର୍ବଜନୀନ ହୋଇଥିଲା, ସ୍ଥାନୀୟ ଇସଲାମିକ୍ ସଂଗଠନ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ବହୁ ସ୍ଥାନରେ ପ୍ରଦର୍ଶନ, ପ୍ରେସ୍ କନଫ୍ରେନ୍ସ କରାଯାଇଥିଲା । ସ୍ଥାନୀୟ ପ୍ରଶାସନକୁ ସ୍ମାରକପତ୍ରୂ ମଧ୍ୟ ପ୍ରଦାନ କରାଯାଇଥିଲା। ବଢୁଥିବା ଚାପ ଓ ସମ୍ଭାବିତ ହିଂସାର ଆଶଙ୍କା ଭିତରେ ମନ୍ଦିର ମ୍ୟାନେଜମେଣ୍ଟ ୧୨ ଜୁନ୍ରେ ଅଫିସିଆଲ ଭାବରେ ନିର୍ମାଣ କାର୍ଯ୍ୟ ସ୍ଥଗିତ କରିବାର ଘୋଷଣା କରିଥିଲା। ସଂଗଠନ ଦାବି କରିଥିଲା ଯେ, ହିନ୍ଦୁ ସମୁଦାୟର ସୁରକ୍ଷାକୁ ନେଇ ବଢୁଥିବା ଚିନ୍ତା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।
କ’ଣ ଧାର୍ମିକ ସ୍ବାଧୀନତାର ହୋଇଛି ଉଲଂଘନ ?
ଜେଏମ୍ବିଏଫ୍ କହିଛି ଏହି ମାମଲା ବାଂଲାଦେଶର ସମ୍ବିଧାନ ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନର ସିଧାସଳଖ ଉଲଂଘନ। ସଂଗଠନ ଅନୁସାରେ, ବାଂଲାଦେଶର ସମ୍ବିଧାନ ସବୁ ନାଗରିକଙ୍କୁ ଧର୍ମର ସ୍ବାଧୀନତା, ଆଇନ ନିକଟରେ ସମାନତା ଓ ସମାନ ଅଧିକାରର ଗ୍ୟାରେଣ୍ଟି ଦେଇଛି। ଏହାଛଡା ବାଂଲାଦେଶ ଜାତିସଂଘର ମାନବାଧିକାର ସମ୍ପର୍କର ବହୁ ଅନ୍ତର୍ଜାତୀୟ ସନ୍ଦିର ପକ୍ଷକାର ରହିଛି। ଏଭଳି ସ୍ଥିତିରେ କୌଣସି ଧାର୍ମିକ ପ୍ରୋଜେକ୍ଟର ଚାପକୁ ରୋକିବା ଗମ୍ଭୀର ଚିନ୍ତାର ବିଷୟ।
କ’ଣ କଟ୍ଟରପନ୍ଥୀ ଚାପ କାରଣରୁ ରୋକା ଗଲା ନିର୍ମାଣ ?
ମାନବାଧିକାର ସଂଗଠନ ଦାବି କରିଛି ଯେ, ଇସଲାମିକ୍ କଟ୍ଟରପନ୍ଥୀ ଗୋଷ୍ଠର ଚାପ ଓ ଭିଡ ହିଂସାର ଆଶଙ୍କା କାରଣରୁ ନିର୍ମାଣ କାର୍ଯ୍ୟକ ରୋଗି ଦିଆଯାଇଛି। ସଂଗଠନ କହିଛି ଯଦି କୌଣସି ଲୋକତାନ୍ତ୍ରିକ ଦେଶରେ ସରକାର କିମ୍ବା ପ୍ରଶାସନ ହିଂସାର ଓମକ ଓ ଚରମପନ୍ଥୀ ଚାପ ଆଗରେ ମୁଣ୍ଡ ନୂଆଁଏ ତେବେ ଏହାଦ୍ବାରା ଆଇନ ଓ ଶାସନ ଏବଂ ଲୋକତାନ୍ତ୍ରୀ ବ୍ୟବସ୍ଥା ଦୁର୍ବଳ ହୋଇଥାଏ। ସଂଗଠନ ବାଂଲାଦେଶ ସରକାରଙ୍କୁ ମାମଲାର ସ୍ବତନ୍ତ୍ରତା ଓ ନିରପେକ୍ଷ ଯାଞ୍ଚ କରିବାର ଦାବି କରିଛି।
ମିଡିଆର ଭୂମିକା ଉପରେ ପ୍ରଶ୍ନ
ଜେଏମବିଏଫ୍ ଏହି ଅଭିଯୋଗ କରିଛି ଯେ, ବାଂଲାଦେଶର ବହୁ ମେନଷ୍ଟ୍ରିମ୍ ମିଡିଆ ସଂସ୍ତା ଏହି ଘଟଣା ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିନଥିଲେ। ସଂଗଠନର କହିବା ଅନୁସାରେ, କିଛି ମିଡିଆ ସଂସ୍ଥା ସମ୍ଭାବିତ ହିଂସା, ସାମ୍ବାଦିକଙ୍କ ସୁରକ୍ଷା ଓ ଚରମପନ୍ଥୀ ସମୂହର ପ୍ରତିକ୍ରିୟା ଭୟରେ ଆତ୍ମ ସେନସରସିପ୍ ଗ୍ରହଣ କରିଛି। ଏହାଦ୍ବାରା ଲୋକଙ୍କ ସୂଚନା ଅଧିକାର ଓ ସାମ୍ବାଦିକ ସ୍ବାଧୀନତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।
ସରକାରଙ୍କୁ କ’ଣ ମାଗିଛି ମାନବାଧିକାର ସଂଗଠନ ?
ଜେଏମ୍ବିଏଫ୍ ସଂସ୍ଥାପକ ଓ ମାନବାଧିକାର ଓକିଲ ଶାହାନୁର ଇସ୍ଲାମ କହିଛନ୍ତି, ବାଂଲାଦେଶ ସରକାରଙ୍କୁ ଧାର୍ମିକ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦରକାର। ସରକାରଙ୍କୁ ଏହି ମାମଲାର ନିରପେକ୍ଷା ଯାଞ୍ଚ କରିବା ଦରକାର ଓ ଏହା ସୁନିଶ୍ଚିତ କରିବା ଉଚିତ ଯେ, ଦେଶରେ ସବୁ ସମୁଦାୟ ବିନା କୌଣସି ଭୟରେ ନିଜ ଧର୍ମର ପାଳନ କରିବା ଦରକାର। ସଂଗଠନ ଜୋର ଦେଇ କହିଛି ଧାର୍ମିକ ସ୍ବାଧିନତା ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ମଧ୍ୟ ଲୋକତାନ୍ତ୍ରିକା ଦେଶର ମୌଳିକ ଦାୟିତ୍ବ।
ଆହୁରି ପଢନ୍ତୁ : ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଆଲୋଚନା ନେଇ ପ୍ରସ୍ତୁତି, ଶୁଳ୍କ ସଙ୍କଟକୁ ଏଡାଇବା ପାଇଁ ପ୍ରୟାସ