ପ୍ରମୂଖ ଖବର
  • ଛତିଶଗଡ଼ ସୁକମାରେ ଏନ୍‌କାଉଣ୍ଟ, ଯବନାଙ୍କ ଗୁଳିରେ ୨ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଭଦ୍ରକ : ତିହିଡ଼ି ‘ଏୟୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ’ରୁ ଡକାୟତି ଅଭିଯୋଗ; ୭ଲକ୍ଷ ୫୨ ହଜାର ଟଙ୍କା ଚୋରି
  • ||
  • ଅନୁଗୁଳ : ୨ ବାଇକ୍‌ ମୁହାଁମୁହିଁ ଧକ୍କା: ୨ ମୃତ , ଦୁଇ ଗୁରୁତର
  • ||
  • ଭୁବନେଶ୍ୱର-ଆବୁଧାବିକୁ ଡାଇରେକ୍ଟ ଫ୍ଲାଇଟ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବାଲିପାଟଣାରେ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ
  • ||
  • ସୋରରେ ଆତଙ୍କରାଜ୍, ଡାକ୍ତରଙ୍କ ଘରେ ଡକାୟତି, ଲୁଟେରାଙ୍କ ଭୁଜାଲି ମାଡ଼ରେ ୨ ଗୁରୁତର
  • ||
  • ଭଦ୍ରକ ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କ ମୃତ୍ୟୁ ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୧୦ ଲକ୍ଷ କ୍ଷତିପୂରଣ, ପରିବାରର ଜଣକୁ ନିଯୁକ୍ତି
  • ||
  • ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି
  • ||
  • ଅଣସରରେ ଦାରୁବ୍ରହ୍ମ, ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ
  • ||
  • ଫେରିଲା ମୌସୁମୀ, ତାତିରେ ଲାଗିଲା ବ୍ରେକ୍: ୧୭ ଯାଏ ବର୍ଷା ସମ୍ଭାବନା, ୨ରୁ ୪ ଡିଗ୍ରୀ ଖସିବ ପାରଦ
  • ||

ମହମ୍ମଦ ୟୁନୁସଙ୍କୁ ଟାର୍ଗେଟ କଲେ ବାଂଲାଦେଶ ଷ୍ଟୁଡେଣ୍ଟସ ଲିଗ୍ ମୁଖ୍ୟ; ସଂଖ୍ୟାଲଘୁ ନିର୍ଯାତନକୁ ବିରୋଧ

Published By : Bijay Swain | June 10, 2025 11:35 PM

ଢାକା: ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ବଡ ଝଟକା। ବାଂଲାଦେଶ ଷ୍ଟୁଡେଣ୍ଟସ ଲିଗ୍ (ବିଏସଏଲ)ର ମୁଖ୍ୟ ନେତା ସଦ୍ଧାମ ହୁସେନ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ୟୁନୁସଙ୍କ ପାକିସ୍ତାନ ପ୍ରତି ସମର୍ଥନ ଓ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ବଢିଚାଲିଥିବା ନିର୍ଯାତନା ଅଭିଯୋଗରେ ଆଓ୍ବାମୀ ଲିଗ୍‌ର ଛାତ୍ର ସଂଗଠନ ନେତା ଏହାର ତୀବ୍ର ବିରୋଧ କରିଛନ୍ତି।

ବିଏସଏଲ ନେତାଙ୍କ ଅଭିଯୋଗ ଅନୁଯାୟୀ, ୨୦୨୪ ଅଗଷ୍ଟରେ ଛାତ୍ର ଆନ୍ଦୋଳନ ଦ୍ୱାରା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସରକାରଙ୍କ ପତନ ହୋଇଥିଲା। ଏହା ପରେ ମହମ୍ମଦ ୟୁନୁସଙ୍କ ଦ୍ୱାରା ଗଠିତ ଅନ୍ତରୀଣ ସରକାର ପାକିସ୍ତାନ ସହ ଘନିଷ୍ଠ ସମ୍ପର୍କ ଗଢ଼ିବା ପାଇଁ ଚେଷ୍ଟା ଚଳାଇଛନ୍ତି। ତେବେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ କିପରି ବାଂଲାଦେଶରେ ନରସଂହାର କରିଥିଲା ତାହା ହୁଏତ ୟୁନୁସ ଭୁଲିଯାଇଛନ୍ତି ବୋଲି ହୁସେନ ଅଭିଯୋଗ ଆଣିଛନ୍ତି। ଏହା ସହ ବାଂଲାଦେଶରେ ବସବାସ କରୁଥିବା ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ସେ ଦାବି କରିଛନ୍ତି। ଏହାସହ ତାଙ୍କ ଦଳ ଦାବି କରିଛି ଯେ, ୟୁନୁସ ସରକାରଙ୍କ ଅଧୀନରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣରେ ବୃଦ୍ଧି ଘଟିଛି। ଯାହା ଆନ୍ତର୍ଜାତୀୟ ମାନବାଧିକାର ସଂଗଠନମାନଙ୍କ ଦ୍ୱାରା ମଧ୍ୟ ସମାଲୋଚିତ ହୋଇଛି।

ଏକ ବିବୃତିରେ ବିଏସଏଲ ନେତା ହୁସେନ କହିଛନ୍ତି ଯେ, “ୟୁନୁସ ସରକାର ବାଂଲାଦେଶର ସାମ୍ପ୍ରଦାୟିକ ସମ୍ପ୍ରୀତିକୁ ବିନାଶ କରୁଛନ୍ତି ଏବଂ ପାକିସ୍ତାନର ସମର୍ଥନରେ ଦେଶକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି। ଖାଲି ସେତିକି ନୁହେଁ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପାକିସ୍ତାନର ଲସ୍କର-ଏ-ତୋଇବା, ଜମାତ-ଏ-ଇସଲାମି, ହିଜବ ଉତ-ତେହରିର ଭଳି ବିଭିନ୍ନ ଆତଙ୍କୀ ସଂଗଠନ ସହ ମଧ୍ୟ ଲିଙ୍କରେ ରହିଛନ୍ତି। ଏହାସହ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନା ଏକ ଗମ୍ଭୀର ଚିନ୍ତାର ବିଷୟ ଭାବେ ଉଭା ହୋଇଛି।”

ଏହି ଅଭିଯୋଗ ସମ୍ପର୍କରେ ଅନ୍ତରୀଣ ସରକାର ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ, ଏହା ପୂର୍ବରୁ ମହମ୍ମଦ ୟୁନୁସ ଏହିପରି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ତାଙ୍କ ସରକାର ସମସ୍ତ ନାଗରିକଙ୍କ ସୁରକ୍ଷା ଓ ସମ୍ପ୍ରତି ପାଇଁ ପ୍ରତିବଦ୍ଧ ରହିଛି।

ଏହି ଘଟଣା ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଏବଂ ସାମ୍ପ୍ରଦାୟିକ ସମ୍ପର୍କ ଉପରେ ନୂଆ ବିତର୍କ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଆଓ୍ବାମୀ ଲିଗ୍ ଏବଂ ଏହାର ସହଯୋଗୀ ସଂଗଠନମାନେ ୟୁନୁସ ସରକାରଙ୍କୁ “ଅବୈଧ” ଓ “ଅସାମ୍ବିଧାନିକ” ବୋଲି ସମାଲୋଚନା କରୁଛନ୍ତି। ଯାହା ବାଂଲାଦେଶର ରାଜନୈତିକ ସଂଘର୍ଷକୁ ଆହୁରି ତୀବ୍ର ହୋଇ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.