ପ୍ରମୂଖ ଖବର
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ବାର୍‌ ଡ୍ୟାନ୍ସ କଟକଣା ମାମଲା: ଜବାବ ରଖିଲେନି ସରକାର, ୨୪ରେ ଚୂଡ଼ାନ୍ତ ଶୁଣାଣି

Published By : Prameya | March 21, 2025 11:28 AM

କଟକ,୨୧/୦୩: ଓଡ଼ିଶା ଅବକାରୀ (ସଂଶୋଧିତ) ଆଇନ-୨୦୨୪ ଆଧାରରେ ଭୁବନେଶ୍ୱରର ବିଭିନ୍ନ ଠିପିଖୋଲା ମଦ ବାର୍‌ରେ ଝିଅଙ୍କ ନାଚିବା (ବାର୍‌ ଡ୍ୟାନ୍ସ)ରେ ଲଗାଯାଇଥିବା କଟକଣାକୁ  ବିରୋଧ କରି ରୁଜୁ ମାମଲାରେ ଗୁରୁବାର ବି ରାଜ୍ୟ ସରକାର  ଜବାବ ଦାଖଲ କଲେ ନାହିଁ । ଗୁରୁବାର ସଂଧ୍ୟା ସୁଦ୍ଧା  ଜବାବ ଦାଖଲ ହୋଇଯିବ ବୋଲି ଅଦାଲତଙ୍କୁ ଅବଗତ  କରାଯାଇଥିଲା । କିନ୍ତୁ ଏହି  ଜବାବ ହାଇକୋର୍ଟଙ୍କୁ ସନ୍ତୁଷ୍ଟ କରିପାରି ନଥିଲା । ହାଇକୋର୍ଟ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ  ନେଇ କ୍ଷୁବ୍ଧ ହେବା ସହ ରାଜ୍ୟ ସରକାର ଜବାବ  ଦିଅନ୍ତୁ ବା ନଦିଅନ୍ତୁ ଆସନ୍ତା ୨୪ ତାରିଖରେ ଚୂଡ଼ାନ୍ତ  ଶୁଣାଣି ହେବ ବୋଲି ଆଦେଶରେ ସ୍ପଷ୍ଟ କରିଛନ୍ତି ।  

ଭୁବନେଶ୍ୱରର ହୋଟେଲ୍‌ ଏକାମ୍ର ଠିପି ଖୋଲା ମଦ ବାର୍‌  ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି  କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା  ଏବଂ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ  ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର  ଜବାବ ରଖିବାକୁ ତିନି ଥର ସମୟ ନେଇସାରିଲେଣି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶରତ  କୁମାର ଗଜେନ୍ଦ୍ର ମାମଲା ପରିଚାଳନା କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.