କଟକ,୨।୧୨ : ବାରବାଟୀରେ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି କ୍ରିକେଟ୍ ମ୍ୟାଚ୍ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ବାରବାଟୀରେ ଅଫ୍ଲାଇନ ଟିକେଟ୍ ବିକ୍ରି ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଶୃଙ୍ଖଳିତ ଭାବେ କ୍ରିକେଟ ପ୍ରେମୀ ଟିକେଟ କିଣିବା ପାଇଁ ପ୍ରଥମ ଥର ପାଇଁ ବାରବାଟୀରେ କରାଯାଇଛି ବ୍ୟାରିକେଡ୍ । ଟିକେଟ୍ କାଉଣ୍ଟରରୁ ୧ କିମି ପର୍ଯ୍ୟନ୍ତ କରାଯାଇଛି ବ୍ୟାରିକେଡ୍ । ଦର୍ଶକମାନେ ବ୍ୟାରିକେଡ ଭିତରେ ଲାଇନରେ ରହି କାଉଣ୍ଟରରୁ ଟିକେଟ କିଣିବେ। ସେହିପରି ଖେଳ ହେବା ଦିନ ମଧ୍ୟ ବ୍ୟାରିକେଡ୍ରେ ରହି ଷ୍ଟାଡିୟମ ଭିତରକୁ ଯିବେ। ସୂଚନାଯୋଗ୍ୟ ଯେ , ଡିସେମ୍ବର ୯ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ।