ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓଡ଼ିଶା ଗୁମ୍ଫାରେ ବିରାଜିବେ ମା’ ବୈଷ୍ଣୋଦେବୀ, ୫ ଦିନ ଧରି ଚାଲିବ ପ୍ରାଣ ପ୍ରତିଷ୍ଠା, ୨ରୁ ଦର୍ଶନ କରିପାରିବେ ଭକ୍ତ

Published By : Rasmita Pradhan | January 29, 2025 12:05 PM

ଭୁବନେଶ୍ୱର,୨୯/୦୧: ଜମ୍ମୁ-କାଶ୍ମୀର ଭଳି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ଜାମୁକଣଠାରେ ଥିବା ପାହାଡ଼ ଉପରେ ବିରାଜମାନ କରିବେ ମାତା ବୈଷ୍ଣୋଦେବୀ। ମାତାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । ଭୁବନେଶ୍ୱରଠାରୁ ୧୦୨ କିଲୋମିଟର ଦୂର ଏହି ମନ୍ଦିରରେ ଆଜିଠାରୁ ୫ଦିନ ଧରି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳିତ ହେବ । ପୁରୀ ଜଗନ୍ନାଥ ମନ୍ଦିରର ପୂଜକ ଏହି ପୂଜାର୍ଚ୍ଚନା କରିବେ । 

ଜମ୍ମୁ-କାଶ୍ମୀର ମା' ବୈଷ୍ଣାଦେବୀ ଧାମ ଭଳି ଏଠାରେ ମଧ୍ୟ ପାହାଡ଼ର ଗୁମ୍ଫା ଭିତରକୁ ପ୍ରବେଶ କରି ଭକ୍ତମାନେ ମା'ଙ୍କ ଦର୍ଶନ ପାଇବେ । ଏହି ଗୁମ୍ଫାର ଲମ୍ୱ ୧୮୦ ଫୁଟ । ୫୦ ଏକର ପାହାଡ଼ିଆ ଅଞ୍ଚଳରେ ନିର୍ମିତ ମା'ଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୪ ବର୍ଷ ସମୟ ଲାଗିଥିଲା। ଶ୍ରୀ ମାତା ବୈଷ୍ଣୋ ଦେବୀ ଚାରିଟେବଲ ଟ୍ରଷ୍ଟ, ବୈଷ୍ଣୋ ଧାମ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । 

ଏହି ଖବରଟିକୁ ପଢନ୍ତୁ-ବିଲରୁ ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଏନେଇ ଭକ୍ତ ଅଜାତି ରାଉତ କହିଛନ୍ତି ଯେ, ତାଙ୍କ ପତ୍ନୀ ମମତା ରାଉତ ୪ ବର୍ଷ ତଳେ ହଠାତ୍‌ ମା'ଙ୍କ ଠାରୁ ଏଠାରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ପାଇଥିଲେ । ଏହାପରେ ସେ ମା'ଙ୍କ ବାସସ୍ଥାନ ପାଇଁ ଜମି ଖୋଜିବା ଆରମ୍ଭ କରିଥିଲେ। ମା'ଙ୍କ କୃପାରୁ ଜମି ମିଳିଲା । ଜମି ମିଳିବା ପରେ ଏହା ଶ୍ରୀ ମାତା ବୈଷ୍ଣୋ ଦେବୀ ଚାରିଟେବଲ୍‌ ଟ୍ରଷ୍ଟ ବୈଷ୍ଣୋ ଧାମ, ଓଡ଼ିଶା ନାମରେ ପଞ୍ଜିକୃତ ହୋଇଥିଲା । ମନ୍ଦିର ନିର୍ମାଣ ବେଳେ ଆଖପାଖ ୭ଖଣ୍ଡ ପଞ୍ଚାୟତର ଲୋକମାନେ ସହଯୋଗ କରିଥିଲେ । ଏହି ପୀଠରେ ମା'ଙ୍କ ମନ୍ଦିର ଛଡ଼ା ଗଣେଶ ମନ୍ଦିର, ଭୈରବ ମନ୍ଦିର, ହନୁମାନ ମନ୍ଦିର ଓ ଆରତୀ ମଣ୍ଡପ ନିର୍ମାଣ କରାଯାଇଛି । 

ନୟାଗଡ଼ରୁ ଶରଣକୁଳ ରୋଡ୍‌ ପର୍ଯ୍ୟନ୍ତ ୬ କିମି ଗଲେ ସାଳପଟା ଛକ ପଡ଼ିବ । ତାକୁ ଅତିକ୍ରମ କରି ପୁଣି ୬ କିଲୋମିଟର ପରେ ଜାମୁକଣ ପର୍ବତରେ ମା’ଙ୍କ ମନ୍ଦିରରେ ପହଞ୍ଚିପାରିବେ । ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ଆସନ୍ତା ଫେବ୍ରୁଆରି ୨ ତାରିଖ ଅପରାହ୍ଣ ୩ଟାରୁ ମା' ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.