ଭୁବନେଶ୍ୱର,୦୯/୦୭: ଆସନ୍ତା ୧୨ ତାରିଖରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା  ପ୍ରଭାବରେ ବର୍ଷା ହେବ ବୋଲି ସୋଆ  ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡ. ଶରତ ସାହୁ ଏହା କହିଛନ୍ତି । ୯ରୁ  ୧୨ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି  ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର  ଓ ମୟୂରଭଞ୍ଜରେ ସ୍ୱଳ୍ପରୁ ମଧ୍ୟମ  ପରିମାଣର ବର୍ଷା ହୋଇପାରେ ।  

ଗତ ୨୪ ଘଣ୍ଟାରେ ନୟାଗଡ଼ ଓ  ରାଉରକେଲାରେ ସାମାନ୍ୟ ବର୍ଷା  ହୋଇଛି । ବର୍ଷା ନ ଥିବାରୁ ରାଜ୍ୟର  ବିଭିନ୍ନ ନଦୀରେ ଜଳସ୍ତର ଖସିଛି ।  ତେବେ ବୈତରଣୀର ଆଖୁଆପଦାଠାରେ ନଦୀ ଜଳସ୍ତର ସାମାନ୍ୟ ଅଧିକ ରହିଛି ।

 ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର, ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ ସତର୍କ ସୂଚନା ଜାରି କରିଛି। ରାଜ୍ୟର ୬ ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ 'ୟେଲୋ ୱାର୍ଣ୍ଣିଂ' ଜାରି କରାଯାଇଛି । ସେଗୁଡିକ ହେଉଛି ସୁନ୍ଦରଗଡ଼ , କେନ୍ଦୁଝର, ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ ଏବଂ ଅନୁଗୁଳ । ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପାଣିପାଗ ସ୍ଵାଭାବିକ ରହିବ ।

ଅଧିକ ପଢ଼ନ୍ତୁ :-  Vice President : ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି