ଭୁବନେଶ୍ୱର, ୯/୭ : ନାବାଳିକା ଝିଆରୀ ଘରେ ରହି ପାଠ ପଢ଼ୁଥିଲା । ମଉସା ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଭିଡିଓ ରେକର୍ଡିଂ କରୁଥିଲା । ମଉସାକୁ ସହଯୋଗ କରିବାକୁ ଝିଆରୀକୁ ବାଧ୍ୟ କରୁଥିଲା ମାଉସୀ । ପରେ ଭିଡିଓ ଭାଇରାଲ୍ କରି ବ୍ଲାକ୍ ମେଲିଂ କରିଥିଲେ । ଏନେଇ ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ୍ ମଉସା ମାଉସୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ରାଇକିଆ ଜୟକୃଷ୍ଣ ବେହେରା(୫୪) ଓ ତାଙ୍କ ପତ୍ନୀ ଫୁଲ ନନ୍ଦୀନ ନାଏକ(୫୧) । ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କନ୍ଧମାଳ ରାଇକିଆର ଜୟକୃଷ୍ଣ ଦୀର୍ଘ ବର୍ଷ ହେବ ପରିବାର ସହ ନୟାପଲ୍ଳୀ ଅର୍ଣ୍ଣପୂର୍ଣ୍ଣା ଆପାର୍ଟମେଣ୍ଟ ରହୁଛନ୍ତି । କିଛି ବର୍ଷ ତଳେ ତାଙ୍କର ୧୬ ବର୍ଷର ଝିଆରୀ ଭୁବନେଶ୍ୱରରେ ଯୁକ୍ତ ଦୁଇ ପଢ଼ିବାକୁ ଭୁବନେଶ୍ୱର ଆସିଥିଲେ । ମଉସା-ମାଉସୀଙ୍କ ପାଖରେ ରହି ନାବାଳିକା କଲେଜକୁ ଯାଉଥିଲେ। ଝିଆରୀ ତାଙ୍କ ଘରେ ରହିବାର ୬ ମାସ ପରେ ମଉସା ଖରାପ ନଜର ପକାଇଥିଲେ। ଏମିତିକି ମଉକା ଦେଖି ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲେ । ଯଦି ଏ ବିଷୟରେ କାହାକୁ ଜଣାଇବୁ ତା’ହେଲେ ତୋ ପାଠ ପଢ଼ା ବନ୍ଦ ହୋଇଯିବ ବୋଲି ମଉସା ଧମକ ଦେଇଥିଲେ । ଝିଆରୀ ଡରି ଯାଇ ଏ ବିଷୟରେ କାହାକୁ କିଛି ଜଣାଇ ନଥିଲା । ମଉସାଙ୍କ କାମୁକ ନଜର ଦିନକୁ ଦିନ ବଢ଼ି ଯାଇଥିଲା । ଶେଷରେ କିଛି ଉପାୟ ନ ପାଇ ଝିଆରୀ ଘଟଣା ବିଷୟରେ ମାଉସୀକୁ ଜଣାଇଥିଲା । ମାଉସୀ ଝିଆରୀକୁ ସୁରକ୍ଷା ଦେବା ବଦଳରେ ମଉସାକୁ ସହଯୋଗ କରିବାକୁ କହିଥିଲେ । ନ ହେଲେ ଘରୁ ବାହାର କରି ଦେବେ ବୋଲି କହିଥିଲେ । ତେବେ ଏହା ପରେ ମଉସା ନାବାଳିକା ଝିଆରୀ ସହ ବାରମ୍ବାର ଦୁଷ୍କର୍ମ କରି ଭିଡିଓ ରେକର୍ଡିଂ କରିଥିଲା । ସେ ସବୁ ଭିଡିଓ ମଉସା ନିଜ ଫୋନ୍ରେ ରଖିଥିଲେ । ୪ ବର୍ଷ ଧରି ମଉସା ଏମିତି କରି ଚାଲିଥିଲେ । ପାଠ ପଢ଼ାକୁ ଲକ୍ଷ୍ୟ ରଖି ନାବାଳିକା ସବୁ ସହିଥିଲେ ।
ତେବେ ଏହାରି ଭିତରେ ମାଉସୀ ଯୋଜନା କରିଥିଲେ ଝିଆରୀଙ୍କୁ ଖରାପ କାମରେ ଲଗାଇ ଟଙ୍କା କମାଇବା। ଅର୍ଣ୍ଣପୂର୍ଣ୍ଣା ଆପାର୍ଟମେଣ୍ଟ ପାଖରେ ରହୁଥିବା ରାଜସ୍ଥାନରେ ଜଣେ ଯୁବକଙ୍କୁ କହିଥିଲେ ତାଙ୍କ ଝିଆରୀ ଖରାପ କାମ କରୁଛି। ଘଣ୍ଟାକୁ ୫ ହଜାର ଟଙ୍କା ନେଉଛି । ଯୁବକ ରାଜି ହୋଇଥିଲେ। ମାଉସୀକୁ ୫ ହଜାର ଟଙ୍କା ଦେଇଥିଲେ । ଏପଟେ ମାଉସୀ ଘରକୁ ଆସି ଝିଆରୀଙ୍କୁ କହିଥିଲେ ତୋ ପାଇଁ ଏକ ଭଲ ପ୍ରସ୍ତାବ ଦେଖିଛି । ତାହା ସହ ବାହାଘର ହେବ । ଆଜି ଫୋନ୍ରେ କଥା ହୋଇଯା । ପରେ ଏକାନ୍ତରେ ଭେଟିବୁ। ଝିଆରୀ ଖୁସି ହୋଇ ଉକ୍ତ ଯୁବକ ସହ କଥା ହୋଇଥିଲା। କିଛି ଦିନ ପରେ ଉଭୟ ଭେଟ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା । ଏମିତି କିଛି ମାସ ଚାଲିଲା । ତେବେ ବାହାଘର କଥା ହେବା ସମୟରେ ଯୁବକ ଜଣଙ୍କ କହିଥିଲେ ତମ ମୋ ପାଖକୁ ଯେତେଥର ଆସିଛି ତମ ମାଉସୀ ମୋଠାରୁ ୫ ହଜାର ଟଙ୍କା ଲେଖାଏଁ ନିଅନ୍ତି । ତମ ସହ ମୋର କି ବାହାଘର... । ଏହା ଶୁଣିବା ପରେ ଘଟଣା ବିଷୟରେ ମାଉସୀକୁ ପଚାରିଥିଲେ ଝିଆରୀ । ଘଟଣାର ସତ୍ୟତା ଜାଣିବା ପରେ ସେ ମାଉସୀ ଘର ଛାଡ଼ି ଗାଁକୁ ପଳାଇଥିଲେ । ଲୋକ ଲଜ୍ଜ୍ୟା ଭୟରେ ଘଟଣା ବିଷୟରେ କାହାକୁ କିଛି କହି ନଥିଲା ।
ଯୁବତୀଙ୍କୁ ଏବେ ୨୫ ବର୍ଷ । ଗତ କିଛି ମାସ ତଳେ ପରିବାର ଲୋକ ବାହାଘର ଠିକ୍ କରିଥିଲେ । ୧୫ ଦିନ ପରେ ବାହାଘର ହୋଇଥାନ୍ତି । ତେବେ ସବୁ କଥାକୁ ଭୁଲି ଯୁବତୀ ଜଣଙ୍କ ତାଙ୍କ ମଉସୀଙ୍କୁ ନିମନ୍ତ୍ରଣ ଦେଇଥିଲେ । ଏ କଥା ମଉସା ଜାଣିବା ପରେ ତାଙ୍କ ମୁଣ୍ଡକୁ ସଇତାନ ବୁଦ୍ଧି ଆସିଥିଲା । ଝିଆରୀକୁ ଫୋନ୍ କରି ମଉସା କହିଥିଲେ, ବାହାଘର ପୁର୍ବରୁ ଯଦି ମୋ ସହ ଶାରୀରିକ ସମ୍ପର୍କ ନ ରଖିବୁ ତା’ହେଲେ ତୋର ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରି ଦେବି । ଏମିତି ଧମକ ଶୁଣି ଝିଆରୀ ଡରି ନଥିଲା । କି ମଉସା କଥା ମାନି ନଥିଲା । ସଇତାନ ମଉସା ଅଶ୍ଳୀଳ ଫଟୋ ଓ ଭିଡିଓ ଝିଆରୀର ଭାଇ ଓ ଭାବି ସ୍ୱାମୀଙ୍କୁ ପଠାଇ ଦେଇଥିଲେ । ଏହାପରେ ବାହାଘର ଭାଙ୍ଗି ଯାଇଥିଲା । ତେବେ ଏନେଇ ଯୁବତୀ ଜଣଙ୍କ ନୟାପଲ୍ଳୀ ଥାନାକୁ ଆସି ଘଟଣା ବିଷୟରେ ଆଇଆଇସିଙ୍କୁ ଜଣାଇଥିଲେ । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ମଉସା ଜୟକୃଷ୍ଣ ଓ ମାଉସୀ ଫୁଲ ନନ୍ଦୀନ ବିରୋଧରେ ସବୁ ପ୍ରମାଣ ପାଇଥିଲା । ପୁଲିସ୍ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି। ତେବେ ଏହି ଘଟଣାର ଅନ୍ୟ ଅଭିଯୁକ୍ତ ରାଜସ୍ଥାନର ଯୁବକଙ୍କୁ ଧରିବାକୁ ପୁଲିସ୍ ରାଜ୍ୟ ବାହାରକୁ ଯାଇଛି।
ଆହୁରି ପଢନ୍ତୁ- ଇନଷ୍ଟାଗ୍ରାମରେ ଦୋସ୍ତି, ନୈନିତାଲରେ ଦେଖା ସାକ୍ଷାତ... ଯୁବକଙ୍କୁ ପ୍ରେମଜାଲରେ ଫସାଇ ଇନଷ୍ଟା କ୍ଵିନ୍ଙ୍କ ବ୍ଲାକମେଲ୍
Barbecue Lover ? ଏହି ସତ୍ୟ ଜାଣିଲେ ଚମକିଯିବେ ! Hidden Health Risks