ନୂଆଦିଲ୍ଲୀ,୨୨।୩: ଭାରତୀୟ ସିନିୟର କ୍ରିକେଟ୍ ଟିମ୍ ଜୁନ୍ ମାସରେ ଇଂଲଣ୍ଡ ଗସ୍ତରେ ଯିବ। ତେବେ ତା ପୂର୍ବରୁ ଚଳିତ ମାସ ଭାରତର ୧୯ ବର୍ଷରୁ  କମ୍ ଟିମ୍ ଇଂଲଣ୍ଡ ଗସ୍ତ କରିବ। ଏଥିପାଇଁ ବିସିସିଆଇ ଟିମ୍  ଘୋଷଣା କରିଛି। ୨୦୨୫ ଆଇପିଏଲରେ ସିଏସକେର  ଆୟୁଷ ମହାତ୍ରେଙ୍କୁ ଦଳର କ୍ୟାପଟେନ୍ କରାଯାଇଛି। କେବଳ ସେତିକି ନୁହେଁ  ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି। 

ବିସିସିଆଇ ଗୁରୁବାର ଘୋଷଣା କରିଛି ଅଣ୍ଡର-୧୯ କ୍ରିକେଟ ଟିମ୍। ଚଳିତ ମାସ ଟିମ୍ ଇଲଂଣ୍ଡ ଗ୍ରସ୍ତରେ ଯିବ। ଦଳରେ ଦୁଇ ଆଇପିଏଲ ଷ୍ଟାର ଆୟୁଷ ମାହାତ୍ରେ ଓ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି।   ୨୪ ଜୁନ୍‌ରୁ ୨୩ ଜୁଲାଇ ୨୦୨୫ ପର୍ଯ୍ୟନ୍ତ  ଇଂଲଣ୍ଡ ଗସ୍ତରେ ଯିବା ଭାରତୀୟ ଦଳ। ଏହି ଗସ୍ତରେ ୫୦ ଓଭରର ଅଭ୍ୟାସ ମ୍ୟାଚ୍, ଏହାପରେ ୫ ଟି ମ୍ୟାଚ୍‌ର ଏକଦିବସୀୟ ସିରିଜ୍ ଓ ଇଂଲଣ୍ଡର ଅଣ୍ଡର-୧୯ ବିରୋଧରେ ଦୁଇଟି ବହୁ ଦିବସୀୟ ମ୍ୟାଚ୍ ରହିଛି।’

ଇଂଲଣ୍ଡ ଗସ୍ତ ପାଇଁ ଭାରତର ଅଣ୍ଡର-୧୯ ସ୍କ୍ବାର୍ଡରେ  ଆୟୁଷ ମାହାତ୍ରେ କ୍ୟାପଟେନ୍ ଅଛନ୍ତି। ତାଙ୍କ ପରେ ଅଭିଗାନ୍ କୁଣ୍ଡ ଅଛନ୍ତି ଉପଅଧିନାୟକ। ଏହା ସହ ବୈଭବ ସୂର୍ଯ୍ୟବଂଶୀ, ବିହନ ମାଲହୋତ୍ରା, ମାଲ୍ୟାରାଜ ସିଂ ଚାଭଡା, ରାହୁଲ କୁମାର ମଧ୍ୟ ଖେଳିବେ। ହରବଂଶ ସିଂ ଟିମ୍‌ରେ ୱିକେଟ୍ କିପର ରହିବେ। ସେଭଳି  ଆର.ଏସ୍ ଅମ୍ବ୍ରିସ୍, କନିଷ୍କ୍ ଚୌହାନ, ଖିଲାନ୍ ପଟେଲ, ହେନିଲ ପଟେଲ ଏନ୍ନ୍, ୟୁଦ୍ଧାଜିତ୍ ଗୁହା, ପ୍ରଣବ ରାଘବେନ୍ଦ୍ର, ମହମ୍ମଦ ଏନାନ୍, ଆଦିତ୍ୟ ରାଣା ଏବଂ ଅନମୋଲଜିତ୍ ସିଂ ଦଳରେ ସ୍ଥାନ ପାଇଛନ୍ତି। ଅତିରିକ୍ତ ଖେଳାଳି ଭବାରେ ନମକ ପୁଷ୍କ, ଡି ଦିପେଶ ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିଓ୍ବାରୀ ଓ  ଅଳଙ୍କୃତ ରାପୋଲ ରହିଛନ୍ତି। ୨୪ ଜୁନ୍ ୫୦ ଓଭର ଓ୍ବାର୍ମ ଅଫ୍ ମ୍ୟାଚ୍ ରହିଛି। ତବେ ୨୭ ଜୁନ୍‌ରୁ ପ୍ରଥମ ଓ୍ବାନଡେ ହୋଭ୍‌ରେ ଖେଳାଯିବ। ୩୦ ଜୁନ୍ ଦ୍ବିତୀୟ ଓ୍ବାନଡେ ନର୍ଥମ୍ପଟନ୍,୨ ଜୁଲାଇରେ  ନର୍ଥମ୍ପଟନ୍‌ରେ ତୃତୀୟ ଓ୍ବାନଡେ, ୫ ଜୁଲାଇରେ ଭର୍ସେଷ୍ଟର ଚତୁର୍ଥ ଓ୍ବାନଡେ୍, ୭ଜୁଲାଇରେ ମଧ୍ୟ ଭର୍ସେଷ୍ଟରରେ ଖେଳାଯିବ ପଞ୍ଚମ ଓ୍ବାନର୍ଡେ ଏବଂ ୧୨ ଜୁଲାଇରେ ପ୍ରଥମ ମଲ୍ଟି ଡେ ମ୍ୟାଚ୍ ବେକେନହେମରେ ଖେଳାଯିବ।