ମୁମ୍ବାଇ,୧୧/୬ : ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ଜୁନିୟର କ୍ରିକେଟ କମିଟି ଗୁରୁବାର ଶ୍ରୀଲଙ୍କା ବିପକ୍ଷ ହେବାକୁ ଥିବା ଦିନିକିଆ ଏବଂ ମଲ୍ଟି ଡେ ମ୍ୟାଚ୍ ଲାଗି ଭାରତର ଅଣ୍ଡର-୧୯ଟିମର ଘୋଷଣା କରାଯାଇଛି । ଉଭୟ ସିରିଜ ଲାଗି ଭିନ୍ନ ଭିନ୍ନ ୧୫ଜଣିଆ ସଦସ୍ୟ ଟିମ୍ ଜାରି କରାଯାଇଛି । ପ୍ରଥମ ୩ ମ୍ୟାଚ ଓ୍ବାନଡେ ସିରିଜ ହେବ । ଏହାପରେ ୨ ମ୍ୟାଚର୍ ମଲ୍ଟି-ଡେ ସିରିଜ ହେବ । ଓ୍ବାନଡେ ସିରିଜର ସ୍କ୍ବାର୍ଡ଼ରେ ପୂର୍ବତନ ଭାରତୀୟ ଖେଳାଳୀ ଏବଂ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ସାନ ପୁଅ ଅବ୍ନୟ ଦ୍ରାବଡ଼ଙ୍କୁ ବି ଚୟନ କରାଯାଇଛି ।

ସିରିଜର ଆରମ୍ଭ ୪ଜୁଲାଇରେ ହେବ । ଯେତେବେଳେ ପ୍ରଥମ ଓ୍ବାନଡେ ଖେଳାଯିବ । ସେହିଭଳି ଶେଷ ମ୍ୟାଚ୍ ୯ଜୁଲାଇରେ ହେବ । ପରେ ୧୩ଜୁଲାଇରୁ ମଲ୍ଟି-ଡେ ସିରିଜର ଆରମ୍ଭ ହେବ । ଏହାପରେ ଦ୍ବିତୀୟ ମଲ୍ଟି-ଡେ ମ୍ୟାଚ୍ ୨୦ଜୁଲାଇରୁ ଆରମ୍ଭ ହେବ । ଓ୍ବାନଡେ ସିରିଜର ମ୍ୟାଚ୍ ହମ୍ବନଟୋଟାରେ ହେବ । ସେହିଭଳି ମଲ୍ଟି-ଡେ ସିରିଜର ପ୍ରଥମ ମ୍ୟାଚ୍ ଗାଲେ ଏବଂ ଦ୍ବିତୀୟ କଲମ୍ବୋରେ ହେବ । ଉଭୟ ସିରିଜ ଲାଗି ୟଶବର୍ଦ୍ଧନ ସିଂହ ଚୌହାନଙ୍କୁ ଅଧିନାୟକ କରାଯାଇଛି । ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଉପଅଧିନାୟକର ଦାୟିତ୍ବ ଦିଆଯାଇଛି । ରଜତ ବଘେଲ ଏବଂ ଅବ୍ନୟ ଦ୍ରାବିଡ଼ଙ୍କୁ ଓ୍ବାନଡେ ଟିମରେ ଓ୍ବିକେଟକିପର ଭାବେ ଚୟନ କରାଯାଇଛି । ମାନବ କୃଷ୍ଣା ଏବଂ ଆର୍ୟନ ସନ୍ଦେଶ ସକପାଲଙ୍କୁ ମଲ୍ଟି ଡେ ମ୍ୟାଚ୍ ଲାଗି ଓ୍ବିକେଟକିପର ଚୟନ କରାଯାଇଛି।

ଓ୍ବାନଡେ ସିରିଜ ଲାଗି ଭାରତର ଅଣ୍ଡର-୧୯ ସ୍କ୍ବାର୍ଡ଼

ସାଗର ଓ୍ବିର୍କ, ଲକ୍ଷ୍ୟ ରାୟଚନ୍ଦାନୀ(ଉପଅଧିନାୟକ), ୟଶବର୍ଦ୍ଧନ ସିଂହ ଚୌହାନ(ଅଧିନାୟକ), ବିନୀତ ବିକେ, ଅର୍ଜୁନ ରାଜପୁତ, କୃଶାଗ୍ର ଓଝା, ରଜତ ବଘେଲ(ଓ୍ବିକେଟକିପର), ଅବ୍ନୟ ଦ୍ରାବଡ଼ି(ଓ୍ବିକେଟକିପର), ଅନମୋଲଜିତ ସିଂହ, ବୁଟକୁରୀ ୟଶବୀର ଗୌଡ଼, ରୋହିତ ଅନୀଲ ଯାଦବ, ଶାବିନ ବି, କାବ୍ୟା ପରେଶ ପଟେଲ, ମୋହିତ ଉଲଓ୍ବା, ଇଶାନ ସୁଦ ।

ମଲ୍ଡି-ଡେ ସିରିଜ ଲାଗି ଭାରତର ଅଣ୍ଡର-୧୯ ସ୍କ୍ବାର୍ଡ଼

ସାଗର ଓ୍ବିର୍କ, ଲକ୍ଷ୍ୟ ରାୟଚନ୍ଦାନୀ(ଉପଅଧିନାୟକ), ୟଶବର୍ଦ୍ଧନ ସିଂହ ଚୌହାନ(ଅଧିନାୟକ), ପଟେଲ କୁଶ, ମନଲ ଚୌହାନ, କୃଶାଗ୍ର ଓଝା, ମାନବ କୃଷ୍ଣା(ଓ୍ବିକେଟକିପର), ଆର୍ୟନ ସନ୍ଦେଶ ସକପାଲ(ଓ୍ବିକେଟକିପର), ହେମଚୁନ୍ଦେଶନ ଜେ, ବିକେ କିଶୋର, ରୋହିତ ଅନୀଲ ୟାଦବ, କାବ୍ୟା ପରେଶ ପଟେଲ, ପ୍ରିୟାଂଶୁ ସିଂହ, ପ୍ରଣବ ରାଘବେନ୍ଦ୍ର, ଚିଗୁରୁପତି ଭେଙ୍କଟ ।