ଭୁବନେଶ୍ୱର ୧୦/୦୬: ଓଡ଼ିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେରମୁଣ୍ଡା’କୁ କରମୁକ୍ତ ଘୋଷଣା କରାଯାଇଛି । ନିର୍ଦ୍ଦେଶକ ନିକୁଞ୍ଜ ହୋତା ନିର୍ଦ୍ଦେଶିତ ଓଡିଆ ଚଳଚ୍ଚିତ୍ର "ମେହେର ମୁଣ୍ଡା' କରମୁକ୍ତ କରାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଫିଲ୍ମର କଳାକାର, ପ୍ରଯୋଜକ, ଟେକ୍ନିସିଆନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଗତ ମେ ୧୫ରେ ଏହା ମୁକ୍ତିଲାଭ କରିଥିଲା । ଫିଲ୍ମରେ ଅଭିନେତା ଜ୍ୟୋତିରଞ୍ଜନ ନାୟକ ଓ ଅଭିନେତ୍ରୀ ଅର୍ଲିନ ଅଙ୍କିତା ଲିଡ୍ ଚରିତ୍ରରେ ନଜର ଆସିଛନ୍ତି । ଜିଆର ରେକର୍ଡସ ବ୍ୟାନରରେ ନିର୍ମିତ ମେହେରମୁଣ୍ଡାର ପ୍ରଯୋଜନା କରିଛନ୍ତି ରାକେଶ କୁମାର ପାଢ଼ୀ ।
ଅଧିକ ପଢ଼ନ୍ତୁ :- Bharat Bhagya Vidhata: କଙ୍ଗନାଙ୍କ ‘ଭାରତ ଭାଗ୍ୟ ବିଧାତା’କୁ ପ୍ରଶଂସା କଲେ ଦିଲ୍ଲୀ ସିଏମ୍, ଫିଲ୍ମକୁ ସହରରେ କଲେ ଟ୍ୟାକ୍ସ ଫ୍ରି