ନୂଆଦିଲ୍ଲୀ,୧୬/୦୯ : ଏସିଆ କପରେ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଏକ ହାଇଭୋଲ୍ଡଜ ମ୍ୟାଚ ଖେଳାଯାଇଥିଲା । ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ପରିଣାମ ଅପେକ୍ଷା କିଛି ଅଲଗା ମାମଲାକୁ ନେଇ ଚର୍ଚ୍ଚା ବେଶୀ । ପହଲଗାମ ଆତଙ୍କୀ ଆକ୍ରମଣ ପରେ କ୍ରିକେଟ ମୈଦାନରେ ଦୁଇ ଦେଶ ମୁହାମୁହିଁ ହୋଇଥିଲେ । ଟସ୍  ସମୟରେ ଓ ମ୍ୟାଚ ପରେ ଭାରକ ପାକ୍ ପ୍ଲେୟାରଙ୍କ ସହିତ ହାତ ମିଳାଇନଥିଲା । ଏହାକୁ ସହି ପାରିନାହିଁ ପାକିସ୍ତାନ । ଯାହାକୁ ନେଇ ଆସିସି ନିକଟରେ ଅଭିଯୋଗ କରି କ୍ରିକେଟ ପାଇଁ ଏହା ଆଦୌ ଶୋଭନୀୟ ନୁହେଁ ବୋଲି କହିଛି । ଏହାକୁ ନେଇ ବିସିସିଆଇ ମୁହଁ ଖୋଲିଛି । ପାକିସ୍ତାନ କ୍ରିକେଟ ବୋର୍ଡକୁ ସିଧା ସିଧା ଶୁଶାଇଛି ।

ମାମଲାକୁ ନେଇ ମୁହଁ ଖୋଲିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଖେଳ ସରିବା ପରେ ଖେଳାଳିମାନଙ୍କୁ ହାତ ମିଳାଇବାକୁ ନେଇ କୌଣସି ଆଇନ ନାହିଁ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି, ଭାରତୀୟ କ୍ରିକେଟ ଦଳର ଖେଳାଳି ପାକିସ୍ତାନୀ କ୍ରିକେଟରଙ୍କ ସହ ହାତ ମିଳାଇବା ଗୁରୁତ୍ୱ ବହନ କରୁନାହିଁ । ଯଦି ଖେଳାଳିଙ୍କ ହାତ ମିଳାଇବାକୁ ନେଇ କୌଣସି ନିୟମ ନାହିଁ ତେବେ ଏହାକୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି ?  ନିୟକୁ ଦେଖିବାକୁ ଗଲେ ପ୍ରତିପକ୍ଷ ଦଳ ସହିତ ହାତ ମିଳାଇବା ବିଷୟରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନାହିଁ । ଏହା କ୍ରୀଡ଼ା ମନୋଭାବ କିମ୍ବା ପରମ୍ପରା ନୁହେଁ , ଆଇନ ନୁହେଁ, ଯାହା ବିଶ୍ୱରେ କ୍ରୀଡ଼ାରେ ପାଳନ କରାଯାଏ । "

କହି ରଖୁଛୁ କି, ଏସିଆ କପ୍‌ରେ ଗତ ୧୪ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଇଥିଲା । ଟସ୍‌ ସମୟରେ ଏବଂ ମ୍ୟାଚ ପରେ ପାକିସ୍ତାନ ପ୍ଲେୟାରଙ୍କ ସହ ହାତ ନମିଳାଇବାକୁ ନେଇ ପିସିବି ଅଭିଯୋଗ କରିଛି । ମ୍ୟାଚ ରେଫରୀ ଅଧିନାୟକ ଆଘାଙ୍କୁ ଡକାଇ ପ୍ରତିପକ୍ଷ ଅଧିନାୟକଙ୍କ ସହ ହାତ ନମିଳାଇବାକୁ କହିଥିବା ଦାବି କରିଛି । ଏଭଳି କରି ସେ ଉଭୟ ଆଇସିସି ଏବଂ ଏମସିସିର ନିୟମ ଉଲ୍ଲଂଘନ କରିଛନ୍ତି । ଯାହା କ୍ରିକେଟ୍‌ ପ୍ରତି ଆଦୌ ଶୋଭନୀୟ ନୁହେଁ । ଏସିଆ କପ୍‌ରୁ ରେଫରୀ ପାଇକ୍ରଫ୍ଟଙ୍କୁ ବିଦା କରାନଗଲେ ଆମେ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବୁ ବୋଲି ଧମକ ଦେଇଛି ପାକିସ୍ତାନ ।