ନୂଆଦିଲ୍ଲୀ, ୨୪/୦୭: ଏସିଆନ କ୍ରିକେଟ୍ କାଉନସିଲ (ଏସିସି) ବୈଠକ ଚଳିତ ମାସ ଶେଷ ସପ୍ତାହରେ ଢାକାରେ ଆୟୋଜିତ ହେବ । ଏହି ବୈଠକରେ ଏସିଆ କପ୍ ସଂପର୍କରେ ଆଲୋଚନା ହେବ । କିନ୍ତୁ ବିସିସିଆଇ କୌଣସି ଅଧିକାରୀଙ୍କୁ ଢାକା ପଠାଇବାକୁ ଅନିଚ୍ଛୁକ କରିଥିଲା । ମାତ୍ର ପୁଣି ବିସିସିଆଇ ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛି । ଢ଼ାକା ନଯାଇ ଅଧିକାରୀମାନେ ଭର୍ଚୁଆଲରେ ବୈଠକରେ ଯୋଡ଼ି ହେବେ ।
ବାଂଲାଦେଶ ସହ ଏବେ ଭାରତର ସଂପର୍କ ଭଲ ନାହିଁ । ତେଣୁ ବିସିସିଆଇ ଆସନ୍ତା ଅଗଷ୍ଟରେ ଭାରତୀୟ ଦଳର ଗସ୍ତକୁ ସ୍ଥଗିତ ରଖିଛି । ଏହି ଗସ୍ତରେ ଭାରତ ଦିନିକିଆ ସିରିଜ ଖେଳିଥାନ୍ତା । ଏସିଆ କପ୍ ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜିତ ହେବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି ।