ନୂଆଦିଲ୍ଲୀ, ୨୪/୦୭:  ଏସିଆନ କ୍ରିକେଟ୍‌ କାଉନସିଲ  (ଏସିସି) ବୈଠକ ଚଳିତ ମାସ ଶେଷ ସପ୍ତାହରେ ଢାକାରେ ଆୟୋଜିତ  ହେବ । ଏହି ବୈଠକରେ ଏସିଆ କପ୍‌  ସଂପର୍କରେ ଆଲୋଚନା ହେବ । କିନ୍ତୁ  ବିସିସିଆଇ କୌଣସି ଅଧିକାରୀଙ୍କୁ  ଢାକା ପଠାଇବାକୁ ଅନିଚ୍ଛୁକ କରିଥିଲା । ମାତ୍ର ପୁଣି ବିସିସିଆଇ ବୈଠକରେ ଯୋଗ ଦେବାକୁ ସହମତି  ପ୍ରକାଶ କରିଛି । ଢ଼ାକା ନଯାଇ ଅଧିକାରୀମାନେ ଭର୍ଚୁଆଲରେ ବୈଠକରେ ଯୋଡ଼ି ହେବେ ।  

ବାଂଲାଦେଶ ସହ ଏବେ ଭାରତର  ସଂପର୍କ ଭଲ ନାହିଁ । ତେଣୁ ବିସିସିଆଇ  ଆସନ୍ତା ଅଗଷ୍ଟରେ ଭାରତୀୟ ଦଳର  ଗସ୍ତକୁ ସ୍ଥଗିତ ରଖିଛି । ଏହି ଗସ୍ତରେ  ଭାରତ ଦିନିକିଆ ସିରିଜ ଖେଳିଥାନ୍ତା । ଏସିଆ କପ୍‌ ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ  ୟୁଏଇରେ ଆୟୋଜିତ ହେବା ଏକ  ପ୍ରକାର ନିଶ୍ଚିତ ହୋଇ ସାରିଛି ।